ନାଟମଣ୍ଡପର ଯାଞ୍ଚ କଲା ବିଶେଷଜ୍ଞ ଟିମ୍‌

ପୁରୀ ଅଫିସ,୨୭ା୧୧: ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ଫାଟ ଦେଖାଦେଇଛି। ଏନେଇ ରବିବାର ନାଟମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍‌ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍‌। କ୍ରାକ୍‌ ମିଟର ମନିଟରିଂ କରାଯାଇଛି। ଏଏସ୍‌ଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏଏସ୍‌ଆଇ ଟିମ୍‌ ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଥିଲା। ଏହି ସମୟରେ ସେ ଓ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକ ଓ ଆଇଆଇଟି ଚେନ୍ନାଇରୁ ପ୍ରଫେସର ଅରୁଣ ମେନନ ଉପସ୍ଥିତ ଥିଲେ। ନାଟମଣ୍ଡପ ଉପରକୁ ଯାଇ ସମସ୍ତେ ସ୍ଥିତି ଦେଖିଥିଲେ। ପରେ ଏନେଇ ଏକ ଆଲୋଚନା ବୈଠକରେ ଏଏସ୍‌ଆଇ ଓ ଟେକ୍ନିକାଲ କମିଟି ସଦସ୍ୟମାନେ ନିଜ ନିଜର ମତ ଦେଇଥିଲେ। ଖୁବ୍‌ଶୀଘ୍ର ଏଏସ୍‌ଆଇ ଓ କୋର୍‌ କମିଟି ଶେଷ ନିଷ୍ପତ୍ତି ନେଇ କାମ ଆରମ୍ଭ କରିବ।