ଲେବର ରୁମ୍‌ରେ ପୁଅ ଜନ୍ମ, ଓ୍ବେଟିଂ ହଲ୍‌ରେ ବାପା ମୃତ

ଜଗତ୍‌ସିଂହପୁର, ୨୮ା୧(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ସହରସ୍ଥିତ କିଓରୱେଲ ହସ୍ପିଟାଲ (ନର୍ସିଂହୋମ୍‌)ରେ ଅଭାବନୀୟ ଘଟଣା ଘଟିଛି। ବାଲିକୁଦା ଥାନା ବୋରିକିନା ବରଗୁଡ଼ିପଡ଼ାର କସ୍ତୁରୀ ବେହେରାଙ୍କ ନର୍ସିଂ ହୋମ୍‌ରେ ଏକ ପୁତ୍ର ସନ୍ତାନ ଜନ୍ମଦେବା ପରେ ଏହି ପରିସରରେ ତାଙ୍କ ସ୍ବାମୀ ଅରକ୍ଷିତ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁତ୍ର ସନ୍ତାନ ଜନ୍ମ ପରେ କସ୍ତୁରୀ ଖୁସି ଅନୁଭବ କରିଥିବା ବେଳେ ସ୍ବାମୀଙ୍କୁ ହରାଇ ଭାଙ୍ଗି ପଡିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ରିପୋର୍ଟ ଆଧାରରେ ଜଗତ୍‌ସିଂହପୁର ଥାନାରେ ଅପମୃତ୍ୟୁ ମାମଲା (ନଂ. ୪/୨୪) ରୁଜୁ ହୋଇଛି। ଅନ୍ୟପଟେ ମୃତ ଅରକ୍ଷିତଙ୍କ ସମ୍ପର୍କୀୟ ଅବଧୂତ ବେହେରାଙ୍କ ଅଭିଯୋଗ ଆଧାରରେ ମାମଲା (ନଂ.୮୯/୨୪) ରୁଜୁ ହୋଇଛି। ପୋଲିସ ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ସହ ମୃତ୍ୟୁର ରହସ୍ୟ ଖୋଜୁଛି।
ଏସମ୍ପର୍କରେ ଅବଧୂତ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଭାଉଜ କସ୍ତୁରୀ ପ୍ରସବ ନିମନ୍ତେ ଶୁକ୍ରବାର ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ। ପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହି ସମୟରେ ଭାଇ ଅରକ୍ଷିତ ନର୍ସିଂହୋମରେ ଥିଲେ। ରାତିରେ କସ୍ତୁରୀଙ୍କ ବେଡ୍‌ ପାଖରେ ସେ ଶୋଇବାକୁ ଚାହିଁଥିଲେ। କିନ୍ତୁ ନର୍ସିଂହୋମ୍‌ ପକ୍ଷରୁ ମନା କରାଯାଇଥିଲା। ପ୍ରସୂତିଙ୍କ ନିକଟରେ କୌଣସି ପୁରୁଷ ରହିପାରିବେ ନାହିଁ ବୋଲି ସେତେବେଳେ କୁହାଯାଇଥିଲା। ଅରକ୍ଷିତଙ୍କୁ ତଳ ମହଲାରେ ଥିବା ୱେଟିଂ ହଲ୍‌ରେ ରହିବାକୁ କୁହାଯାଇଥିଲା। ଶନିବାର ସକାଳୁ ହଠାତ୍‌ ଅରକ୍ଷିତଙ୍କ ମୃତଦେହ ଦେଖିବାକୁ ମିଳିଛି। ତାଙ୍କ ମୁଣ୍ଡ ଫୁଲିଯାଇଛିା। ତାଙ୍କ ପାଖରେ ଥିବା ୨୦ ହଜାର ଟଙ୍କା ଓ ମୋବାଇଲ ଫୋନ ନ ଥିଲା। ଏ ବିଷୟରେ ନର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ପାଲଟା ଧମକ ମିଳିଥିଲା ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି।
ଏନେଇ ଜଗତ୍‌ସିଂହପୁର ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ଶୁକ୍ରବାର ରାତିର ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଅନେକ କିଛି ତଥ୍ୟ ମିଳିଛି। ୱେଟିଂ ରୁମ୍‌ରେ ରୋଗୀ ସହାୟକମାନଙ୍କ ବସିବା ପାଇଁ ଅଣ ଓସାରିଆ ଗଦିଥିବା ୩ଟି ବେଞ୍ଚ ସମାନ୍ତରାଳ ଭାବେ ପଡ଼ିଥିଲା। ଅରକ୍ଷିତ ଏକ ବେଞ୍ଚରେ ଶୋଇଥିଲେ। ତାଙ୍କ ପାଖ ବେଞ୍ଚରେ ଜଣେ ଘୋଡ଼େଇ ହୋଇଥିବାବେଳେ ଆଉ ୨ ଜଣ ତଳେ ସପରେ ଶୋଇଥିଲେ। ଜଣେ ସୁରକ୍ଷାକର୍ମୀ ମଧ୍ୟ ଗୋଟେ ପଟେ ଶୋଇଥିଲେ। ଅରକ୍ଷିତ ଶୋଇବା ପୂର୍ବରୁ ଜ୍ୟାକେଟ୍‌ କାଢ଼ି ପାର୍ଶ୍ୱରେ ରଖିଥିଲେ। ରାତି ୩ଟା ୩୦ରେ ଉଠି ଜ୍ୟାକେଟ୍‌ ପିନ୍ଧି ପୁଣି ଶୋଇଥିଲେ। ଭୋର ୪ଟା୯ରେ ତଳେ ପଡି ନିସ୍ତେଜ ହୋଇଯାଇଥିଲେ। କିନ୍ତୁ ପଡ଼ିବା ପୂର୍ବରୁ ସେ ଶୋଇଥିବା ବେଞ୍ଚରେ କିଛି ସମୟ ଛାଟିପିଟି ହୋଇଥିଲେ। ଏପରିକି ଛାତିରେ ହାତ ମାରିବା ସହ ପରିସ୍ରା କରି ଦେଇଥିଲେ। ଯେତେବେଳେ ସେ ବେଞ୍ଚରୁ ତଳକୁ ଖସିଲେ ପ୍ରଥମେ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ଏଥିଯୋଗୁ ବ୍ରେନ ହାମ୍ରେଜ ହୋଇଥିବା ସନ୍ଦେହ କରାଯାଉଛି। ସକାଳ ୬ରୁ ୬ଟା ୩୦ ଭିତରେ ଏହି କୋଠରିରେ ଶୋଇଥିବା ଲୋକେ ଜଣଙ୍କ ପରେ ଜଣେ ଉଠିଥିଲେ। ଅରକ୍ଷିତ ତଳେ କିପରି ଶୋଇଛନ୍ତି ଭାବି ସେମାନେ ସୁରକ୍ଷାକର୍ମୀଙ୍କୁ ଡାକିଥିଲେ। ସୁରକ୍ଷାକର୍ମୀ ଆସି ଅରକ୍ଷିତଙ୍କ ଗୋଡ ହଲାଇଥିଲେ। ଏହାପରେ ତାଙ୍କ ସମ୍ପର୍କୀୟ ପହଞ୍ଚତ୍ କାଳେ ବଞ୍ଚତ୍ଥିବା ଭାବି ମୁହଁରେ ପାଣି ଛିଞ୍ଚତ୍ଥିଲେ। ତେଣୁ ଅରକ୍ଷିତଙ୍କ ପ୍ୟାଣ୍ଟ, ଶାର୍ଟ ଆଦି ଓଦା ହୋଇଯାଇଥିଲା। ତେବେ ନର୍ସିଂହୋମରେ ତାଙ୍କ ମୃତ୍ୟୁ ହୋଇଥିବା ସିସିଟିଭିରୁ ବାରି ହୋଇପଡ଼ୁଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଅଧିକ ତଥ୍ୟ ମିଳିବ ବୋଲି ଆଇଆଇସି ଦାସ କହିଛନ୍ତି। ସୂଚନାଯୋଗ୍ୟ, ଅରକ୍ଷିତ ଏକ ଜଳଖିଆ ଦୋକାନରେ କାମକରି ବହୁ କଷ୍ଟରେ ପରିବାର ଭରଣପୋଷଣ କରନ୍ତି। ଏଥିସହ ୪ ଭଉଣୀଙ୍କୁ ବିଭିନ୍ନ ସମୟରେ ସହଯୋଗ କରନ୍ତି। ତାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri