ଗଣତନ୍ତ୍ର ଦିବସ ପୂର୍ବରୁ ବିବାଦୀୟ କନିକା ବାଲିଦ୍ୱୀପରେ ଉଡ଼ିଲା ତ୍ରିରଙ୍ଗା

ଚାନ୍ଦବାଲି,୧୨ା୧(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡ଼ିଥିବା କନିକା ବାଲିଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପବିତ୍ର ୭୬ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦ୍ୱୀପରେ ଏହି ପତାକା ଉତ୍ତୋଳନ ହୋଇଛି। ଭାରତୀୟ ନେଭି ରାଜ୍ୟ ସରକାରଙ୍କ ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗର ସାଗରମିତ୍ରଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। ଧାମରା ମୁହାଣରେ ବଙ୍ଗୋପସାଗର ମଧ୍ୟରେ ଏହିପରି କେତେକ ଦ୍ୱୀପ ସ୍ଥାନୀୟ ଭାଷାରେ ଚଢ଼ା ଅବହେଳିତ ଅବସ୍ଥାରେ ଥିବାର ଖବର କେନ୍ଦ୍ର ଗୃହ ବିଭାଗ ପାଖରେ ପହଞ୍ଚିଛି। ଗୃହ ବିଭାଗର ନିର୍ଦ୍ଦେଶରେ ଉପକୂଳ ଅଞ୍ଚଳରେ ଥିବା ସମସ୍ତ ଦ୍ୱୀପକୁ ଏହି ଅଧିକାରୀମାନେ ଯାଇ ତଥ୍ୟ ସଂଗ୍ରହ କରିବା ସହ ସରକାରଙ୍କୁ ଅବଗତ କରାଇବେ। ଏହି ସମସ୍ତ ଦ୍ୱୀପକୁ ସରକାର ନିଜ ହେପାଜତକୁ ଆଣିବା ସହ ଆଗାମୀ ଦିନରେ କିପରି ଏହି ଦ୍ୱୀପପୁଞ୍ଜ ଲୋକାଭିମୁଖୀ ହୋଇ ପାରିବ ସେ ନେଇ କେନ୍ଦ୍ର ସରକାର ବହୁ ଯୋଜନା ହାତକୁ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନେଭିର କେତେକ ଅଫିସର ଧାମରା ମେରାଇନ ଥାନାଧିକାରୀଙ୍କ ସହ ଯୋଗାଯୋଗ କରି ଏକ ସ୍ପିଡ୍‌ ବୋଟରେ କନିକା ବାଲିଦ୍ୱୀପରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ଥିବା ସାଇନବୋର୍ଡ ଲଗାଇବା ସହ ଧାମରା ମେରାଇନ ଥାନାଧିକାରୀ କୃଷ୍ଣଚନ୍ଦ୍ର ଜାନି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ପତାକା ଉତ୍ତୋଳନ ସମୟରେ ଭାରତୀୟ ନେଭିର ଅଫିସର, ଧାମରା ସାମୁଦ୍ରିକ ଥାନାର କର୍ମଚାରୀ, ସାଗରମିତ୍ର ଶ୍ରୀକୃଷ୍ଣ ବେହେରା, ବିଜୟ ମାଝୀ, ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୧୨ ଶହ ଏକର ପରିମିତ ଏହି ବାଲିଦ୍ୱୀପଟି ଏକ ଅନ୍‌ସର୍ଭେଡ ଅଞ୍ଚଳ ଅଟେ। ଏଠାରେ ପ୍ରାୟ ୪ଶହ ୫୦ ଏକର ଜମିରେ ଲୁଣା ଜଙ୍ଗଲ ରହିଛି। ୧୯୮୭ରେ ଧାମରା ଉପକୂଳରେ ଥିବା ବାଲିଦ୍ୱୀପଗୁଡ଼ିକର ସର୍ଭେ ହୋଇ ଖତିୟାନ ପ୍ରସ୍ତୁତ ହୋଇଥିବା ବେଳେ କୌଣସି କାରଣରୁ କନିକା ବାଲି ରାଜ୍ୟ ସରକାର ତଥା ଚାନ୍ଦବାଲି ତହସିଲର ଜମିଜମା ସଂକ୍ରାନ୍ତୀୟ ରେକର୍ଡଭୁକ୍ତ ହୋଇନାହିଁ।

କୋଲାକାତା ପୋର୍ଟଟ୍ରଷ୍ଟର ସୀମା ସମ୍ପ୍ରସାରଣ ବେଳେ ଏହାର ମାଲିକାନାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ସରକାରଙ୍କ ମଧ୍ୟରେ ୨୦୦୫ ମସିହାରୁ ବିବାଦ ଲାଗି ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଫଳରେ ୨୦୧୩ରୁ ବିବାଦ ଥମିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କର ସେଟଲ୍‌ମେଣ୍ଟ ଓ ଲ୍ୟାଣ୍ଡ ସର୍ଭେ ବିଭାଗ ପକ୍ଷରୁ ଅଦ୍ୟାବଧି ଏହାର ରେକର୍ଡପତ୍ର ପ୍ରସ୍ତୁତ ହୋଇନାହିଁ। ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri