ଆସିବ ସ୍ବତନ୍ତ୍ର ଯୁବ ବଜେଟ

ଭୁବନେଶ୍ୱର,୨୫।୪(ଅନିଲ ଦାସ)/ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା/ଶେରଗଡ଼(ସୂର୍ଯ୍ୟନାରାୟଣ ଦାଶ)ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ହେବ। ଯୁବ ବର୍ଗଙ୍କ ପାଇଁ ରାଜ୍ୟରେ ଆସିବ ସ୍ବତନ୍ତ୍ର ଯୁବ ବଜେଟ। ୨୦୨୪ରୁ ୨୦୩୪ ଦଶକ ହେବ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ। ଯୁବ ବଜେଟରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶ ଉପରେ ଫୋକସ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡ଼ରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ଏହା କହିିଛନ୍ତି।

ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ଜନସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୪ରୁ ୨୦୩୪ ହେବ ଓଡ଼ିଶାର ଦଶକ। ଏହି ସମୟରେ ଓଡ଼ିଶା ତା’ର କାମ ପାଇଁ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ। ୨୦୩୬ରେ ଯେତେବେଳେ ଓଡ଼ିଶା ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମ ରାଜ୍ୟ ହେବ ଦେଶର ଏକନମ୍ବର ରାଜ୍ୟ।
ବିରୋଧୀ ଦଳକୁ କଡ଼ା ସମାଲୋଚନା କରି ନବୀନ କହିଛନ୍ତି, ବିକାଶ ଆମର ପରିଚୟ ହୋଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ସବୁବେଳେ ଅଯଥା ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରୁଛନ୍ତି, ଅପପ୍ରଚାର କରୁଛନ୍ତି । ଓଡ଼ିଶାବାସୀ ସେମାନଙ୍କ ଅସଲ ରୂପକୁ ଚିହ୍ନିଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହେବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଯୋଡ଼ି ଶଙ୍ଖ ହେଉଛି ଓଡ଼ିଶା ବିକାଶର ପରିଚୟ। ଓଡ଼ିଶାର ସାଢ଼େଚାରି କୋଟି ଲୋକଙ୍କ ଆଶୀର୍ବାଦରେ ବିଜେଡି ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକ ସଭାରେ ବିପୁଳ ବିଜୟ ହାସଲ କରିବ। ବିଜୁ ଜନତା ଦଳ ସବୁବେଳେ ଏକନମ୍ବର ଦଳ ହୋଇ ରହିଆସିଛି। ଜନତାଙ୍କ ଆଶୀର୍ବାଦରେ ଏହି ନିର୍ବାଚନରେ ମଧ୍ୟ ପୁଣି ଥରେ ଏକନମ୍ବର ହେବ ଓ ବିକାଶର ଯାତ୍ରାକୁ ଆହୁରି ମଜଭୁତ କରିବ।
ହିଞ୍ଜିଳିବାସୀଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢ଼େଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର। ଏହି ସାଢ଼େଚାରି କୋଟି ପରିବାର ସଦସ୍ୟଙ୍କ କଲ୍ୟାଣ ପାଇଁ ସେ ସବୁବେଳେ କାମ କରିଚାଲିଛନ୍ତି ଓ ଶେଷ ପର୍ଯ୍ୟନ୍ତ କରିଚାଲିବେ ବୋଲି କହିଛନ୍ତି। ହିଞ୍ଜିଳି-ଶେରଗଡ଼ ଆଜି ସାରା ଦେଶରେ ବିକାଶର ଏକ ମଡେଲ ହୋଇଛି। ୫-ଟି ରୂପାନ୍ତର ଯାତ୍ରାରେ ହିଞ୍ଜିଳି-ଶେରଗଡ଼ବାସୀଙ୍କ ସହଯୋଗର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡ଼ିଶାର ଚାଷୀମାନେ, ମିଶନ ଶକ୍ତି ମା’ମାନେ ବିନା ସୁଧରେ ଋଣ ପାଉଛନ୍ତି। ସଶକ୍ତ ଓଡ଼ିଶା ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ।

ଏହି ସଭାରେ ଯୋଗଦେଇ ବିଜୁ ଜନତା ଦଳ ନେତା କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇ କହିଛନ୍ତି, ହିଞ୍ଜିଳି-ଶେରଗଡ଼ ହେଉଛି ଦେଶର ଏକନମ୍ବର ନିର୍ବାଚନମଣ୍ଡଳୀ। ହିଞ୍ଜିଳି-ଶେରଗଡ଼ର ବିଧାୟକ ହେଉଛନ୍ତି ଦେଶର ଏକନମ୍ବର ବିଧାୟକ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ। ତେଣୁ ଆପଣମାନେ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇ ତାଙ୍କର ଏକନମ୍ବର ସ୍ଥାନ ବଜାୟ ରଖନ୍ତୁ ବୋଲି ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହି ସଭାରେ ଯୋଗଦେଇ ଏମ୍‌ପି ପ୍ରାର୍ଥୀ ରଞ୍ଜିତା ସାହୁ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଏମ୍‌ପି ପ୍ରମିଳା ବିଶୋଇ ପ୍ରମୁଖ ନିଜ ନିଜ ଅଭିଭାଷଣରେ ବିଜୁ ଜନତା ଦଳକୁ ଜିତାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri