ସିନେଟ୍‌ ପାଇଁ କଡ଼ା ମୁକାବିଲା

ଓ୍ବାଶିଂଟନ୍‌,୧୦।୧୧ : ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଦୁଇବର୍ଷ କାର୍ଯ୍ୟକାଳର ମୂଲ୍ୟାଙ୍କନ ବିବେଚନା କରାଯାଉଥିବା ମିଡ୍‌ଟମର୍‌ସ ବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଫଳାଫଳ ଏଥର ପରମ୍ପରା ଭାଙ୍ଗିଛି। ପୂର୍ବରୁ ଅଧିକାଂଶ ମିଡ୍‌ଟମର୍‌ସରେ ସରକାର ବିରୋଧୀ ଜନାଦେଶ ଆସିଥିବାବେଳେ ଚଳିତ ନିର୍ବାଚନରେ ଆମେରିକୀୟ ଭୋଟର ଅସ୍ପଷ୍ଟ ପରିଣାମ ଦେଇଛନ୍ତି। ଶାସକ ଡେମୋକ୍ରାଟ୍ସ ଧରାଶାୟୀ ହୋଇଯିବେ ବୋଲି ରିପବ୍ଲିକାନ୍‌ ଲିଡର୍‌ ଡୋନାଲ୍ଡ ଟ୍ରମ୍ପ୍‌ ମନେ ମନେ ଲଡ଼ୁ ଖାଉଥିଲେ। କିନ୍ତୁ ବୁଧବାର ଭାରତୀୟ ସମୟ ରାତି ୧୨ଟା ସୁଦ୍ଧା କଂଗ୍ରେସର ଉଚ୍ଚସଦନ ସିନେଟ୍‌କୁ ଡେମୋକ୍ରାଟ୍‌ମାନଙ୍କ ଦଖଲରୁ ଛଡ଼ାଇପାରି ନାହାନ୍ତି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌।

ଶାସକ ଡେମୋକ୍ରାଟିକ୍‌ ପାର୍ଟି ଓ ବିରୋଧୀ ରିପବ୍ଲିକାନ୍‌ ପାର୍ଟି ମଧ୍ୟରେ ଆସନ ସଂଖ୍ୟାକୁ ନେଇ କୌଣସି ବ୍ୟବଧାନ ନାହିଁ। ଦୁଇଦଳ ୧୦୦ ସଦସ୍ୟତା ବିଶିଷ୍ଟ ସିନେଟ୍‌ର ଏକତୃତୀୟାଂଶ ଅର୍ଥାତ୍‌ ୩୫ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସିନେଟ୍‌ରେ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟିର ୪୮ ସଦସ୍ୟ ଥିବାବେଳେ ଶାସକ ଦଳକୁ ୨ ଜଣ ସ୍ବାଧୀନ ସିନେଟର ସମର୍ଥନ କରୁଛନ୍ତି। ସେହିପରି ରିପବ୍ଲିକାନ୍‌ ପାର୍ଟିର ୫୦ ସଦସ୍ୟ ଉଚ୍ଚସଦନରେ ପ୍ରତିନିଧିତ୍ୱ କରୁଥିଲେ। ଏହିସ୍ଥଳେ ରିପବ୍ଲିକାନ୍ସଙ୍କୁ ସିନେଟ୍‌ ନିୟନ୍ତ୍ରଣ ପାଇଁ ଆଉ ଗୋଟିଏ ଆସନ ଦରକାର ଥିଲା।

ଅନ୍ୟପକ୍ଷେ ସିନେଟ୍‌ରେ ନିଜ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଡେମୋକ୍ରାଟ୍ସଙ୍କୁ ୫୦ ଆସନ ଆବଶ୍ୟକ। ରିପୋର୍ଟ ଲେଖାଯିବା ବେଳକୁ ଦୁଇଦଳ ସମାନ ସଂଖ୍ୟକ ୪୮ ଆସନ ଦଖଲ କରିଥିଲେ। ଡେମୋକ୍ରାଟ୍‌ମାନେ କଲୋରାଡୋ, ନ୍ୟୁ ହାମ୍ପଶାୟାର୍‌ ଏବଂ ପାନ୍‌ସିଲଭାନିଆରେ ଜିତିଲେ ସିନେଟ୍‌ରେ ସଂଖ୍ୟା ଗରିଷ୍ଠତା ହାସଲ କରିବେ। ଅନ୍ୟପକ୍ଷେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଭାବରୁ ଉଚ୍ଚସଦନକୁ ମୁକ୍ତ କରିବା ପାଇଁ ଟ୍ରମ୍ପଙ୍କ ଦଳ ଓହିଓ, ନର୍ଥ କାରୋଲିନା ଓ ଓ୍ବସ୍କୋନ୍‌ସିନ୍‌ରେ ଜିତିବା ଜରୁରୀ।

ଉଚ୍ଚମୁଦ୍ରାସ୍ଫୀତି ଓ ବାଇଡେନ୍‌ଙ୍କ ନିମ୍ନ ର଼୍ୟାଟିଂ ଶାସକଦଳ ପାଇଁ ବିପର୍ଯ୍ୟୟର କାରଣ ସାଜିବ ବୋଲି ପୂର୍ବର ସବୁ ଆକଳନ ସିନେଟ୍‌ ନିର୍ବାଚନରେ ଭୁଲ୍‌ ପ୍ରମାଣିତ ହୋଇଛି।
୪୩୫ ଆସନ ବିଶିଷ୍ଟ ହାଉସ୍‌ ଅପ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଡେମୋକ୍ରାଟିକ୍‌ ପାର୍ଟିର ୨୨୦ ଏବଂ ରିପବ୍ଲିକାନ୍‌ ପାର୍ଟିର ୨୧୨ ସଦସ୍ୟ ଅଛନ୍ତି। ଶାସକ ଦଳର ସଂଖ୍ୟାଗରିଷ୍ଠତା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ଓ ନିଷ୍ପତ୍ତି ସମ୍ପର୍କିତ ବିଲ୍‌କୁ ପାରିତ କରାଇବାରେ ସହାୟକ ହୋଇ ଆସିଛି। ନିମ୍ନ ସଦନର ଏହି ସମସ୍ତ ଆସନରେ କରାଯାଇଥିବା ଭୋଟ୍‌ର ପରିଣାମ ରିପବ୍ଲିକାନ୍ସଙ୍କୁ ସୁହାଇଛି। କଡ଼ା ମୁକାବିଲା ସତ୍ତ୍ୱେ ଟ୍ରମ୍ପ୍‌ଙ୍କ ଦଳ ୨୨୨ ଆସନ ଦଖଲ ଦିଗରେ ଅଗ୍ରସର ହୋଇଛି। ବାଇଡେନ୍‌ଙ୍କ ଦଳ ୨୧୩ରେ ସୀମିତ ରହିଛି, ଯଦିଓ ସମ୍ପୂର୍ଣ୍ଣ ଫଳାଫଳ ସ୍ପଷ୍ଟ ହୋଇନାହିଁ। ଫଳରେ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ପରବର୍ତ୍ତୀ ୨ ବର୍ଷର ଶାସନ ବେଳେ ଅନେକ ପ୍ରସଙ୍ଗରେ ସାଲିସ୍‌ କରିବାକୁ ପଡ଼ିପାରେ। ପୂର୍ବରୁ ପ୍ରତିନିଧି ସଭାରେ ୨୨୦ ଡେମୋକ୍ରାଟ୍ସ ଥିବାବେଳେ ରିପବ୍ଲିକାନ୍‌ ସଦସ୍ୟ ଥିଲେ ୨୧୨ ଜଣ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri