ବ୍ରହ୍ମପୁର,୧୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋଲିସ ଟିମ ୫ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରଛି। ସେମାନଙ୍କ ମଧ୍ୟରେ ୨ଜଣ ଲିଡ଼ର ଥିବାବେଳେ ଦୁଇଜଣ ନାବାଳକ ଅଛନ୍ତି। ଅଭିଯୁକ୍ତମାନେ ଏମ୍କେସିଜି ମେଡିକାଲ, କମାପଲ୍ଲୀ ଭେଣ୍ଡିଂଜୋନ ଅଞ୍ଚଳରେ ଲୋକଙ୍କ ଗାଡି ଓ ମୋବାଇଲ ଫୋନ୍ ଚୋରି କରୁଥିଲେ। ସେମାନଙ୍କ ନିକଟରୁ ୧୩ଟି ବାଇକ୍ ଓ ୫୭ଟି ମୋବାଇଲ ଫୋନ୍ ଜବତ କରିଥିବା ଶୁକ୍ରବାର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡ. ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି। ଗୋଟିଏ ଗ୍ୟାଙ୍ଗରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରର ଏଲ. ଶିବା ରେଡ୍ଡୀ (୨୬) ଲିଡ଼ର ଥିବା ବେଳେ ଅନ୍ୟ ଗ୍ୟାଙ୍ଗକୁ ପାଟପୁର ଥାନା ଅନ୍ତର୍ଗତ କଙ୍କରଡ଼ାର ଶ୍ରୀକାନ୍ତ ପାଢ଼ୀ(୩୦) ଚଳାଉଥିଲେ। ଅନ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଆଲିଆବାଦର ଉପେନ୍ଦ୍ର ନାୟକ। ୩ ଅଭିଯୁକ୍ତଙ୍କୁ ମାମଲା ନମ୍ବର ୩୭୦/୨୩ରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ୨ ନାବାଳକଙ୍କୁ ବୈଦ୍ୟନାଥପୁର ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଛି। ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି।
ଲୁଟେରା ଗ୍ୟାଙ୍ଗ ଏମ୍କେସିଜିକୁ ଆସୁଥିବା ରୋଗୀ ସମ୍ପର୍କୀୟଙ୍କୁ ଟାର୍ଗେଟ କରୁଥିଲେ। ଏଥିରେ କେତେଜଣ ସୁରକ୍ଷାକର୍ମୀଙ୍କ ସହଯୋଗ ରହିଥିବା ଅଭିଯୁକ୍ତଙ୍କୁ ଜେରା ବେଳେ ଜଣାପଡିଛି। ରୋଗୀ ସମ୍ପର୍କୀୟମାନେ ରାତିରେ ଶୋଇପଡିବା ପରେ ଲୁଟେରାମାନେ ସୁରକ୍ଷାକର୍ମୀଙ୍କ ସହାୟତାରେ ମେଡିକାଲରେ ପଶି ସେମାନଙ୍କର ମୋବାଇଲଗୁଡିକ ଚୋରି କରୁଥିଲେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ସେହିପରି ମେଡିକାଲ ପରିସରରୁ ରୋଗୀ ସମ୍ପର୍କୀୟଙ୍କ ବାଇକଗୁଡିକକୁ ମଧ୍ୟ ସେମାନେ ଚୋରାଇ ନେଇ କମ୍ ଦାମରେ ବିକ୍ରି କରୁଥିଲେ। କେତେକ ବାଇକକୁ ଲୁଟିଆ ଗ୍ୟାଙ୍ଗ ଗଞ୍ଜେଇ ଚାଲାଣରେ ବ୍ୟବହାର କରୁଥିଲେ ବୋଲି ଏସପି କହିଛନ୍ତି। ଘଟଣାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ଥିବ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି। ଯେଉଁମାନଙ୍କର ମୋବାଇଲ ଫୋନ୍ ଓ ଗାଡ଼ି ଚୋରି ହୋଇଛି ସେମାନେ ଗାଡ଼ି ଓ ଫୋନର କାଗଜପତ୍ର ନେଇ ବୈଦ୍ୟନାଥପୁର ଥାନାକୁ ଯିବାପାଇଁ ଏସ୍ପି ଖବରଦାତାଙ୍କ ଜରିଆରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏମ୍କେସିଜି ମେଡିକାଲ ଓ ଆଖପାଖ ଅଞ୍ଚଳରେ ବାରମ୍ବାର ଗାଡ଼ି ଓ ମୋବାଇଲ ଚୋରି ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା। ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇଥିଲା। ଗୁରୁବାର ପୋଲିସ ଟିମ ଗାଡ଼ି ଧରି ଯାଉଥିବା ଜଣେ ନାବାଳକଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ବେଳେ ତାହା ଚୋରି ଗାଡ଼ି ବୋଲି ଜଣାପଡିଥିଲା। ପରେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା।
ପୋଲିସ କବ୍ଜାରେ ୫ଜଣିଆ ଲୁଟେରା ଗ୍ୟାଙ୍ଗ: ଗଞ୍ଜେଇ ଚାଲାଣରେ ବ୍ୟବହାର ହେଉଥିଲା ଚୋରି ଗାଡ଼ି
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…
ସଲମାନଙ୍କ ଫଟା ଜୋତାର ଦାମ୍ ଜାଣିଲେ ଉଡିଯିବ ହୋଶ୍
ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…
ହାର୍ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍
ଓ୍ବାଶିଂଟନ୍,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍…
ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍: ଉଜୁଡିଲା ଚାଷୀଙ୍କ ଅମଳ ଆଶା
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…
ପୂର୍ବତନ ବିଧାୟକ, ପୂର୍ବତନ ଏମ୍ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ
ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…
ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…
Archives

