ଲେବର ରୁମ୍‌ରେ ପୁଅ ଜନ୍ମ, ଓ୍ବେଟିଂ ହଲ୍‌ରେ ବାପା ମୃତ

ଜଗତ୍‌ସିଂହପୁର, ୨୮ା୧(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ସହରସ୍ଥିତ କିଓରୱେଲ ହସ୍ପିଟାଲ (ନର୍ସିଂହୋମ୍‌)ରେ ଅଭାବନୀୟ ଘଟଣା ଘଟିଛି। ବାଲିକୁଦା ଥାନା ବୋରିକିନା ବରଗୁଡ଼ିପଡ଼ାର କସ୍ତୁରୀ ବେହେରାଙ୍କ ନର୍ସିଂ ହୋମ୍‌ରେ ଏକ ପୁତ୍ର ସନ୍ତାନ ଜନ୍ମଦେବା ପରେ ଏହି ପରିସରରେ ତାଙ୍କ ସ୍ବାମୀ ଅରକ୍ଷିତ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁତ୍ର ସନ୍ତାନ ଜନ୍ମ ପରେ କସ୍ତୁରୀ ଖୁସି ଅନୁଭବ କରିଥିବା ବେଳେ ସ୍ବାମୀଙ୍କୁ ହରାଇ ଭାଙ୍ଗି ପଡିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ରିପୋର୍ଟ ଆଧାରରେ ଜଗତ୍‌ସିଂହପୁର ଥାନାରେ ଅପମୃତ୍ୟୁ ମାମଲା (ନଂ. ୪/୨୪) ରୁଜୁ ହୋଇଛି। ଅନ୍ୟପଟେ ମୃତ ଅରକ୍ଷିତଙ୍କ ସମ୍ପର୍କୀୟ ଅବଧୂତ ବେହେରାଙ୍କ ଅଭିଯୋଗ ଆଧାରରେ ମାମଲା (ନଂ.୮୯/୨୪) ରୁଜୁ ହୋଇଛି। ପୋଲିସ ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ସହ ମୃତ୍ୟୁର ରହସ୍ୟ ଖୋଜୁଛି।
ଏସମ୍ପର୍କରେ ଅବଧୂତ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଭାଉଜ କସ୍ତୁରୀ ପ୍ରସବ ନିମନ୍ତେ ଶୁକ୍ରବାର ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ। ପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହି ସମୟରେ ଭାଇ ଅରକ୍ଷିତ ନର୍ସିଂହୋମରେ ଥିଲେ। ରାତିରେ କସ୍ତୁରୀଙ୍କ ବେଡ୍‌ ପାଖରେ ସେ ଶୋଇବାକୁ ଚାହିଁଥିଲେ। କିନ୍ତୁ ନର୍ସିଂହୋମ୍‌ ପକ୍ଷରୁ ମନା କରାଯାଇଥିଲା। ପ୍ରସୂତିଙ୍କ ନିକଟରେ କୌଣସି ପୁରୁଷ ରହିପାରିବେ ନାହିଁ ବୋଲି ସେତେବେଳେ କୁହାଯାଇଥିଲା। ଅରକ୍ଷିତଙ୍କୁ ତଳ ମହଲାରେ ଥିବା ୱେଟିଂ ହଲ୍‌ରେ ରହିବାକୁ କୁହାଯାଇଥିଲା। ଶନିବାର ସକାଳୁ ହଠାତ୍‌ ଅରକ୍ଷିତଙ୍କ ମୃତଦେହ ଦେଖିବାକୁ ମିଳିଛି। ତାଙ୍କ ମୁଣ୍ଡ ଫୁଲିଯାଇଛିା। ତାଙ୍କ ପାଖରେ ଥିବା ୨୦ ହଜାର ଟଙ୍କା ଓ ମୋବାଇଲ ଫୋନ ନ ଥିଲା। ଏ ବିଷୟରେ ନର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ପାଲଟା ଧମକ ମିଳିଥିଲା ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି।
ଏନେଇ ଜଗତ୍‌ସିଂହପୁର ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ଶୁକ୍ରବାର ରାତିର ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଅନେକ କିଛି ତଥ୍ୟ ମିଳିଛି। ୱେଟିଂ ରୁମ୍‌ରେ ରୋଗୀ ସହାୟକମାନଙ୍କ ବସିବା ପାଇଁ ଅଣ ଓସାରିଆ ଗଦିଥିବା ୩ଟି ବେଞ୍ଚ ସମାନ୍ତରାଳ ଭାବେ ପଡ଼ିଥିଲା। ଅରକ୍ଷିତ ଏକ ବେଞ୍ଚରେ ଶୋଇଥିଲେ। ତାଙ୍କ ପାଖ ବେଞ୍ଚରେ ଜଣେ ଘୋଡ଼େଇ ହୋଇଥିବାବେଳେ ଆଉ ୨ ଜଣ ତଳେ ସପରେ ଶୋଇଥିଲେ। ଜଣେ ସୁରକ୍ଷାକର୍ମୀ ମଧ୍ୟ ଗୋଟେ ପଟେ ଶୋଇଥିଲେ। ଅରକ୍ଷିତ ଶୋଇବା ପୂର୍ବରୁ ଜ୍ୟାକେଟ୍‌ କାଢ଼ି ପାର୍ଶ୍ୱରେ ରଖିଥିଲେ। ରାତି ୩ଟା ୩୦ରେ ଉଠି ଜ୍ୟାକେଟ୍‌ ପିନ୍ଧି ପୁଣି ଶୋଇଥିଲେ। ଭୋର ୪ଟା୯ରେ ତଳେ ପଡି ନିସ୍ତେଜ ହୋଇଯାଇଥିଲେ। କିନ୍ତୁ ପଡ଼ିବା ପୂର୍ବରୁ ସେ ଶୋଇଥିବା ବେଞ୍ଚରେ କିଛି ସମୟ ଛାଟିପିଟି ହୋଇଥିଲେ। ଏପରିକି ଛାତିରେ ହାତ ମାରିବା ସହ ପରିସ୍ରା କରି ଦେଇଥିଲେ। ଯେତେବେଳେ ସେ ବେଞ୍ଚରୁ ତଳକୁ ଖସିଲେ ପ୍ରଥମେ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ଏଥିଯୋଗୁ ବ୍ରେନ ହାମ୍ରେଜ ହୋଇଥିବା ସନ୍ଦେହ କରାଯାଉଛି। ସକାଳ ୬ରୁ ୬ଟା ୩୦ ଭିତରେ ଏହି କୋଠରିରେ ଶୋଇଥିବା ଲୋକେ ଜଣଙ୍କ ପରେ ଜଣେ ଉଠିଥିଲେ। ଅରକ୍ଷିତ ତଳେ କିପରି ଶୋଇଛନ୍ତି ଭାବି ସେମାନେ ସୁରକ୍ଷାକର୍ମୀଙ୍କୁ ଡାକିଥିଲେ। ସୁରକ୍ଷାକର୍ମୀ ଆସି ଅରକ୍ଷିତଙ୍କ ଗୋଡ ହଲାଇଥିଲେ। ଏହାପରେ ତାଙ୍କ ସମ୍ପର୍କୀୟ ପହଞ୍ଚତ୍ କାଳେ ବଞ୍ଚତ୍ଥିବା ଭାବି ମୁହଁରେ ପାଣି ଛିଞ୍ଚତ୍ଥିଲେ। ତେଣୁ ଅରକ୍ଷିତଙ୍କ ପ୍ୟାଣ୍ଟ, ଶାର୍ଟ ଆଦି ଓଦା ହୋଇଯାଇଥିଲା। ତେବେ ନର୍ସିଂହୋମରେ ତାଙ୍କ ମୃତ୍ୟୁ ହୋଇଥିବା ସିସିଟିଭିରୁ ବାରି ହୋଇପଡ଼ୁଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଅଧିକ ତଥ୍ୟ ମିଳିବ ବୋଲି ଆଇଆଇସି ଦାସ କହିଛନ୍ତି। ସୂଚନାଯୋଗ୍ୟ, ଅରକ୍ଷିତ ଏକ ଜଳଖିଆ ଦୋକାନରେ କାମକରି ବହୁ କଷ୍ଟରେ ପରିବାର ଭରଣପୋଷଣ କରନ୍ତି। ଏଥିସହ ୪ ଭଉଣୀଙ୍କୁ ବିଭିନ୍ନ ସମୟରେ ସହଯୋଗ କରନ୍ତି। ତାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri