ଦୁର୍ଘଟଣାରେ ଚାଲିଗଲା ସିପାହୀଙ୍କ ଜୀବନ

ଗଞ୍ଜାମ,୪।୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁ ଗାଁ ଛକ ନିକଟସ୍ଥ ୧୬ନମ୍ବର ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନର ଜଣେ ସିପାହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ଟାକିରିଆ ବ୍ରହ୍ମପୁରର ତ୍ରିନାଥ ବେହେରାଙ୍କ ପୁଅ ବିଷ୍ଣୁ ବେହେରା।
ସୂଚନାନୁଯାୟୀ, ବିଷ୍ଣୁ କାମ ସାରି ବାଇକ୍‌ରେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହାଇୱେ ପାଟ୍ରୋଲିଂ ଏସ୍‌ଆଇ ଲୋକନାଥ ବେହେରା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଇଥିବା ଜଣାପଡିଛି।