ଉନ୍ମୋଚନ ହେବ ସଂଗ୍ରାମୀ ପରୀ ବେୱାଙ୍କ ପ୍ରତିମୂର୍ତ୍ତି

ବାସୁଦେବପୁର,୨୮ା୯(ନାରାୟଣ ପ୍ରସାଦ ବାରିକ)ଭଦ୍ରକ ଜିଲା ବାସୁଦେବପୁର ଇରମ ମେଳଣ ପଡ଼ିଆଠାରେ ବ୍ରିଟିଶ ଫୌଜଙ୍କ ଗୁଳିରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଦିବସ ପ୍ରତିବର୍ଷ ପାଳିତ ହୋଇଥାଏ। ଚଳିତ ବର୍ଷ ଗୁରୁବାର ସ୍ମୃତିଦିବସ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ମହିଳା ଶହୀଦ ପରୀ ବଓ୍ବୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଦିବସ ପାଳନ ନେଇ ପୋଲିସ ଓ ପ୍ରଶାସନ ତତ୍ପର ଥିବା ବେଳେ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି।
ଯେ, ୧୯୪୨ ସେପ୍ଟେମ୍ବର ୨୮ରେ ରକ୍ତତୀର୍ଥ ଇରମ ମେଳନ ପଡ଼ିଆରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ହୋଇଥିଲା। ସ୍ବାଧୀନତା ଆଣିବା ପାଇଁ ବାସୁଦେବପୁର ତଥା ନଦୀଘେର ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ୱ ସଂଗ୍ରାମୀ ପଡ଼ିଆଠାରେ ଇଂରେଜ ସରକାରଙ୍କ ବିରୋଧରେ ଏକଜୁଟ ହୋଇ ସଭା କରୁଥିବା ବେଳେ ବ୍ରିଟିଶ ଫୌଜ ସଂଗ୍ରାମୀଙ୍କ ଉପରକୁ ଅଚାନକ ଗୁଳିବର୍ଷଣ କରିଥିଲେ। ଗୁଳିରେ ୨୯ ଜଣ ସଂଗ୍ରାମୀ ଶହୀଦ ହୋଇଥିବା ବେଳେ ୫୬ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ଏହି ଐତିହାସିକ ଇରମ ଗୁଳିକାଣ୍ଡକୁ ଦ୍ୱିତୀୟ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଭାବେ ଆଖ୍ୟା ଦିଆଯାଏ। ଶହୀଦ ପୀଠର ପୂର୍ଣ୍ଣ ବିକାଶ ପାଇଁ ରାଜ୍ୟ ସରକାର ୨୦୧୪-୧୫ରେ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଥିଲେ। ଏଥିସହ ସଂସ୍କୃତି, ପର୍ଯ୍ୟଟନ ବିଭାଗ ପ୍ରଦତ୍ତ ଅର୍ଥରେ ପୀଠର ଉନ୍ନତୀକରଣ ହୋଇଥିବା ବେଳେ ଚଳିତବର୍ଷ ଏହି ପୀଠକୁ ମୁଖ୍ୟମନ୍ତ୍ରୀ ଉନ୍ନୟନ ଯୋଜନାରେ ସାମିଲ କରାଯାଇ ବିକାଶ କାର୍ଯ୍ୟ ଚାଲୁରହିଛି। ଚଳିତ ବର୍ଷ ପୀଠର ୮୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ଯୋଗଦେବା କାର୍ଯ୍ୟକ୍ରମ ଥିବା ବେଳେ ପୋଲିସ ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଛି। ଅତିଥିମାନେ ପୂର୍ବାହ୍ନ ୧୧ଟା ବେଳେ ଶ୍ରଦ୍ଧାଞ୍ଜଳି ଦେବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି।
ଭାରତ ଛାଡ଼ ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ମଧ୍ୟରୁ ପରୀ ବେୱା ହେଉଛନ୍ତି ପ୍ରଥମ ମହିଳା ଶହୀଦ। ବିଳମ୍ବରେ ହେଲେ ମଧ୍ୟ ତାଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଶହୀଦ ସ୍ମୃତି ଦିବସରେ ଉନ୍ମୋଚିତ ହେବ। ସେହିପରି ଶହୀଦଙ୍କ ମଧ୍ୟରୁ ବିଜୁଳି ଦାସ ହେଉଛନ୍ତି ସର୍ବକନିଷ୍ଠତମ ଶହୀଦ ବାଳକ। ବ୍ରିଟିଶ ଫୌଜଙ୍କ ପୋଷାକରେ ପରିସ୍ରାକରି ଜାଳିଦେବାକୁ ଉଦ୍ୟମ କରିଥିବା ସଂଗ୍ରାମୀ ମଣି ବେଜ, ବ୍ରିଟିଶ ଫୌଜଙ୍କୁ ଗମେଈ ନଦୀରେ ଡଙ୍ଗାରେ ପାରକରାଇ ଦେଇ ନ ଥିବା ନାଉରିଆ କୁଶ ତରାଇ ଏହି ଅଞ୍ଚଳ ପାଇଁ ଗୌରବ ଅଟନ୍ତି।
ଶହୀଦ ଓ ସଂଗ୍ରାମୀଙ୍କ ପରିବାରର ଆର୍ଥିକ, ସାମାଜିକ ଚିତ୍ର ବଦଳାଇବା ସହ ପୀଠର ପୂର୍ଣ୍ଣ ବିକାଶ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟିଦେବାକୁ ବାସୁଦେବପୁରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri