Categories: ଫୁରସତ

ଗର୍ଭଧାରଣ କରିଛନ୍ତି ଟ୍ରାନ୍ସ ମ୍ୟାନ୍‌

ଥିରୁଭାନନ୍ତପୁରମ୍‌,୫।୨: କେରଳର ଏକ ଟ୍ରାନ୍ସଜେଣ୍ଡର କପୁଲ ସେମାନଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଟ୍ରାନ୍ସ ମ୍ୟାନ୍‌ (ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହୋଇଥିବା ଯୁବତୀ) ଜହାଦ ସନ୍ତାନ ପ୍ରସବ କରିବେ। ୩ ବର୍ଷ ଧରି କେରଳର କୋଝିକୋଡେରେ ଟ୍ରାନ୍ସ ଜେଣ୍ଡର କପୁଲ ଜହାଦ ଏବଂ ଜିୟା ପାଭାଲ ରହୁଛନ୍ତି। ଜହାଦ ୮ ମାସର ଶିଶୁକୁ ଗର୍ଭରେ ଧାରଣ କରିବା କଥାକୁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଜିୟା ପ୍ରଥମେ ଜଣାଇଥିଲେ। ତେବେ ଜହାନ ଦେଶର ପ୍ରଥମ ଲିଙ୍ଗପରିବର୍ତ୍ତନକାରୀ ଯେ ଗର୍ଭଧାରଣ କରିଥିବା କୁହାଯାଉଛି।

ପେସାରେ ଜଣେ ଡ୍ୟାନ୍ସର। ସେ ଜନ୍ମରୁ ପୁରୁଷ ଥିବାବେଳେ ପରବର୍ତ୍ତୀ ସମୟରେ ସେ ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ। ସେହିପରି ଜହାନ ଝିଅରୁ ପୁଅ ହୋଇଛନ୍ତି। ଦୁଇଜଣଯାକ ଜଣେ ଜଣେ ଟ୍ରାନ୍ସଜେଣ୍ଡର ଜାଣିବା ପରେ ଘରଛାଡ଼ି ବାହାରେ ଏକାକୀ ରହୁଥିଲେ। ପ୍ରଥମେ ଜିୟା ଓ ଜହାନ ଦୁହେଁ ଭଲ ବନ୍ଧୁ ହୋଇରହିବା ପରେ ସେମାନେ ପରସ୍ପରର ପ୍ରେମରେ ପଡ଼ିଥିଲେ, ଯାହାପରେ ସେମାନେ ଏକାଠି ରହିବାର ନିଷ୍ପତ୍ତି ନେଲେ। ଜିଆ ସବୁବେଳେ ଜଣେ ମା’ ହେବା ନେଇ ଯେଉଁ ସ୍ବପ୍ନ ଦେଖୁଥିଲେ, ତାକୁ ଜହାଦ ପୂରଣ କରିଥିବା ସେ କହିଛନ୍ତି। ଜହାଦ ଜନ୍ମରୁ ଜଣେ ମହିଳା ହୋଇଥିବାବେଳେ ତାଙ୍କ ଦେହରେ ଗର୍ଭାଶୟ ଥିବା ହେତୁ ସେ ଗର୍ଭଧାରଣ ପାଇଁ ସକ୍ଷମ ବୋଲି ଡାକ୍ତର କହିଛନ୍ତି। ଅନ୍ୟପକ୍ଷେ ଲିଙ୍ଗ ପରିବର୍ତ୍ତନ ସମୟରେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ସ୍ତନକୁ କାଟିଯାଇଥିବା ଯୋଗୁ ଏହି ଟ୍ରାନ୍ସ ଜେଣ୍ଡର କପୁଲ ସେମାନଙ୍କ ସନ୍ତାନକୁ ମିଲ୍କ ବ୍ୟାଙ୍କରୁ କ୍ଷୀର ଦେବା କଥା ଜିୟା କହିଛନ୍ତି। ସୋସିଆଲ ମିଡିଆରେ ଜିୟା ଶେୟାର କରିଥିବା ପୋଷ୍ଟକୁ ୟୁଜର୍ସଙ୍କ ଭଲ ରେସ୍ପନ୍ସ ମିଳିଛି। ଅନେକେ ଏହି ଟ୍ରାନ୍ସ ଜେଣ୍ଡର କପୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share