ପର୍ଯ୍ୟଟକଙ୍କ ସୁବିଧା ଲାଗି ତାରାତାରିଣୀଙ୍କ ପୀଠରେ ହେବ ତିନିମହଲା ବିଶିଷ୍ଟ ଧର୍ମଶାଳା, ସମୀକ୍ଷା କଲେ ଜିଲାପାଳ

ପୁରୁଷୋତ୍ତମପୁର,୨୧।୮(ସିମାଞ୍ଚଳ ମିଶ୍ର): ଗୁରବାର ଗଞ୍ଜାମ ଜିଲାପାଳ ଭି କିର୍ତ୍ତିଭାସନ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେୀବୀ ମା’ ତାରାତାରିଣୀଙ୍କ ପୀଠକୁ ଆସି ମନ୍ଦିରପରିଷରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟମାନବୁଲି ଦେଖିବାସହ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । ଯାହାକି ଭକ୍ତମାନଙ୍କୁ ଆଉ ଭୋକିଲାହୋଇ ଫେରିବାକୁ ପଡିବନି ବୋଲି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ପ୍ରାୟ ଏକକୋଟିରୁ ଊର୍ଦ୍ଧ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଅତ୍ୟାଧୁନିକ ଶୈଳୀର ସ୍ବୟଂଚାଳିତ ରନ୍ଧନ ମେସିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ ହୋଇ ସ୍ବଳ୍ପ ମୂଲ୍ୟରେ ଭକ୍ତଙ୍କୁ ଯୋଗାଇଦେବାର ବ୍ୟବସ୍ଥାକୁ ଯଥାଶିଘ୍ର କାର୍ଯ୍ୟକାରୀକରିବାକୁ ନେଇ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ ।

ଏହାସହ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତିରିଶି କୋଟିଟଙ୍କାର ଅନୁଦାନରେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଭକ୍ତଙ୍କ ସହ ମାଙ୍କ ଦର୍ଶନ ଲାଗି ଆସୁଥିବା ଦିବ୍ୟାଙ୍ଗ ଓ ବୃଦ୍ଧାବୃଦ୍ଧ ଶ୍ରେଣୀର ବ୍ୟକ୍ତିଙ୍କଲାଗି ପାହାଡ ଉପରେ ଶୌଚାଳୟ ନିର୍ମାଣକୁ ଗୁରୁତ୍ୱ ଦେଇଥିଲେ। ଏହାସହ ପର୍ଯ୍ୟଟକଙ୍କ ସୁବିଧାଲାଗି ସିଂହଦ୍ବାର ନିକଟରେ ତିନିମହଲା ବିଶିଷ୍ଟ ଧର୍ମଶାଳା ନିର୍ମାଣ, ମନୋରଞ୍ଜନଲାଗି ଲେଜରସୋର ବ୍ୟବସ୍ଥା, ସ୍ଥାହିହେଲିପେଡ ନିର୍ମାଣ, ମା’ଙ୍କ ସମ୍ପୂର୍ଣ୍ଣ କିମ୍ବଦନ୍ତୀକୁ ଉପଲବ୍ଧକରାଇବା, ପାର୍କର ନିର୍ମାଣ ଓ ପ୍ରତ୍ୟେକସ୍ଥାନରେ ସାଇନବୋର୍ଡଲଗାଇବା, ପାନୀୟ ଜଳର ବ୍ୟବସ୍ଥା, ବିଭିନ୍ନ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧାଲାଗି ଜାତୀୟରାଜପଥର ହୁମ୍ମା ଓ ପକୁଡିବନ୍ଧଛକ ଠାରେ ବିରାଟ ହୋଡିଂ ଲଗାଇବା, ତାରାତାରିଣୀଛକଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ସୋଲାର ମାଧ୍ୟମରେ ସମ୍ପୂର୍ଣ୍ଣ ଆଲୋକିକରଣ କରିବା,ହାଣ୍ଡିଘର ନୂତନ ବ୍ରିଜ ରାସ୍ତାକୁ ନିର୍ମାଣ କରିବା ଲାଗି ପଦକ୍ଷେପନେବାର କହିବା ସହ ମନ୍ଦିର ପରିଷରରେ ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ମୁକ୍ତକରିବାକୁ ପଦକ୍ଷେପ ନେବାର କହିଥିଲେ । ଏହିସମୟରେ ଛତ୍ରପୁର ଉପଜିଲାପାଳ ଡ.ଶିବାଶିଶ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ଅତିରିକ୍ତତହସିଲଦାର ସଂଗିତାସେଠୀ,ବିଡିଓ ଶରତକୁମାର ପାତ୍ର, ପୂର୍ତ୍ତବିଭାଗୀୟ ନିର୍ବାହୀଯନ୍ତ୍ରୀ ଶୁରେଶ କୁମାର ମିଶ୍ର,ମନ୍ଦିର ନିର୍ବାହୀଅଧିକାରୀ ଟିକେ ରେଡିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri