Posted inଜାତୀୟ

ଆତ୍ମନିର୍ଭର ଭାରତ ଆଡ଼କୁ ଏକ ପାଦ

ନୂଆଦିଲ୍ଲୀ,୮।୯(ପି.ଟି.): ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଆତ୍ମନିର୍ଭର ଭାରତ ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ କରିବାରେ ବେଶ୍‌ ସହାୟକ ହୋଇପାରିବ ବୋଲି ଶିକ୍ଷା ନୀତି ଉପରେ ସୋମବାର ଆୟୋଜିତ ରାଜ୍ୟପାଳ ସମ୍ମିଳନୀ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଆଶା- ଆକାଂକ୍ଷା ଓ ଆବଶ୍ୟକତା ଅନୁଯାୟୀ ଜାତୀୟ ଶିକ୍ଷା ନୀତି ଦେଶବାସୀ ବିଶେଷକରି ଯୁବଗୋଷ୍ଠୀକୁ ଆଗକୁ ଆଗେଇ ନେବାରେ ବେଶ୍‌ ସକ୍ଷମ ହେବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶର ଆକାଂକ୍ଷାକୁ ପୂରଣ କରିବା ପାଇଁ ଶିକ୍ଷା ନୀତି ଏବଂ ଶିକ୍ଷା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ନୂତନ ଶିକ୍ଷା ନୀତିରେ ପଢ଼ିବା ପରିବର୍ତ୍ତେ ଶିକ୍ଷଣ ଉପରେ ଧ୍ୟାନ ଦିଆଯିବା ସହ ପାଠ୍ୟକ୍ରମ ବାହାରେ ଗଭୀର ଚିନ୍ତାଧାରାକୁ ଗୁରୁତ୍ୱ ଦେବାର ବ୍ୟବସ୍ଥା କରାଯାଇଛି। ଏହି ନୀତି ପ୍ରକ୍ରିୟା ଅପେକ୍ଷା ଅଧିକ ଉତ୍ସାହ, ବ୍ୟବହାରିକ ଏବଂ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ ଦେଇଛି। କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଶିକ୍ଷା ବ୍ୟବସ୍ଥା ଦ୍ୱାରା ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷ ଏହି ଶିକ୍ଷାନୀତି ସହିତ ଜଡ଼ିତ। ହେଲେ ଏହା ମନେରଖିବାକୁ ହେବ ଯେ, ଶିକ୍ଷାନୀତି ଉପରେ ଅନ୍ୟମାନଙ୍କ ହସ୍ତକ୍ଷେପ ନ ରହିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ପୂର୍ବର ଶିକ୍ଷାନୀତି ଅନୁସାରେ ଜଣେ ଛାତ୍ର +୨ରେ ଏକ ନିର୍ଦ୍ଧିଷ୍ଟ ବିଭାଗ(ଷ୍ଟ୍ରିମ୍‌)କୁ ବାଛିବାକୁ ବାଧ୍ୟ ହେଉଥିଲା। ଯାହାକି ତାକୁ ବୁଝିବାରେ ଅଧିକ ସମୟ ଲାଗି ଯାଉଥିଲା। ଏହି ସମସ୍ୟାଗୁଡ଼ିକର ସମାଧାନ ନୂଆ ଶିକ୍ଷାନୀତିରେ କରାଯିବାକୁ ଚେଷ୍ଟା କରାଯାଇଛି। ପିଲାଟିଏ ତା’ର ନିଜର ସୁବିଧା ଅନୁସାରେ ବିଷୟ ନେଇ ପଢ଼ିପାରିବ। ଏପରି କି ନୂଆ ଶିକ୍ଷାନୀତିରେ କମ୍‌ ବୟସରେ ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରତି ମନୋନିବେଶ କରିବାକୁ ସୁଯୋଗ ଦିଆଯାଇଛି, ଯାହାଫଳରେ ଯୁବାବସ୍ଥାରେ ସେମାନେ ଆତ୍ମନିର୍ଭର ହେବା ସହ ଏକ ସୁନ୍ଦର ଜୀବନ ଯାପନ କରିପାରିବେ ବୋଲି ମୋଦି କହିଛନ୍ତି।
ଉଚ୍ଚତର ଶିକ୍ଷାକୁ ବାସ୍ତବତାରେ ରୂପାନ୍ତରିତ କରିବାରେ ରାଜ୍ୟପାଳଙ୍କ ଭୂମିକାକୁ ନେଇ ଏନ୍‌ଇପି-୨୦୨୦ ଶୀର୍ଷକ ସମ୍ମିଳନୀ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜନ କରାଯାଇଛି। ଦୀର୍ଘ ୩୪ବର୍ଷ ପରେ ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଭାବେ ଏନ୍‌ଇପି-୨୦୨୦କୁ ମଞ୍ଜୁରୀ ମିଳିଛି। ଗତ ଜୁଲାଇ ୨୯ରେ କେନ୍ଦ୍ର କ୍ୟାବିନେଟ ଜାତୀୟ ଶିକ୍ଷାନୀତି-୨୦୨୦କୁ ମଞ୍ଜୁରୀ ଦେଇଛି। ଉଭୟ ବିଦ୍ୟାଳୟ ଓ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଏନ୍‌ଇପି-୨୦୨୦ର ଲକ୍ଷ୍ୟ ଅଟେ। ଭାରତକୁ ଏକ ସମାନତା ଏବଂ ଚଳଚଞ୍ଚଳ ଜ୍ଞାନଭିିତ୍ତିକ ସମାଜ ଭାବେ ଗଢ଼ିତୋଳିବା ହେଉଛି ନୂଆ ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ। ଭାରତକୁ ପ୍ରତ୍ୟକ୍ଷ ଭାବେ ଏକ ବିଶ୍ୱ ଶକ୍ତିରେ ରୂପାନ୍ତରିତ କରିବା ପାଇଁ ଏହି ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳର ଜଣେ ଶିକ୍ଷକ ହୁଅନ୍ତୁ ବା ବଡ଼ ଶିକ୍ଷାବିତ୍‌ ହୁଅନ୍ତୁ, ସମସ୍ତେ ଜାତୀୟ ଶିକ୍ଷାନୀତି ଉପରେ ଦୃଷ୍ଟି ରଖିଛନ୍ତି। ସମସ୍ତଙ୍କର ଭାବନା ଯେ, ନୂଆ ଶିକ୍ଷାନୀତିରେ ହୋଇଥିବା ପରିବର୍ତ୍ତନ ଉଚିତ ଏବଂ ସମୟୋପଯୋଗୀ ଅଟେ। ଆଜି ଦ୍ରୁତ ପରିବର୍ତ୍ତନଶୀଳ ଚାକିରି, ଭବିଷ୍ୟତର କାର୍ଯ୍ୟ ପ୍ରଣାଳୀ ଉପରେ ବିଶ୍ୱ ଆଲୋଚନା କରୁଛି। ତେଣୁ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ଏହି ନୀତି ଦେଶର ଯୁବବର୍ଗଙ୍କୁ ନୂଆ ଜ୍ଞାନ ଏବଂ କୌଶଳ ଉଭୟ ଦିଗରେ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି ରାଜ୍ୟପାଳ ସମ୍ମିଳନୀରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀ, ବିଶ୍ୱବିଦ୍ୟାଳୟର କୁଳପତି ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri