ସିନେଟ୍‌ ପାଇଁ କଡ଼ା ମୁକାବିଲା

ଓ୍ବାଶିଂଟନ୍‌,୧୦।୧୧ : ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଦୁଇବର୍ଷ କାର୍ଯ୍ୟକାଳର ମୂଲ୍ୟାଙ୍କନ ବିବେଚନା କରାଯାଉଥିବା ମିଡ୍‌ଟମର୍‌ସ ବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଫଳାଫଳ ଏଥର ପରମ୍ପରା ଭାଙ୍ଗିଛି। ପୂର୍ବରୁ ଅଧିକାଂଶ ମିଡ୍‌ଟମର୍‌ସରେ ସରକାର ବିରୋଧୀ ଜନାଦେଶ ଆସିଥିବାବେଳେ ଚଳିତ ନିର୍ବାଚନରେ ଆମେରିକୀୟ ଭୋଟର ଅସ୍ପଷ୍ଟ ପରିଣାମ ଦେଇଛନ୍ତି। ଶାସକ ଡେମୋକ୍ରାଟ୍ସ ଧରାଶାୟୀ ହୋଇଯିବେ ବୋଲି ରିପବ୍ଲିକାନ୍‌ ଲିଡର୍‌ ଡୋନାଲ୍ଡ ଟ୍ରମ୍ପ୍‌ ମନେ ମନେ ଲଡ଼ୁ ଖାଉଥିଲେ। କିନ୍ତୁ ବୁଧବାର ଭାରତୀୟ ସମୟ ରାତି ୧୨ଟା ସୁଦ୍ଧା କଂଗ୍ରେସର ଉଚ୍ଚସଦନ ସିନେଟ୍‌କୁ ଡେମୋକ୍ରାଟ୍‌ମାନଙ୍କ ଦଖଲରୁ ଛଡ଼ାଇପାରି ନାହାନ୍ତି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌।

ଶାସକ ଡେମୋକ୍ରାଟିକ୍‌ ପାର୍ଟି ଓ ବିରୋଧୀ ରିପବ୍ଲିକାନ୍‌ ପାର୍ଟି ମଧ୍ୟରେ ଆସନ ସଂଖ୍ୟାକୁ ନେଇ କୌଣସି ବ୍ୟବଧାନ ନାହିଁ। ଦୁଇଦଳ ୧୦୦ ସଦସ୍ୟତା ବିଶିଷ୍ଟ ସିନେଟ୍‌ର ଏକତୃତୀୟାଂଶ ଅର୍ଥାତ୍‌ ୩୫ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସିନେଟ୍‌ରେ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟିର ୪୮ ସଦସ୍ୟ ଥିବାବେଳେ ଶାସକ ଦଳକୁ ୨ ଜଣ ସ୍ବାଧୀନ ସିନେଟର ସମର୍ଥନ କରୁଛନ୍ତି। ସେହିପରି ରିପବ୍ଲିକାନ୍‌ ପାର୍ଟିର ୫୦ ସଦସ୍ୟ ଉଚ୍ଚସଦନରେ ପ୍ରତିନିଧିତ୍ୱ କରୁଥିଲେ। ଏହିସ୍ଥଳେ ରିପବ୍ଲିକାନ୍ସଙ୍କୁ ସିନେଟ୍‌ ନିୟନ୍ତ୍ରଣ ପାଇଁ ଆଉ ଗୋଟିଏ ଆସନ ଦରକାର ଥିଲା।

ଅନ୍ୟପକ୍ଷେ ସିନେଟ୍‌ରେ ନିଜ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଡେମୋକ୍ରାଟ୍ସଙ୍କୁ ୫୦ ଆସନ ଆବଶ୍ୟକ। ରିପୋର୍ଟ ଲେଖାଯିବା ବେଳକୁ ଦୁଇଦଳ ସମାନ ସଂଖ୍ୟକ ୪୮ ଆସନ ଦଖଲ କରିଥିଲେ। ଡେମୋକ୍ରାଟ୍‌ମାନେ କଲୋରାଡୋ, ନ୍ୟୁ ହାମ୍ପଶାୟାର୍‌ ଏବଂ ପାନ୍‌ସିଲଭାନିଆରେ ଜିତିଲେ ସିନେଟ୍‌ରେ ସଂଖ୍ୟା ଗରିଷ୍ଠତା ହାସଲ କରିବେ। ଅନ୍ୟପକ୍ଷେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଭାବରୁ ଉଚ୍ଚସଦନକୁ ମୁକ୍ତ କରିବା ପାଇଁ ଟ୍ରମ୍ପଙ୍କ ଦଳ ଓହିଓ, ନର୍ଥ କାରୋଲିନା ଓ ଓ୍ବସ୍କୋନ୍‌ସିନ୍‌ରେ ଜିତିବା ଜରୁରୀ।

ଉଚ୍ଚମୁଦ୍ରାସ୍ଫୀତି ଓ ବାଇଡେନ୍‌ଙ୍କ ନିମ୍ନ ର଼୍ୟାଟିଂ ଶାସକଦଳ ପାଇଁ ବିପର୍ଯ୍ୟୟର କାରଣ ସାଜିବ ବୋଲି ପୂର୍ବର ସବୁ ଆକଳନ ସିନେଟ୍‌ ନିର୍ବାଚନରେ ଭୁଲ୍‌ ପ୍ରମାଣିତ ହୋଇଛି।
୪୩୫ ଆସନ ବିଶିଷ୍ଟ ହାଉସ୍‌ ଅପ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଡେମୋକ୍ରାଟିକ୍‌ ପାର୍ଟିର ୨୨୦ ଏବଂ ରିପବ୍ଲିକାନ୍‌ ପାର୍ଟିର ୨୧୨ ସଦସ୍ୟ ଅଛନ୍ତି। ଶାସକ ଦଳର ସଂଖ୍ୟାଗରିଷ୍ଠତା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ଓ ନିଷ୍ପତ୍ତି ସମ୍ପର୍କିତ ବିଲ୍‌କୁ ପାରିତ କରାଇବାରେ ସହାୟକ ହୋଇ ଆସିଛି। ନିମ୍ନ ସଦନର ଏହି ସମସ୍ତ ଆସନରେ କରାଯାଇଥିବା ଭୋଟ୍‌ର ପରିଣାମ ରିପବ୍ଲିକାନ୍ସଙ୍କୁ ସୁହାଇଛି। କଡ଼ା ମୁକାବିଲା ସତ୍ତ୍ୱେ ଟ୍ରମ୍ପ୍‌ଙ୍କ ଦଳ ୨୨୨ ଆସନ ଦଖଲ ଦିଗରେ ଅଗ୍ରସର ହୋଇଛି। ବାଇଡେନ୍‌ଙ୍କ ଦଳ ୨୧୩ରେ ସୀମିତ ରହିଛି, ଯଦିଓ ସମ୍ପୂର୍ଣ୍ଣ ଫଳାଫଳ ସ୍ପଷ୍ଟ ହୋଇନାହିଁ। ଫଳରେ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ପରବର୍ତ୍ତୀ ୨ ବର୍ଷର ଶାସନ ବେଳେ ଅନେକ ପ୍ରସଙ୍ଗରେ ସାଲିସ୍‌ କରିବାକୁ ପଡ଼ିପାରେ। ପୂର୍ବରୁ ପ୍ରତିନିଧି ସଭାରେ ୨୨୦ ଡେମୋକ୍ରାଟ୍ସ ଥିବାବେଳେ ରିପବ୍ଲିକାନ୍‌ ସଦସ୍ୟ ଥିଲେ ୨୧୨ ଜଣ।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ଟି-୨୦ ବିଶ୍ୱକପ୍: ବଡ଼ ଦଳଙ୍କୁ ନାକେଦମ୍ କଲେଣି ‘ଅଣ୍ଡରଡଗ୍ସ’, ଚର୍ଚ୍ଚାରେ ଏସବୁ ମ୍ୟାଚ୍

ନୂଆଦିଲ୍ଲୀ,୯।୨: ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସପ୍ତାହ କ୍ରିକେଟ ଜଗତର ସମସ୍ତ ପୁରୁଣା ସମୀକରଣକୁ ବଦଳାଇ ଦେଇଛି। ଯେଉଁ ଛୋଟ ଦଳମାନଙ୍କୁ ଦିନେ ‘ଦୁର୍ବଳ’ ବୋଲି କୁହାଯାଉଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri