ରିହର୍ସାଲରୁ ଦୃଶ୍ୟାଭିନୟ ଝଲକ

ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୫ ଦିନ ବାକି ରହିଲା। ମହୋତ୍ସବକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଦେଖାଯାଇଛି। ସେହିପରି କଳାକାରମାନେ ମଧ୍ୟ ଅନ୍ୟବର୍ଷ ତୁଳନାରେ ଏଥର ନିଖୁଣ ଅଭିନୟ କରିବା ପାଇଁ ସେମାନଙ୍କ ରିହର୍ସାଲ ଜାରି ରଖିଛନ୍ତି। ସୋମବାର କଳାକାରଙ୍କ ରିହର୍ସାଲ ସରିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି କଳାକାର ସମନ୍ବୟ ସମିତିର ସହ ଆବାହକ ଅଶୋକ ବେହେରା କହିଛନ୍ତି। କଳାକାରଙ୍କ ଅଭିନୟ ଅନ୍ୟବର୍ଷଠାରୁ ଏଥର ଅଧିକ ଆକର୍ଷଣୀୟ ଏବଂ ଚିତ୍ତାକର୍ଷକ ହେବ ବୋଲି ବେହେରା କହିଛନ୍ତି।
୨୦୨୫ ଜାନୁଆରୀ ୩ତାରିଖରୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଜାନୁଆରୀ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ଧନୁଯାତ୍ରାର ଅନେକ କଳାକାର ଏଥର ବଦଳିଛନ୍ତି। ସେମାନଙ୍କ ମଧ୍ୟରେ କଂସ, ଶ୍ରୀକୃଷ୍ଣ, ବଳରାମ ଅଭିନେତା ମଧ୍ୟ ରହିଛନ୍ତି। ଭୁବନେଶ୍ୱର ପ୍ରଧାନ କଂସ, ସ୍ବପ୍ନିଳ ମହାପାତ୍ର କୃଷ୍ଣ, ଦିବ୍ୟାଂଶୁ ବିର୍ତ୍ତିଆ ବଳରାମ ଏବଂ ସାଇନା ପ୍ରଧାନ ଶ୍ରୀରାଧା ଭୂମିକାରେ ଅଭିନୟ କରିବେ। ଏଥର ଧନୁଯାତ୍ରା ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ଏବଂ ରାଜ୍ୟ ବାହାର ବିଶିଷ୍ଟ ଅଭିନେତା ମଧ୍ୟ ରାଜ ଅତିଥି ଭାବେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଦୃଷ୍ଟିରୁ କଳାକାରଙ୍କ ଦୃଶ୍ୟାଭିନୟ ଯେଭଳି ଅଧିକ ଉଚ୍ଚକୋଟୀର ହେବ ସେଥିପ୍ରତି ଧନୁଯାତ୍ରା ମହୋତ୍ସବ ସମିତି ଗୁରୁତ୍ୱ ଦେଇଛି।
ଏହି କ୍ରମରେ ଗତ ୧୬ତାରିଖରୁ ବରଗଡ଼ ଗାନ୍ଧୀଛକ କଲ୍ୟାଣ ମଣ୍ଡପରେ ଧନୁଯାତ୍ରା କଳାକାରଙ୍କ ରିହର୍ସାଲ ଆରମ୍ଭ ହୋଇଛି। ଏଥିରେ ଧନୁଯାତ୍ରାର ସମସ୍ତ ଦୃଶ୍ୟାଭିନୟ ଉପରେ କଳାକାର ନିଜ ଅଭିନୟର ଯାଦୁ ଦେଖାଉଛନ୍ତି। ଉଗ୍ରସେନ ମହାରାଜଙ୍କ ରାଜାଭିଷେକ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣଠାରୁ ଆରମ୍ଭ କରି ଶ୍ରୀକୃଷ୍ଣ, ବଳରାମଙ୍କ ଦ୍ୱାରା କଂସବଧ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟାଭିନୟରେ କଳାକାରମାନେ ରିହର୍ସାଲ କରିଛନ୍ତି। ସୋମବାର ଏହାର ଶେଷ ଦିବସ ରହିଛି ବୋଲି ଧନୁଯାତ୍ରା କଳାକାର ସମନ୍ବୟ ସମିତିର ସହ ଆବାହକ ବେହେରା କହିଛନ୍ତି। ପୂର୍ବାଭ୍ୟାସରେ ଧନୁଯାତ୍ରା କଳାକାର ସମନ୍ବୟ ସମିତିର ସହ ଆବାହକ ବେହେରାଙ୍କ ସମେତ ଭୁବନ ଭୋଇ, ନକୁଳ ବାଦୀ ପ୍ରମୁଖ ଉପସ୍ଥିତ ରହି କଳାକାରଙ୍କୁ ଦିଗ୍‌ଦର୍ଶନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri