ଚଳନ୍ତା କାର୍‌ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ: ଆଉ ତା’ପରେ…

କଟକ ସଦର,୨।୯(ସୁଶାନ୍ତ କୁମାର ଜେନା): କଟକ ସଦର ଅଞ୍ଚଳରେ ମଙ୍ଗଳବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଆଜି ଦିନ ୧୦ଟାରେ କଟକ-ପାରାଦୀପ ଏନଏଚ ୫୫ର ନାହାଭଙ୍ଗା ନିକଟରେ ଏକ ବଡ ଆକାଶି ଗଛ ଭାଙ୍ଗି ପଡିଥିଲା। ଫଳରେ ଗଛର ମୋଟା ଡାଳ କାର ଉପରେ ପଡ଼ିଥିଲା। ସେହି କାରର ହୁଡ ଭାଙ୍ଗି ଯାଇଥିବାବେଳେ ଯାତ୍ରୀ ସୁରକ୍ଷିତ ଥିଲେ। ମାତ୍ର କାରକୁ ଅତିକ୍ରମ କରି ଯାଉଥିବା ୨ ବାଇକ ଆରୋହୀଙ୍କ ଶରୀରରେ ଗଛ ଡାଳର ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ କଟକବଡ଼ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଥିଲା।

ଉକ୍ତ ରାସ୍ତାରେ ପ୍ରତି ଘଣ୍ଟାରେ ହଜାର ହଜାର ସଂଖ୍ୟାରେ ହାଲୁକା ଓ ଭାରିଯାନ ଉଭୟ ପଟୁ ଚଳାଚଳ କରୁଥିଲେ ସୁଦ୍ଧା ପାର୍ଶ୍ୱରେ ଲାଗିଥିବା ଗଛର ବଡ ବଡ ଡାଳ ରାସ୍ତାକୁ ମାଡି ଆସିଛି। କେତେବେଳେ ଡାଳ ଭାଙ୍ଗି କାହାର ଜୀବନ ଯିବ, ତାର ଉତ୍ତର ପରିବହନ ଓ ଜାତୀୟ ରାଜପଥ ପ୍ରାଧିକରଣ ପାଖରେ ନାହିଁ। ରାସ୍ତାରେ ସିସିଟିଭି ଲାଗିଥିଲେ ସୁଦ୍ଧା ପରିବହନ ବିଭାଗ କେବଳ ଟ୍ରାଫିକ ନିୟମ ମାନୁ ନ ଥିବା ଗାଡ଼ି ମୋଟର ଉପରେ ଜରିମାନା ଧାର୍ଯ୍ୟ କରି ଚୁପଚାପ ବସିଯାଉଥିବା ଅଭିଯୋଗ ହୋଇଛି।
ଏହି ରାସ୍ତାରେ ପ୍ରତ୍ୟେକ ଦିନ ବିଚାରପତି, ଆଇଏଏସ ଅଫିସର, ମନ୍ତ୍ରୀ, ନେତା ଯାତାୟାତ କରୁଥିଲେ ସୁଦ୍ଧା ମୌଳିକ ସମସ୍ୟା ଉପରେ କାହାର ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ନାହାଭଙ୍ଗା ଭଙ୍ଗା ଅଞ୍ଚଳର ଯୁବନେତା ତଥା ଯାଦବ ମହାସଭାର କଟକ ଜିଲା ସଭାପତି ସମର ବେହେରା କହିଛନ୍ତି। ଏହି ରାସ୍ତା ପାଶର୍‌ବରେ ଗୋପାଳକମାନେ ଗୋରୁ ଚରାଉଥିବାରୁ ସେମାନଙ୍କ ଜୀବନବିପନ୍ନ ହେବା ନିଶ୍ଚିତ ବୋଲି ବେହେରା ସରକାରଙ୍କ ନିକଟରେ ଦାବି କରିଛନ୍ତି।ଏହି ରାସ୍ତା ପାଶର୍‌ବରେ ବହୁ ସଂଖ୍ୟାରେ ଟ୍ରକ ରହଣି କରୁଥିବାରୁ ଏଥିରେ ଧନଜୀବନ କ୍ଷତି ଘଟିବା ନିଶ୍ଚିତ ହୋଇଯାଉଛି। ପରିବହନ ବିଭାଗ ଧନଜୀବନ ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ନିଖୋଜ, ଆଜି ମିଳିଲା ବୃଦ୍ଧଙ୍କ ମୃତଦେହ; କେନାଲରେ ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ… 

କୋକସରା,୧୮।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ଦିନ ଇନ୍ଦ୍ରାବତୀ ଉଠା ଜଳସେଚନ…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

SCB ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୮।୩(ସୁନିତ୍‌ ମିଶ୍ର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri