ବାଳସୁଧାର ଗୃହରେ ଆତ୍ମହତ୍ୟା କଲେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୨୯ା୬ : ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଜଣେ ଅନ୍ତେବାସୀ ରବିବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଏନେଇ ଥାନାଧିକାରୀ ଶାରଦା ପ୍ରସନ୍ନ ଦାସ ସୋମବାର ସୂଚନା ଦେଇଛନ୍ତି। ଅନ୍ତେବାସୀ ଜଣକ ନବରଙ୍ଗପୁର ଜିଲାର ହୋଇଥିବା ବେଳେ ପ୍ରାୟ ମାସକ ତଳେ ଏକ ପୋକ୍ସ ମାମଲାରେ ବାଳସୁଧାର ଗୃହକୁ କୋର୍ଟ ନିର୍ଦ୍ଦେଶରେ ଆସିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି ।