ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ ବିଭିନ୍ନ ମନ୍ଦିରରେ ସୋମବାର ଯଜ୍ଞ ଓ ପୂଜାର୍ଚ୍ଚନା ଆୟୋଜନ ହୋଇଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପୁନରୁଦ୍ଧାର ଓ ରୂପାନ୍ତରଣ ବିଭିନ୍ନ ମନ୍ଦିରରେ ବିଜେଡି ପକ୍ଷରୁ ସୋମବାର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ କର୍ମୀ ଓ ନେତାଙ୍କ ଉପସ୍ଥିତିରେ ଯଜ୍ଞ ଆୟୋଜନ ଓ ପୂଜାର୍ଚ୍ଚନା କରାଯାଇଥିଲା। ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମା’ କନକଦୁର୍ଗା ମନ୍ଦିର, ନୂଆଗଡ଼ ଶିବ ମନ୍ଦିର ଓ ବଇଁଚବଣିଆ ଗୀତା ମନ୍ଦିର ପରିସରରେ ପୃଥକ୍‌ ଭାବେ ଏହି ପୂଜାର୍ଚ୍ଚନା ଆୟୋଜନ ହୋଇଛି। ସେହିଭଳି ହିଞ୍ଜିଳିକାଟୁ ବ୍ଲକ ଓ ଶେରଗଡ଼ ବ୍ଲକ ର ବିଭିନ୍ନ ଆଧ୍ୟାତ୍ମିକ ପୀଠଗୁଡ଼ିକରେ ପୂଜାର୍ଚ୍ଚନା ସହ ଯଜ୍ଞ ଆୟୋଜନ ହୋଇଛି। ଏଥିରେ ବିଜେଡି ନେତା କର୍ମୀଙ୍କ ସହ ବହୁ ଶ୍ରଦ୍ଧାଳୁ ଓ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରସାଦ ସେବନ ହୋଇଥିଲା। ବିଜେଡି ସୁପ୍ରିମୋ ତଥା ୨୪ ବର୍ଷ ଧରି ଏହି ଅଞ୍ଚଳରୁ ପ୍ରତିନିଧିତ୍ କରି ଆମକୁ କୃତାର୍ଥ କରିଛନ୍ତି ଆଧୁନିକ ଓଡ଼ିଶାର ଉନ୍ନତିର ପ୍ରମୁଖ ବିନ୍ଧାଣୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା ସହ ବିଶ୍ବ ରେକର୍ଡ ସଂଖ୍ୟକ ବିଜୟୀ ପାଇଁ ପୂଜାର୍ଚ୍ଚନା ହୋଇଛି ବୋଲି ହିଞ୍ଜିଳିକାଟୁ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ଚଳିତ ନିର୍ବାଚନରେ ପ୍ରଚାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିବେ, ରେକର୍ଡ ବିଜୟ ପାଇଁ ଆଜି ହିଞ୍ଜିଳିରେ ଶୁଭ କାମନା ଓ ପୂଜାର୍ଚ୍ଚନା କରାଯାଇଥିଲା ବୋଲି କାଉନସିଲର ବିଭୁପ୍ରସାଦ ପଣ୍ଡା ଓ ଜିଲା ବିଜେଡି
ନେତା ପ୍ୟାରୀମୋହନ ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri