ରାସ୍ତା ପାର ହେଉଥିବା ବେଳେ ପିଟିଲା ଟ୍ରକ୍‌: ଚାଲିଗଲା ଆରୋହୀଙ୍କ ଜୀବନ

ବରଗଡ ଅଫିସ,୨୧।୧୦- ବରଗଡ଼ ଦେଇ ଯାଇଥିବା ୫୩ ନଂଜାତୀୟ ରାଜପଥର ଘୁଲିପାଲି ଛକରେ ଶୁକ୍ରବାର ସାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘୁଲିପାଲି ନିବାସୀ ୪୨ ବର୍ଷୀୟ ବିଶ୍ୱାମିତ୍ର ପଟେଲ । ସେ ନିଜର ଟିଭିଏସ ଗାଡିରେ ରାସ୍ତା ପାରି ହେବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଥିଲେ। ମୃତ ବିଶ୍ୱାମିତ୍ରଙ୍କ ୫ବର୍ଷର ପୁଅ, ଛୋଟ ଝିଅ ଆଉ ସ୍ତ୍ରୀ ଅଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଦୁର୍ଘଟଣା ସ୍ଥଳରେ ଟ୍ରାଫିକ ସୁବ୍ୟବସ୍ଥା କରିବା ପାଇଁ ଲୋକେ ଦାବି କରିଥିଲେ। ସ୍ଥାନୀୟ ତହସିଲଦାର ଏବଂ ପୋଲିସ ପହଞ୍ଚି ସେ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୭ଟାରେ ରାସ୍ତାରୋକ ହଟିଥିଲା।