ଶିକ୍ଷାରେ ଚୋର

ଓଡ଼ିଶାରେ ପ୍ରଶ୍ନପତ୍ର ପ୍ରଘଟ ଓ ଖାତା ମୂଲ୍ୟାୟନରେ ହେରଫେର ନେଇ ଅତୀତରୁ ଅନେକ ଘଟଣା ଦେଖିଆସୁଛୁ। ଏହା ଦେହସୁହା ହୋଇଗଲା ଭଳି ମନେହେଉଛି। ଅଥଚ ଏହିଭଳି କାର୍ଯ୍ୟ ଘଟାଉଥିବା ବ୍ୟକ୍ତିବିଶେଷମାନେ ନିଜେ ପ୍ରବଳ ମାତ୍ରାର ଅର୍ଥ ଅର୍ଜନ କରିବା ସହିତ ଏହି ରାଜ୍ୟର ଯୁବପିଢ଼ିର ଭବିଷ୍ୟତକୁ ଜାଣିଶୁଣି ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି। ମାଟ୍ରିକ୍‌ ବୋର୍ଡଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପରୀକ୍ଷା, ଚାକିରି ପାଇଁ ହେଉଥିବା ଟେଷ୍ଟ ଅନେକ ସମୟରେ ଏଭଳି ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାରମ୍ବାର ବାତିଲ ମଧ୍ୟ କରାଯାଇଛି। ଯଦି ନଗଦ ଘଟଣାକୁ ଦେଖିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଲାଗି ସ୍ବତନ୍ତ୍ର ଭାବେ କରାଯିବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ବିଷୟ ସପ୍ତାହେ ହେବ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ଶିକ୍ଷକ ବୃତ୍ତିରେ ପ୍ରବେଶ କରିବା ଲାଗି ଓଟିଇଟି ୨୦୧୨ରେ ବାଧ୍ୟତାମୂଳକ କରାଯାଇଥିଲା। ହେଲେ ତା’ ପୂର୍ବରୁ ଯେଉଁମାନେ ଶିକ୍ଷୟିତ୍ରୀଶିକ୍ଷକ ହୋଇଛନ୍ତି, ଯେହେତୁ ସେମାନେ ଏହି ଯୋଗ୍ୟତା ପରୀକ୍ଷାରେ ଉନ୍ନୀତ ହୋଇ ନ ଥିଲେ ସେମାନଙ୍କ ପଦୋନ୍ନତି ଲାଗି ଚଳିତ ବର୍ଷ ସ୍ବତନ୍ତ୍ର ଓଟିଇଟି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ନିଷ୍ପତ୍ତି ନେଇଛି। ନିଶ୍ଚିତ ଭାବେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସେହି ଅନୁଯାୟୀ ଜୁଲାଇ ୨୦ରେ ଏହି ପରୀକ୍ଷା ହେବାର ଥିଲା। ପ୍ରଶ୍ନପତ୍ର ପ୍ରଘଟ ହେବା ଯୋଗୁ ତାହା ଆସନ୍ତା ୩୧ରେ ଅନୁଷ୍ଠିତ ହେବ ବୋଲି ବୋର୍ଡ ଘୋଷଣା କରିଛି।
ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହେବାରୁ ରାଜ୍ୟର ପ୍ରାୟ ୭୫ ହଜାର ଶିକ୍ଷୟିତ୍ରୀଶିକ୍ଷକଙ୍କ ପଦୋନ୍ନତି ବାଧାପ୍ରାପ୍ତ ହୋଇଛି। ଏହି ଘଟଣାକୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଦିନକୁ ଦିନ ନୂଆ ବିଷୟ ପଦାକୁ ଆସିବାରେ ଲାଗିଛି। ଏ ନେଇ ବହୁ ଖୋଳତାଡ଼ ଓ ସବୁଆଡ଼ୁ ସମାଲୋଚନା ହେବା ପରେ ବୋର୍ଡ ଉପସଭାପତି ନୀହାର ରଞ୍ଜନ ମହାନ୍ତିଙ୍କୁ ୩ ଅଗଷ୍ଟରେ ଗିରଫ କରାଯାଇଛି। ଅନ୍ୟତମ ବଡ଼ ମାଛ ଭାବେ ଉପସଭାପତିଙ୍କୁ ଧରାଯାଇଥିବା ବେଳେ ସୁପରମାଛଙ୍କୁ ଧରାଯିବା ଦରକାର ବୋଲି ସୋସିଆଲ ମିଡିଆରେ ହୁରିପଡ଼ିଛି। ଅଦ୍ୟାବଧି ଏହି ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୮ରେ ପହଞ୍ଚତ୍ଛି। ଏମାନଙ୍କ ମଧ୍ୟରେ ଡେଟା ଏଣ୍ଟ୍ରି ଅପରେଟର ଓ କେତେ ଜଣ ଶିକ୍ଷକ ରହିଛନ୍ତି। ଯେମିତି କୌଣସି ଅଘଟଣ, ଦୁର୍ଘଟଣା ବା ଦୁର୍ନୀତି ଭଳି ଅସ୍ବାଭାବିକ ସ୍ଥିତି ଉପୁଜିଲେ ଦେଶରେ ପ୍ରଥମେ ତଳିଆ କର୍ମଚାରୀଙ୍କୁ ଧରାଯାଇ ସେମାନଙ୍କୁ ନିଲମ୍ବିତ କିମ୍ବା ସ୍ଥଳବିଶେଷରେ ଗିରଫ କରାଯାଏ, ତାହାର ପ୍ରତିଫଳନ ଓଡ଼ିଶାରେ ଦେଖିବାକୁ ମିଳିଥାଏ। ଗଣମାଧ୍ୟମ କିମ୍ବା କୌଣସି ଚାପ ଗୋଷ୍ଠୀର ପ୍ରଭାବ ନ ପଡ଼ିବା ଯାଏ ଦୁର୍ନୀତିକୁ ଚାପି ଦେବାର ଗୋଟେ ବିଭାଗୀୟ ଷଡ଼ଯନ୍ତ୍ର ସବୁବେଳେ ରହିଆସିଛି। ଏଭଳି କ୍ଷେତ୍ରରେ ଭାଇ ବିରାଦରି କାମ ଦେଖାଇଥାଏ। ଯଦି ଉପରୋକ୍ତ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବିଭ୍ରାଟକୁ ଦେଖିବା, ତେବେ ପ୍ରଥମେ ଡେଟା ଏଣ୍ଟ୍ରି ଅପରେଟରଙ୍କୁ ନେଇ ଘମାଘୋଟ ଆଲୋଚନା ହେଲା। ଉପସଭାପତିଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନପତ୍ରକୁ ହାତେଇ ସେ ଅନ୍ୟ ଶିକ୍ଷକମାନଙ୍କୁ ତାହା ବିକ୍ରି କରିଥିଲେ ବୋଲି କୁହାଗଲା। ହେଲେ ସବୁଆଡ଼େ ଗୋଟେ କଥା ଗୁଞ୍ଜରିତ ହେଉଛି ଯେ, ଉପସଭାପତିଙ୍କ ଲାପ୍‌ଟପ୍‌କୁ ପ୍ରଶ୍ନପତ୍ର କିଭଳି ଆସିଲା ଓ ସେହି ଲାପ୍‌ଟପ୍‌ର ପାସ୍‌ଓ୍ବାର୍ଡ ଡେଟା ଏଣ୍ଟ୍ରି ଅପରେଟର ପାଇଲେ କେମିତି। କିନ୍ତୁ ତା’ ଠାରୁ ଗର୍ହିତ ବ୍ୟାପାରଟିକୁ ଅନିଶା କଲେ ବୋର୍ଡର ନିୟମ ଉପରକୁ ଦୃଷ୍ଟି ପକାଇବାକୁ ହେବ। ବାସ୍ତବରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଗୋପନୀୟ ମୁଦ୍ରଣ ଓ ପ୍ରଶ୍ନପତ୍ର ବିତରଣ ବୋର୍ଡ ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକଙ୍କ ଦାୟିତ୍ୱ। ହେଲେ କେଉଁ ଆଧାରରେ ଉପସଭାପତିଙ୍କ ଲାପ୍‌ଟପ୍‌ରେ ପ୍ରଶ୍ନପତ୍ରର ସଫ୍ଟ କପି ରହିଥିଲା, ତାହା ବହୁ ଅସମାହିତ ପ୍ରଶ୍ନ ସୃଷ୍ଟି କରିବା ସ୍ବାଭାବିକ।
ଆନୁଆଲ ଷ୍ଟାଟସ ଅଫ୍‌ ଏଜୁକେଶନ ରିପୋର୍ଟ (ଅସର) ପ୍ରତିବର୍ଷ ପ୍ରାଥମିକ ଶିକ୍ଷା ଉପରେ ସର୍ଭେ କରିଥାଏ। କେଉଁବର୍ଷ ଏହା କହିଥାଏ ଯେ ସପ୍ତମ ଶ୍ରେଣୀର କେତେକ ପିଲା ତୃତୀୟ ଶ୍ରେଣୀର ଗଣିତ କରିବାରେ ଅକ୍ଷମ କିମ୍ବା ୫ମ ଶ୍ରେଣୀ ପିଲା ନିଜ ମାତୃଭାଷାର ବର୍ଣ୍ଣମାଳା ମଧ୍ୟ ଠିକ୍‌ ଭାବେ ଜାଣି ନ ଥାଅନ୍ତି। ଅର୍ଥାତ୍‌ ପ୍ରାଥମିକ ଶିକ୍ଷା କେଉଁ ଅବସ୍ଥାରେ ରହିଛି ସେହି ବିଷୟରେ ଏଠାରେ ବେଶି ଆଲୋଚନା କରିବା ଦରକାର ନାହିଁ। କାରଣ ଯେଉଁ ଶିକ୍ଷକ ପଦୋନ୍ନତି ପାଇବା ପାଇଁ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଅସଦ୍‌ଉପାୟ ଅବଲମ୍ବନ କରିବାକୁ ଇଚ୍ଛୁକ ଓ ବୋର୍ଡର ଅଧିକାରୀ ଓ କର୍ମଚାରୀ ସେଥିରେ ପୂର୍ଣ୍ଣ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି, ତାହାଠାରୁ ନିନ୍ଦନୀୟ କଥା କିଛି ହୋଇ ନ ପାରେ। ଖବର ମିଳିଛି ଯେ ବୋର୍ଡ ଉପସଭାପତି ଓ ଡେଟା ଏଣ୍ଟ୍ରି ଅପରେଟରଙ୍କ ମଧ୍ୟରେ ଦୁଇ ତିନି ମାସ ମଧ୍ୟରେ ଫୋନ୍‌ ଯୋଗେ ୧୦୦ ଥର କଥାବାର୍ତ୍ତା ହୋଇଛି। ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ନୁହେଁ। କିନ୍ତୁ ଉଚ୍ଚପଦସ୍ଥ ଉପସଭାପତିଙ୍କ ସହିତ ଜଣେ ତଳତଳିଆ ଡେଟା ଏଣ୍ଟ୍ରି ଅପରେଟରଙ୍କ ବାରମ୍ବାର କଥା ହେବାର କୌଣସି ସ୍ବାଭାବିକ କାରଣ ନ ଥାଏ। ଅର୍ଥାତ୍‌ ଏତେ ଥର କଥା ହେବା ଏକ ଅସ୍ବାଭାବିକ କାର୍ଯ୍ୟ ବୋଲି ଚିନ୍ତା କରାଯାଉଛି। ତେଣୁ ଏଥିରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି। ଗୋଟେ ଧାରଣା ରହିଆସିଛି ଯେ, ରାଜନୈତିକ ବ୍ୟକ୍ତିମାନେ ଅଧିକ ଦୁର୍ନୀତିଗ୍ରସ୍ତ। କିନ୍ତୁ ସବୁ କ୍ଷେତ୍ରରେ ବାସ୍ତବ ଶାସନ ଅମଲାଙ୍କ ହାତରେ ଥାଏ। ଉଚ୍ଚପଦାଧିକାରୀଙ୍କଠାରୁ ଆରମ୍ଭ କରି କିରାଣିଙ୍କ ପର୍ଯ୍ୟନ୍ତ ଫାଇଲ ଗତି କରୁଥିବାରୁ ସବୁ ସ୍ତରରେ ଅର୍ଥ କାରବାରର ପର୍ଯ୍ୟାପ୍ତ ସୁଯୋଗ ରହିଛି। ତେଣୁ ସବୁକିଛି ସମ୍ପାଦନ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ଦେହର ଊର୍ଦ୍ଧ୍ୱରେ ରହିବା ଦରକାର। ତାହା ହୋଇପାରୁ ନ ଥିବାରୁ ଦୁର୍ନୀତି, ସ୍କାମ୍‌, ପ୍ରଶ୍ନପତ୍ର ପ୍ରଘଟ ଭଳି ଯାବତୀୟ ଧରଣର ଅସଙ୍ଗତି ବଢ଼ିଚାଲିଛି। ଫଳରେ ଦେଶର ମୌଳିକ ଭିତ୍ତିଭୂମିର ସର୍ବାଗ୍ରେ ଥିବା ଶିକ୍ଷା ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ। ଯେଉଁ ଜାତିର ଶିକ୍ଷା ଅଧୋଗତି ଦେଇ ଗତିକରିବ ସେହି ଜାତି ଧ୍ୱଂସ ପାଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?