ରାୟଗଡ଼ା ଓଭରବ୍ରିଜ୍‌ର ସ୍ଥିତି ଯାଞ୍ଚ କଲା ସ୍ବତନ୍ତ୍ର ଟିମ୍‌

ରାୟଗଡ଼ା ଅଫିସ,୪ା୧୧: ଗୁଜରାଟ ଝୁଲାପୋଲ ଭୁଶୁଡ଼ିବା ପରେ ଜାତୀୟ ରାଜପଥ ବିଭାଗର ଚେତା ପଶିଛି। ଦୀର୍ଘଦିନ ଧରି ଅବହେଳିତ ଏବଂ ବିପଜ୍ଜନକ ଅବସ୍ଥାରେ ରହିଥିବା ରାୟଗଡ଼ା ଓଭରବ୍ରିଜ୍‌ର ମରାମତି ପାଇଁ ବିଭାଗୀୟ ଅଧିକାରୀ ତପତ୍ରତା ପ୍ରକାଶ କରିଛନ୍ତି। ବୁଧବାର ଭୁବନେଶ୍ୱରରୁ ଟେଷ୍ଟିଂ ଟିମ୍‌ ଆସି ଉକ୍ତ ଓଭରବ୍ରିଜ୍‌ର ସ୍ଥିତି ଯାଞ୍ଚ କରିଛନ୍ତି।
ଭୁବନେଶ୍ୱର ସ୍ଥିତ ଘରୋଇ ସଂସ୍ଥା ନିୟୁଜେନ୍‌ ପ୍ରାଇଭେଟ୍‌ ଲିମିଟେଡକୁ ଟେଷ୍ଟିଂ ଦାୟିତ୍ୱ ଦିଆଯାଇଛି। ସଂସ୍ଥାର ଯନ୍ତ୍ରୀ ବିକାଶ ବେହେରା ନିଜ ଟିମ୍‌ ସହ ରାୟଗଡ଼ା ଆସି ରିବାଉଣ୍ଡିଂ ହାମର୍‌ ଟେଷ୍ଟିଂ କରିଛନ୍ତି ା ଫ୍ଲାଏ ଓଭର ବିଶେଷ କ୍ଷତି ହୋଇ ନ ଥିବା ଏବଂ ମରାମତି କରାଯାଇପାରିବ ବୋଲି ଜାତୀୟ ରାଜପଥ ବିଭାଗ କନିଷ୍ଠ ଯନ୍ତ୍ରୀ ଭଞ୍ଜ କିଶୋର ସିଂ ସୂଚନା ଦେଇଛନ୍ତି। ୧୦ ଦିନ ମଧ୍ୟରେ ଅନ୍ୟ ଏକ ଟିମ୍‌ ପୁଣି ଆସି ଏହାର ଲୋଡ୍‌ ଟେଷ୍ଟ ଏବଂ ନନ୍‌ ଡେଷ୍ଟ୍ରକ୍ଟିଭ୍‌ ଟେଷ୍ଟ କରିବେ ବୋଲି ସେ ସୂଚନା ଦେଇଛନ୍ତି ା
ପ୍ରକାଶଯୋଗ୍ୟ, ରାୟଗଡ଼ାକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ତଥା ସହରର ଏପାଖରୁ ସେପାଖକୁ ସଂଯୋଗ ପାଇଁ ରହିଥିବା ଏହି ଏକମାତ୍ର ଫ୍ଲାଏ ଓଭର ବିପଜ୍ଜନକ ଅବସ୍ଥାରେ ରହିଛି ା ପ୍ରତ୍ୟେକ ଦିନ ଏହା ଉପର ଦେଇ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି। ହେଲେ ଜାତୀୟ ରାଜପଥ ବିଭାଗର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଏହାର ଅବସ୍ଥା ଖରାପ ହୋଇଛି। ପୂର୍ବରୁ ରେଳଲାଇନ୍‌ ଦେଇ ଯାତାୟତର ସୁବିଧା ଥିଲ। ହେଲେ ଟ୍ରେନ୍‌ ଚଳାଚଳ ଯୋଗୁ ବିଭିନ୍ନ ଆକସ୍ମିକ ଦୁର୍ଘଟଣା ପରେ ୧୯୯୯ ରେ ଏହି ଫ୍ଲାଏଓଭର ନିର୍ମାଣ କରାଯାଇଥିଲା। ପରବର୍ତ୍ତି ସମୟରେ ସହର ଦେଇ ଯାଇଥିବା ମୁଖ୍ୟ ସଡ଼କ ଜାତୀୟ ରାଜପଥ ଭାବେ ଘୋଷଣା ହୋଇ ୩୨୬ ନଂ ଜାତୀୟ ରାଜପଥରେ ମିଶିଥିଲା। ୨୦୧୮ରେ ଏହି ଫ୍ଲାଏ ଓଭରର ରକ୍ଷଣାବେକ୍ଷଣ ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ହୋଇଥିଲା। ୨ଶହ ମିଟରର ଫ୍ଲାଏ ଓଭରରେ ହଜାର ହଜାର ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏଭଳିକି ବ୍ରିଜର ଛାତରେ ରହିଥିବା ଚାନେଲ ପ୍ଲେଟ ଗୁଡ଼ିକ ବାହାରି ଦେଖାଗଲାଣି। ଫଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କନିଷ୍ଠ ଯନ୍ତ୍ରୀ ସିଂ ସୂଚନା ଅନୁଯାୟୀ ୨୦୧୯-୨୦ ରେ ଫ୍ଲାଏଓଭର ଏବଂ ଜେକେପୁର ସ୍ଥିତ ନାଗାବଳୀ ନଦୀ ବ୍ରିଜ୍‌ ମରାମତି ପାଇଁ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ପରଠାରୁ ଅନ୍ୟ କୌଣସି ଅନୁଦାନ ଆସିନାହିଁ। ଏହାର ପ୍ରକୃତ ରକ୍ଷଣାବେକ୍ଷଣ ଏବଂ ମରାମତି ନେଇ ମନ୍ତ୍ରୀ, ଏମପି, ପୂର୍ବତନ ରାଜ୍ୟସଭା ସଦସ୍ୟ ପ୍ରମୁଖ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍‌ ରହିଥିଲେ। ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଏବେ ଶୀଘ୍ର ଏହାର ମରାମତି ହେବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri