ଜିନପିଙ୍ଗଙ୍କ କ୍ଷମତାର ତୃତୀୟ ପାଳି, କମ୍ୟୁନିଷ୍ଟ ପାର୍ଟିରେ ପ୍ରସ୍ତାବ ପାରିତ…

ବେଜିଂ,୨୨।୧୦ : ଚାଇନାର ରାଷ୍ଟ୍ରପତି ଭାବେ ଶି ଜିନପିଙ୍ଗ କ୍ଷମତାରେ ତୃତୀୟ ପାଳି ପାଇଁ ରହିବେ। ଏନେଇ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି)ର ଏକ ସପ୍ତାହ ବ୍ୟାପି ବୈଠକ ଶନିବାର ଶେଷ ହୋଇଛି। ପାର୍ଟିର କେନ୍ଦ୍ରୀୟ କମିଟି ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଅଧିକ କ୍ଷମତା ଦେବା ଏବଂ ନିର୍ବାଚନ ସମ୍ପର୍କିତ କେତେକ ପ୍ରସ୍ତାବକୁ ଅନୁମୋଦନ କରିଛି।

ଏନେଇ ପାର୍ଟିର ସମ୍ବିଧାନରେ ସଂଶୋଧନ କରାଯାଇଛି। ପାର୍ଟିର ଚାର୍ଟରରେ ପରିବର୍ତ୍ତନ ଉପରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ ସମସ୍ତ ଦଳର ସଦସ୍ୟ ପାର୍ଟି କେନ୍ଦ୍ରୀୟ କମିଟିରେ ଏବଂ ସମଗ୍ର ପାର୍ଟିରେ କମ୍ରେଡ ଜିନପିଙ୍ଗଙ୍କ ମୂଳ ସ୍ଥିତିକୁ ବଜାୟ ରଖିବେ। ପାଞ୍ଚ ବର୍ଷ ମଧ୍ୟରେ ଅନୁଷ୍ଠିତ ହୋଇଥିବା କଂଗ୍ରେସରେ ୨୦୫ନିୟମିତ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ୧୭୧ ଜଣ ବିକଳ୍ପ ସଦସ୍ୟଙ୍କୁ ମନୋନୀତ କରାଯାଇଛି।

୬୯ ବର୍ଷିୟ ଜିନପିଙ୍ଗ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଛନ୍ତି। ରବିବାର ୨୫ ଜଣିଆ ରାଜନୈତିକ ବ୍ୟୁରୋ ଚୟନ କରିବାକୁ ବୈଠକ ହେବ। ଏହା ପରେ ଦେଶ ପରିଚାଳନା ପାଇଁ ଷ୍ଟାଣ୍ଡିଂ କମିଟିରେ ସାତ କିମ୍ବା ଅଧିକ ସଦସ୍ୟ ଚୟନ କରାଯିବ। ସ୍ଥାୟୀ କମିଟି ସାଧାରଣ ମହାସଚିବ ଚୟନ କରିବେ, ଯିଏ ଦଳର ମୁଖ୍ୟ ତଥା ଦେଶର ମୁଖ୍ୟ ହେବେ। କେନ୍ଦ୍ରୀୟ କମିଟିରେ ନିବାଚିତ ହେବା ସହିତ ଜିନପିଙ୍ଗ ପାର୍ଟିର ମହାସଚିବ ହେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri