ଘର ଉପରେ ଭାଙ୍ଗି ପଡ଼ିଲା ଗଛ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ବଉଳମୁଳ ସାହିର ଲଗାଣ ବର୍ଷାରେ ଏକ ପୁରୁଣା ବଉଳ ଗଛ ଘର ଉପରେ ଭାଙ୍ଗି ପଡ଼ିଛି। ଫଳରେ ଭଗବାନ ନାଏକଙ୍କ ଖପର ଘର ଓ ଡୁମୁରିଆ ସାହି କ୍ଲବ ଘର କ୍ଷତିଗ୍ରସ୍ତ ହୋଇଛି। ରାସ୍ତା ସଫା କରିବା ପାଇଁ ଶୁକ୍ରବାର ପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।