ପାଟଣା,୨୪ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ଗ୍ରାମର ଜଣାଶୁଣା ଧର୍ମପରାୟଣ, ସାମାଜିକ କର୍ମୀ, ସୁଲେଖକ, ସଂଗଠକ ଗଦାଧର ମହାନ୍ତଙ୍କ ଶୁକ୍ରବାର ରାତିରେ ୮୭ବର୍ଷ ବୟସରେ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ଅମାୟିକ, ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ। ସେ ଜିଲା ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ନିଜକୁ ନିୟୋଜିତ କରିଥିଲେ। ପାଟଣା ଶିଶୁ ବିଦ୍ୟାମନ୍ଦିର, ପ୍ରଜ୍ଞା ସାହିତ୍ୟ ସଂସଦ, ପାରାୟଣ କମିଟିର ପଦ ପଦବୀରେ ଥିଲେ। ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଶନିବାର ବୈତରଣୀ ନଦୀର ଶ୍ମଶାନରେ ସମ୍ପନ୍ନ ହୋଇଛି। ବଡ଼ ପୁଅ ନିର୍ମଳ ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ବଡ଼ ପୁଅ ଡାକ୍ତର ନିର୍ମଳ ମହାନ୍ତ, ସାନ ପୁଅ ଦେବେନ୍ଦ୍ର, ଝିଅ ହରପ୍ରିୟା ଜ୍ୱାଇଁ, ବୋହୂ, ନାତି, ନାତୁଣୀ ଉପସ୍ଥିତ ଥିଲେ। ପାଟଣାଅଞ୍ଚଳ ବହୁ ବିଶିଷ୍ଟ ବ୍ୟକ୍ତି ପାଟଣା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ସାମାଜିକ କର୍ମୀ ପ୍ରମୋଦ କୁମାର ଭଞ୍ଜ ଦେଓ, ଲକ୍ଷ୍ମଣ କୁମାର ଦାଶ, ସନାତନ ଦାଶ, ବିଦ୍ୟାଧର ମହାନ୍ତ, ଅରୁଣ କୁମାର ମିଶ୍ର, ଅଜୟ କୁମାର ଦାଶ, ବୁଲୁ ଭଞ୍ଜ, ବଳଭଦ୍ର କର, ପ୍ରଶାନ୍ତ କୁମାର ଭଞ୍ଜଦେଓ, ପ୍ରମୋଦ କୁମାର ମହାନ୍ତ , ଗଣେଶ୍ୱର କର, ନାରାୟଣ ବାରିକ, ଶିଳ୍ପପତି ବିବେକାନନ୍ଦ ଦାଶ, ସ୍ବୟଂ ସେବକ ସଂଘର ବିରଞ୍ଚି ମହାନ୍ତ, ସଞ୍ଜୀବ କୁମାର ମହାନ୍ତ, ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଶେଷ ଦର୍ଶନ କରିଥିଲେ। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବଡ଼ ପାଟଣା ସରପଞ୍ଚ ବିନତୀ ବାନାରା, ବ୍ୟଙ୍ଗ ସାହିତି୍ୟକ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

