ବ୍ରହ୍ମପୁର,୧୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋଲିସ ଟିମ ୫ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରଛି। ସେମାନଙ୍କ ମଧ୍ୟରେ ୨ଜଣ ଲିଡ଼ର ଥିବାବେଳେ ଦୁଇଜଣ ନାବାଳକ ଅଛନ୍ତି। ଅଭିଯୁକ୍ତମାନେ ଏମ୍କେସିଜି ମେଡିକାଲ, କମାପଲ୍ଲୀ ଭେଣ୍ଡିଂଜୋନ ଅଞ୍ଚଳରେ ଲୋକଙ୍କ ଗାଡି ଓ ମୋବାଇଲ ଫୋନ୍ ଚୋରି କରୁଥିଲେ। ସେମାନଙ୍କ ନିକଟରୁ ୧୩ଟି ବାଇକ୍ ଓ ୫୭ଟି ମୋବାଇଲ ଫୋନ୍ ଜବତ କରିଥିବା ଶୁକ୍ରବାର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡ. ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି। ଗୋଟିଏ ଗ୍ୟାଙ୍ଗରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରର ଏଲ. ଶିବା ରେଡ୍ଡୀ (୨୬) ଲିଡ଼ର ଥିବା ବେଳେ ଅନ୍ୟ ଗ୍ୟାଙ୍ଗକୁ ପାଟପୁର ଥାନା ଅନ୍ତର୍ଗତ କଙ୍କରଡ଼ାର ଶ୍ରୀକାନ୍ତ ପାଢ଼ୀ(୩୦) ଚଳାଉଥିଲେ। ଅନ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଆଲିଆବାଦର ଉପେନ୍ଦ୍ର ନାୟକ। ୩ ଅଭିଯୁକ୍ତଙ୍କୁ ମାମଲା ନମ୍ବର ୩୭୦/୨୩ରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ୨ ନାବାଳକଙ୍କୁ ବୈଦ୍ୟନାଥପୁର ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଛି। ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି।
ଲୁଟେରା ଗ୍ୟାଙ୍ଗ ଏମ୍କେସିଜିକୁ ଆସୁଥିବା ରୋଗୀ ସମ୍ପର୍କୀୟଙ୍କୁ ଟାର୍ଗେଟ କରୁଥିଲେ। ଏଥିରେ କେତେଜଣ ସୁରକ୍ଷାକର୍ମୀଙ୍କ ସହଯୋଗ ରହିଥିବା ଅଭିଯୁକ୍ତଙ୍କୁ ଜେରା ବେଳେ ଜଣାପଡିଛି। ରୋଗୀ ସମ୍ପର୍କୀୟମାନେ ରାତିରେ ଶୋଇପଡିବା ପରେ ଲୁଟେରାମାନେ ସୁରକ୍ଷାକର୍ମୀଙ୍କ ସହାୟତାରେ ମେଡିକାଲରେ ପଶି ସେମାନଙ୍କର ମୋବାଇଲଗୁଡିକ ଚୋରି କରୁଥିଲେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ସେହିପରି ମେଡିକାଲ ପରିସରରୁ ରୋଗୀ ସମ୍ପର୍କୀୟଙ୍କ ବାଇକଗୁଡିକକୁ ମଧ୍ୟ ସେମାନେ ଚୋରାଇ ନେଇ କମ୍ ଦାମରେ ବିକ୍ରି କରୁଥିଲେ। କେତେକ ବାଇକକୁ ଲୁଟିଆ ଗ୍ୟାଙ୍ଗ ଗଞ୍ଜେଇ ଚାଲାଣରେ ବ୍ୟବହାର କରୁଥିଲେ ବୋଲି ଏସପି କହିଛନ୍ତି। ଘଟଣାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ଥିବ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି। ଯେଉଁମାନଙ୍କର ମୋବାଇଲ ଫୋନ୍ ଓ ଗାଡ଼ି ଚୋରି ହୋଇଛି ସେମାନେ ଗାଡ଼ି ଓ ଫୋନର କାଗଜପତ୍ର ନେଇ ବୈଦ୍ୟନାଥପୁର ଥାନାକୁ ଯିବାପାଇଁ ଏସ୍ପି ଖବରଦାତାଙ୍କ ଜରିଆରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏମ୍କେସିଜି ମେଡିକାଲ ଓ ଆଖପାଖ ଅଞ୍ଚଳରେ ବାରମ୍ବାର ଗାଡ଼ି ଓ ମୋବାଇଲ ଚୋରି ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା। ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇଥିଲା। ଗୁରୁବାର ପୋଲିସ ଟିମ ଗାଡ଼ି ଧରି ଯାଉଥିବା ଜଣେ ନାବାଳକଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ବେଳେ ତାହା ଚୋରି ଗାଡ଼ି ବୋଲି ଜଣାପଡିଥିଲା। ପରେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା।
ପୋଲିସ କବ୍ଜାରେ ୫ଜଣିଆ ଲୁଟେରା ଗ୍ୟାଙ୍ଗ: ଗଞ୍ଜେଇ ଚାଲାଣରେ ବ୍ୟବହାର ହେଉଥିଲା ଚୋରି ଗାଡ଼ି
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ପୁଣି ଟ୍ରେନ୍ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
ଆର୍ସିବିକୁ ବଡ଼ ଝଟ୍କା, ଏହି କାରଣରୁ ଖେଳିବେ ନାହିଁ…
ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍କୁ...
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...
କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…
ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...
ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି
ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍ନେସ୍ ଏବଂ ବୟସକୁ ନେଇ ଚାଲିଥିବା...
ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…
ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...
Archives


