ରାୟଗଡ଼ା ଓଭରବ୍ରିଜ୍‌ର ସ୍ଥିତି ଯାଞ୍ଚ କଲା ସ୍ବତନ୍ତ୍ର ଟିମ୍‌

ରାୟଗଡ଼ା ଅଫିସ,୪ା୧୧: ଗୁଜରାଟ ଝୁଲାପୋଲ ଭୁଶୁଡ଼ିବା ପରେ ଜାତୀୟ ରାଜପଥ ବିଭାଗର ଚେତା ପଶିଛି। ଦୀର୍ଘଦିନ ଧରି ଅବହେଳିତ ଏବଂ ବିପଜ୍ଜନକ ଅବସ୍ଥାରେ ରହିଥିବା ରାୟଗଡ଼ା ଓଭରବ୍ରିଜ୍‌ର ମରାମତି ପାଇଁ ବିଭାଗୀୟ ଅଧିକାରୀ ତପତ୍ରତା ପ୍ରକାଶ କରିଛନ୍ତି। ବୁଧବାର ଭୁବନେଶ୍ୱରରୁ ଟେଷ୍ଟିଂ ଟିମ୍‌ ଆସି ଉକ୍ତ ଓଭରବ୍ରିଜ୍‌ର ସ୍ଥିତି ଯାଞ୍ଚ କରିଛନ୍ତି।
ଭୁବନେଶ୍ୱର ସ୍ଥିତ ଘରୋଇ ସଂସ୍ଥା ନିୟୁଜେନ୍‌ ପ୍ରାଇଭେଟ୍‌ ଲିମିଟେଡକୁ ଟେଷ୍ଟିଂ ଦାୟିତ୍ୱ ଦିଆଯାଇଛି। ସଂସ୍ଥାର ଯନ୍ତ୍ରୀ ବିକାଶ ବେହେରା ନିଜ ଟିମ୍‌ ସହ ରାୟଗଡ଼ା ଆସି ରିବାଉଣ୍ଡିଂ ହାମର୍‌ ଟେଷ୍ଟିଂ କରିଛନ୍ତି ା ଫ୍ଲାଏ ଓଭର ବିଶେଷ କ୍ଷତି ହୋଇ ନ ଥିବା ଏବଂ ମରାମତି କରାଯାଇପାରିବ ବୋଲି ଜାତୀୟ ରାଜପଥ ବିଭାଗ କନିଷ୍ଠ ଯନ୍ତ୍ରୀ ଭଞ୍ଜ କିଶୋର ସିଂ ସୂଚନା ଦେଇଛନ୍ତି। ୧୦ ଦିନ ମଧ୍ୟରେ ଅନ୍ୟ ଏକ ଟିମ୍‌ ପୁଣି ଆସି ଏହାର ଲୋଡ୍‌ ଟେଷ୍ଟ ଏବଂ ନନ୍‌ ଡେଷ୍ଟ୍ରକ୍ଟିଭ୍‌ ଟେଷ୍ଟ କରିବେ ବୋଲି ସେ ସୂଚନା ଦେଇଛନ୍ତି ା
ପ୍ରକାଶଯୋଗ୍ୟ, ରାୟଗଡ଼ାକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ତଥା ସହରର ଏପାଖରୁ ସେପାଖକୁ ସଂଯୋଗ ପାଇଁ ରହିଥିବା ଏହି ଏକମାତ୍ର ଫ୍ଲାଏ ଓଭର ବିପଜ୍ଜନକ ଅବସ୍ଥାରେ ରହିଛି ା ପ୍ରତ୍ୟେକ ଦିନ ଏହା ଉପର ଦେଇ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି। ହେଲେ ଜାତୀୟ ରାଜପଥ ବିଭାଗର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଏହାର ଅବସ୍ଥା ଖରାପ ହୋଇଛି। ପୂର୍ବରୁ ରେଳଲାଇନ୍‌ ଦେଇ ଯାତାୟତର ସୁବିଧା ଥିଲ। ହେଲେ ଟ୍ରେନ୍‌ ଚଳାଚଳ ଯୋଗୁ ବିଭିନ୍ନ ଆକସ୍ମିକ ଦୁର୍ଘଟଣା ପରେ ୧୯୯୯ ରେ ଏହି ଫ୍ଲାଏଓଭର ନିର୍ମାଣ କରାଯାଇଥିଲା। ପରବର୍ତ୍ତି ସମୟରେ ସହର ଦେଇ ଯାଇଥିବା ମୁଖ୍ୟ ସଡ଼କ ଜାତୀୟ ରାଜପଥ ଭାବେ ଘୋଷଣା ହୋଇ ୩୨୬ ନଂ ଜାତୀୟ ରାଜପଥରେ ମିଶିଥିଲା। ୨୦୧୮ରେ ଏହି ଫ୍ଲାଏ ଓଭରର ରକ୍ଷଣାବେକ୍ଷଣ ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ହୋଇଥିଲା। ୨ଶହ ମିଟରର ଫ୍ଲାଏ ଓଭରରେ ହଜାର ହଜାର ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏଭଳିକି ବ୍ରିଜର ଛାତରେ ରହିଥିବା ଚାନେଲ ପ୍ଲେଟ ଗୁଡ଼ିକ ବାହାରି ଦେଖାଗଲାଣି। ଫଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କନିଷ୍ଠ ଯନ୍ତ୍ରୀ ସିଂ ସୂଚନା ଅନୁଯାୟୀ ୨୦୧୯-୨୦ ରେ ଫ୍ଲାଏଓଭର ଏବଂ ଜେକେପୁର ସ୍ଥିତ ନାଗାବଳୀ ନଦୀ ବ୍ରିଜ୍‌ ମରାମତି ପାଇଁ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ପରଠାରୁ ଅନ୍ୟ କୌଣସି ଅନୁଦାନ ଆସିନାହିଁ। ଏହାର ପ୍ରକୃତ ରକ୍ଷଣାବେକ୍ଷଣ ଏବଂ ମରାମତି ନେଇ ମନ୍ତ୍ରୀ, ଏମପି, ପୂର୍ବତନ ରାଜ୍ୟସଭା ସଦସ୍ୟ ପ୍ରମୁଖ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍‌ ରହିଥିଲେ। ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଏବେ ଶୀଘ୍ର ଏହାର ମରାମତି ହେବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri