ବଡ଼ ହୋଟେଲରେ ଖାଇ ଖୁସିହେଲେ ବସ୍ତି ପିଲା

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଡ଼ ହୋଟେଲରେ ବସି ସୁସ୍ବାଦୁ ଖାଦ୍ୟ ଖାଇ ଖୁସି ହୋଇଛନ୍ତି ବସ୍ତି ପିଲା। ପୂର୍ବରୁ ଏଭଳି ସୁଯୋଗ ପାଇ ନ ଥିବା ଏହି କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଆରା ପ୍ରୟାସ କରିଛି ବକୁଳ ଫାଉଣ୍ଡେଶନ ଓ ବାର୍ବିକ୍ୟୁ ନେଶନ। ବକୁଳ ପକ୍ଷରୁ ଦାନ ଉତ୍ସବ ପାଳନ ଅବସରରେ ମଙ୍ଗଳବାର ଭୁବନେଶ୍ୱରର କାର୍‌ଗିଲ ବସ୍ତି, ଭରତପୁର ବସ୍ତି, ସାଲିଆ ସାହି, ୟୁନିଟ୍‌-୯ ଆଦି ବସ୍ତିର ୧୨୦ ପିଲାଙ୍କୁ ଗଜପତିନଗରସ୍ଥିତ ବାର୍ବିକ୍ୟୁ ନେଶନ ହୋଟେଲରେ ସ୍ବତନ୍ତ୍ର ଖାଦ୍ୟ ଖୁଆଇବାର ବ୍ୟବସ୍ଥା କରାଯାଇଥିଲା। କମିଶନରେଟ୍‌ ପୋଲିସ ସହାୟତାରେ ପିଲାମାନେ ବସ୍ତିରୁ ବାର୍ବିକ୍ୟୁ ନେଶନରେ ପହଞ୍ଚତ୍ବା ପରେ ଗୋଟିଏ ପରେ ଗୋଟିଏ ଖାଦ୍ୟ ପରଷା ଯାଇଥିଲା। ପ୍ରଥମେ ଷ୍ଟାର୍ଟର, ପରେ ମେନ୍‌ କୋର୍ସରେ ଭଳିକି ଭଳି ସୁଆଦିଆ ଆମିଷ ଓ ନିରାମିଷ ଖାଦ୍ୟ ଦିଆଯାଇଥିଲା। ପିଲାମାନେ ଆନନ୍ଦରେ ପେଟପୂରା ଖାଇଥିଲେ। ପରସ୍ପର ମଧ୍ୟରେ ଖୁସି ବାଣ୍ଟି ସମ୍ପର୍କ ଯୋଡ଼ିଥିଲେ। ଶେଷରେ ଗୁଲାବ ଜାମୁନ୍‌ ଖାଇ କୋଲ୍ଡଡ୍ରିଙ୍କସ୍‌ ପିଇ ଖୁସିରେ ଫେରିଥିଲେ। ଏହା ବାର୍ବିକ୍ୟୁ ନେଶନରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ଯିବେବେଳେ ଏହି କୁନି କୁନି ପିଲାଙ୍କ ମନର ଖୁସି ବାରି ହୋଇପଡିଥିଲା। ଏତେ ବଡ଼ ହୋଟେଲରେ ବସି ଏଭଳି ଖାଦ୍ୟ ଖାଇବାର ସୁଯୋଗ କେବେ ମିଳି ନ ଥିଲା। ମନଭରି ଖାଇଲୁ, ଭାରି ଭଲ ଲାଗିଲା ବୋଲି ପିଲାମାନେ କହିଥିଲେ।
ଦାନ ଉତ୍ସବର ଅଂଶୀଦାରଭାବେ ଗତ ୬ ତାରିଖରୁ ବାର୍ବିକ୍ୟୁ ନେଶନ ‘ବିଗ୍‌ ଆପିଟାଇଟ୍‌ ଓ ବିଗର ହାର୍ଟସ ଅଭିଯାନ’ ଆରମ୍ଭ କରିଥିଲା। ଆଗାମୀ ଦିନରେ ଏହି ଅଭିଯାନରେ ବାର୍ବିକ୍ୟୁ ନେଶନ୍‌କୁ ଖାଇବା ପାଇଁ ଆସୁଥିବା ଅତିଥିମାନେ ମଧ୍ୟ ନିଜକୁ ସାମିଲ କରିପାରିବେ ବୋଲି ଏହାର ସିଇଓ ରାହୁଲ ଅଗ୍ରୱାଲ କହିଛନ୍ତି।
ସୂଚନାଯୋଗ୍ୟ, ବକୁଳ ଫାଉଣ୍ଡେଶନ ପ୍ରତିବର୍ଷ ନିଆରା ଢଙ୍ଗରେ ଗତ ୨ ତାରିଖରୁ ଦାନ ଉତ୍ସବ ପାଳନ କରୁଛି। ପ୍ରଥମ ଦିନରୁ ୩ଶହ ସାମାଜିକ କର୍ମୀ ୫୦ରୁ ଊର୍ଦ୍ଧ୍ୱ ବସ୍ତି ଅଞ୍ଚଳରେ ପିଲାଙ୍କ ସହ ଖେଳ, ନାଚଗୀତ, ଗପକୁହା, ହସ୍ତଶିଳ୍ପ କାରିଗରି ଆଦି ମାଧ୍ୟମରେ ଖୁସି ବାଣ୍ଟିଥିଲେ। ଏଥିସହିତ ପିଲାଙ୍କ ମଧ୍ୟରେ ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବକୁଳ ଲାଇବ୍ରେରିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବୋଲି ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇ କମିଶନରେଟ ପୋଲିସ ବସ୍ତି ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri