ଟେସଲା କାର୍‌କୁ ହ୍ୟାକ୍‌ କରି ଦେଖାଇଲେ

ନୁୟର୍କ,୧୮।୧: ଜର୍ମାନୀର ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଡେଭିଡ୍‌ କଲମ୍ବୋ ଦୁର୍ଘଟଣା ବଶତଃ ଏକ ବଡ଼ ଆବିଷ୍କାର କରିଛନ୍ତି।

ସେ ଏକ ଫ୍ରେଞ୍ଚ କମ୍ପାନୀର ସିକ୍ୟୁରିଟି ଅଡିଟ୍‌ କଲା ବେଳେ ଅସାଧାରଣ ସଫ୍ଟଓ୍ବେୟାର ପ୍ରୋଗ୍ରାମ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କମ୍ପାନୀର ନେଟଓ୍ବର୍କରେ ଥିବା ସେହି ସଫ୍ଟଓ୍ବେୟାର ପ୍ରଘଟ କରିଥିଲା, ଟେସଲା ଇଙ୍କ. ଗାଡ଼ିରେ ବ୍ୟବହୃତ ଟେକ୍‌ନୋଲୋଜୀର ସମସ୍ତ ତଥ୍ୟ। ତାହା ମାଧ୍ୟମରେ କାର କେଉଁଠାରେ ଚଲାଯାଉଛି ଏବଂ ଏହାର ସଠିକ୍‌ ଅବସ୍ଥାନର ସମ୍ପୂର୍ଣ୍ଣ ବିବରଣୀ ଜାଣି ହେଉଛି। କେବଳ ଏତିକି ନୁହେଁ, ସେହି ସଫ୍ଟଓ୍ବେୟାରର ଦ୍ୱାରା ଟେସଲ କାରକୁ ହାଇଜାକ୍‌ କରିହେବ ଜାଣିବାକୁ ପାଇଥିଲେ କଲମ୍ବୋ। ତେବେ କାରକୁ ସମ୍ପୂର୍ଣ୍ଣ ରୂପେ ନହେଲେ କାରର ଗାଡ଼ିର ଡୋର ଖୋଲିବା, ବନ୍ଦ କରିବା, ମ୍ୟୁଜିକ୍‌ ଅନ୍‌ କରିବା ଏବଂ ସିକ୍ୟୁରିଟି ଫିଚର୍ସ ଭଳି ଫଙ୍କଶନକୁ ନିୟନ୍ତ୍ରିତ କରିହେବ। କିନ୍ତୁ ସେ କାର ଷ୍ଟେରିଂ, ବ୍ରେକ ଓ ଅନ୍ୟ ଅପରେଶନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।

କଲମ୍ବୋ ଗତ ସପ୍ତାହରେ ଟୁଇଟର ପୋଷ୍ଟ ଜରିଆରେ କହିଥିଲେ, ୟୁରୋପ ଓ ଉତ୍ତର ଆମେରିକା ସମେତ ୧୩ ଦେଶର ୨୫ ଟେସଲା ଗାଡ଼ି ଉପରେ ସଫ୍ଟଓ୍ବେୟାର ଆକ୍ରମଣ ହୋଇପାରେ। ପରବର୍ତ୍ତୀ ବଶ୍ଳେଷଣ ଇଙ୍ଗିତ କରୁଛି ଟେସଲାର ସେଭଳି ୧୦୦ରୁ ଅଧିକ ଗାଡ଼ି ରହିଥାଇପାରେ। ତେବେ ଏହାର ଅର୍ଥ ନୁହେଁ ଟେସଲା ଗାଡ଼ି କିମ୍ବା କମ୍ପାନୀର ନେଟଓ୍ବାର୍କରେରେ କିଛି ତ୍ରୁଟି ଅଛି। କିନ୍ତୁ ଓପେନ ସୋର୍ସରୁ ଉପଲବ୍ଧ ଥିବା ସଫ୍ଟଓ୍ବେୟାର ଦ୍ୱାରା ଟେସଲା କାରର ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଇ ପାରୁଛି।

ତେବେ ଏହା ଉପରେ ଟେସଲା କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ। କିନ୍ତୁ କଲମ୍ବୋ ତାଙ୍କ ଆବିଷ୍କାର ସମ୍ପର୍କୀତ ସ୍କ୍ରିନଶଟ୍‌ ଓ ଅନ୍ୟ ତଥ୍ୟ ଟୁଇଟ୍‌ କରିବା ପରେ କମ୍ପାନୀର ସିକ୍ୟୁରିଟି ଦଳର ଜଣେ ସଦସ୍ୟ ତାଙ୍କୁ ଯୋଗାଯୋଗ କରିଥିଲେ। ଆମେରିକାର ନ୍ୟାଶନାଲ ହାଇଓ୍ବେ ଟ୍ରାଫିକ ସେଫଟି ଆଡମିନିଷ୍ଟ୍ରେଶନ ପ୍ରବକ୍ତା ଏ ସମ୍ପର୍କରେ ଟେସଲାକୁ ଯୋଗାଯୋଗ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri