ଗଣତନ୍ତ୍ର ଦିବସ ପୂର୍ବରୁ ବିବାଦୀୟ କନିକା ବାଲିଦ୍ୱୀପରେ ଉଡ଼ିଲା ତ୍ରିରଙ୍ଗା

ଚାନ୍ଦବାଲି,୧୨ା୧(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡ଼ିଥିବା କନିକା ବାଲିଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପବିତ୍ର ୭୬ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦ୍ୱୀପରେ ଏହି ପତାକା ଉତ୍ତୋଳନ ହୋଇଛି। ଭାରତୀୟ ନେଭି ରାଜ୍ୟ ସରକାରଙ୍କ ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗର ସାଗରମିତ୍ରଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। ଧାମରା ମୁହାଣରେ ବଙ୍ଗୋପସାଗର ମଧ୍ୟରେ ଏହିପରି କେତେକ ଦ୍ୱୀପ ସ୍ଥାନୀୟ ଭାଷାରେ ଚଢ଼ା ଅବହେଳିତ ଅବସ୍ଥାରେ ଥିବାର ଖବର କେନ୍ଦ୍ର ଗୃହ ବିଭାଗ ପାଖରେ ପହଞ୍ଚିଛି। ଗୃହ ବିଭାଗର ନିର୍ଦ୍ଦେଶରେ ଉପକୂଳ ଅଞ୍ଚଳରେ ଥିବା ସମସ୍ତ ଦ୍ୱୀପକୁ ଏହି ଅଧିକାରୀମାନେ ଯାଇ ତଥ୍ୟ ସଂଗ୍ରହ କରିବା ସହ ସରକାରଙ୍କୁ ଅବଗତ କରାଇବେ। ଏହି ସମସ୍ତ ଦ୍ୱୀପକୁ ସରକାର ନିଜ ହେପାଜତକୁ ଆଣିବା ସହ ଆଗାମୀ ଦିନରେ କିପରି ଏହି ଦ୍ୱୀପପୁଞ୍ଜ ଲୋକାଭିମୁଖୀ ହୋଇ ପାରିବ ସେ ନେଇ କେନ୍ଦ୍ର ସରକାର ବହୁ ଯୋଜନା ହାତକୁ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନେଭିର କେତେକ ଅଫିସର ଧାମରା ମେରାଇନ ଥାନାଧିକାରୀଙ୍କ ସହ ଯୋଗାଯୋଗ କରି ଏକ ସ୍ପିଡ୍‌ ବୋଟରେ କନିକା ବାଲିଦ୍ୱୀପରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ଥିବା ସାଇନବୋର୍ଡ ଲଗାଇବା ସହ ଧାମରା ମେରାଇନ ଥାନାଧିକାରୀ କୃଷ୍ଣଚନ୍ଦ୍ର ଜାନି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ପତାକା ଉତ୍ତୋଳନ ସମୟରେ ଭାରତୀୟ ନେଭିର ଅଫିସର, ଧାମରା ସାମୁଦ୍ରିକ ଥାନାର କର୍ମଚାରୀ, ସାଗରମିତ୍ର ଶ୍ରୀକୃଷ୍ଣ ବେହେରା, ବିଜୟ ମାଝୀ, ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୧୨ ଶହ ଏକର ପରିମିତ ଏହି ବାଲିଦ୍ୱୀପଟି ଏକ ଅନ୍‌ସର୍ଭେଡ ଅଞ୍ଚଳ ଅଟେ। ଏଠାରେ ପ୍ରାୟ ୪ଶହ ୫୦ ଏକର ଜମିରେ ଲୁଣା ଜଙ୍ଗଲ ରହିଛି। ୧୯୮୭ରେ ଧାମରା ଉପକୂଳରେ ଥିବା ବାଲିଦ୍ୱୀପଗୁଡ଼ିକର ସର୍ଭେ ହୋଇ ଖତିୟାନ ପ୍ରସ୍ତୁତ ହୋଇଥିବା ବେଳେ କୌଣସି କାରଣରୁ କନିକା ବାଲି ରାଜ୍ୟ ସରକାର ତଥା ଚାନ୍ଦବାଲି ତହସିଲର ଜମିଜମା ସଂକ୍ରାନ୍ତୀୟ ରେକର୍ଡଭୁକ୍ତ ହୋଇନାହିଁ।

କୋଲାକାତା ପୋର୍ଟଟ୍ରଷ୍ଟର ସୀମା ସମ୍ପ୍ରସାରଣ ବେଳେ ଏହାର ମାଲିକାନାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ସରକାରଙ୍କ ମଧ୍ୟରେ ୨୦୦୫ ମସିହାରୁ ବିବାଦ ଲାଗି ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଫଳରେ ୨୦୧୩ରୁ ବିବାଦ ଥମିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କର ସେଟଲ୍‌ମେଣ୍ଟ ଓ ଲ୍ୟାଣ୍ଡ ସର୍ଭେ ବିଭାଗ ପକ୍ଷରୁ ଅଦ୍ୟାବଧି ଏହାର ରେକର୍ଡପତ୍ର ପ୍ରସ୍ତୁତ ହୋଇନାହିଁ। ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri