ସୌରଜଗତର କ୍ଷୁଦ୍ର ଇତିହାସ

ଆଠଟି ଗ୍ରହ, ଗ୍ରହମାନଙ୍କର ଉପଗ୍ରହ, ବାମନଗ୍ରହ, ଗ୍ରହାଣୁପୁଞ୍ଜ, ଧୂମକେତୁ ଓ ଅଗଣିତ ପିଣ୍ଡକୁ ନେଇ ଆମ ସୌରଜଗତ ତିଆରି ହୋଇଛି। ଆଜି ଆମେ ବିନା ଦ୍ୱିଧା ଓ ବିନା ସନ୍ଦେହରେ ସୌରଜଗତର ପରିଚୟ ପ୍ରଦାନ କରିପାରୁଛୁ। ମାତ୍ର ଅଢ଼େଇ ହଜାର ବର୍ଷ ପୂର୍ବେ ଏହାର ଆଦିଅନ୍ତ ଜାଣିବା ଏତେ ସହଜ ନଥିଲା। କିଏ କହୁଥିଲା ପୃଥିବୀ ଚାରିପଟେ ସୂର୍ଯ୍ୟ ବୁଲୁଛି ତ ଆଉ କାହା ପାଇଁ ସୂର୍ଯ୍ୟ ଥିଲା ସମଗ୍ର ବିଶ୍ୱର କେନ୍ଦ୍ର। ଅନେକ ମତଭେଦ ପରେ ସୌରଜଗତର ପ୍ରକୃତ ପରିୟ ମିଳିପାରିଛି। ସୌରଜଗତ କଥା ଚିନ୍ତା କଲେ ଗ୍ରୀସ୍‌ ଦେଶର ମିଲେଟସ୍‌ ନିବାସୀ ଦାର୍ଶନିକ ଥାୟଲିସ୍‌ (ଖ୍ରୀଷ୍ଟପୂର୍ବ ୬୨୪-୫୩୭) ମନେପଡ଼ନ୍ତି। ସୂର୍ଯ୍ୟୋପରାଗ ଓ ପାଗ ଅନୁମାନ କରିବା କାମରେ ସେ ଧୂରନ୍ଦର ଥିଲେ ବୋଲି କୁହାଯାଏ। ସେ କହିଥିଲେ ଯେ ପୃଥିବୀଟା ଥାଳିପରି ଚଟକା ଓ ଏହା ପାଣିରେ ସୋଲପରି ଭାସୁଛି। କିନ୍ତୁ ଆରିଷ୍ଟାର୍କେସ୍‌ ଆଉ ଟିକିଏ ନୂଆ କଥା କହିଲେ। ଆରିଷ୍ଟାର୍କେସ୍‌ ହେଉଛନ୍ତି ଜଣେ ଜ୍ୟୋତିର୍ବିଜ୍ଞାନୀ, ଯିଏକି (ଖ୍ରୀଷ୍ଟପୂର୍ବ ୩୧୦-୨୩୦) ଗ୍ରୀକ୍‌ର ସାମିଓସ୍‌ ଅଞ୍ଚଳରେ ବାସ କରୁଥିଲେ। ସେ କହିଲେ ଯେ ସୂର୍ଯ୍ୟର ଆକାର ବିରାଟ ଓ ପୃଥିବୀ ଏକବର୍ଷରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସେ। ସେ କିନ୍ତୁ ତାଙ୍କ କଥାର ଉପଯୁକ୍ତ ପ୍ରମାଣ ଦେଇପାରି ନଥିଲେ। ପ୍ରମାଣ ଅଭାବରୁ ଆରିଷ୍ଟାର୍କେସ୍‌ଙ୍କର ଏହି ସତ୍ୟକୁ ଲୋକମାନେ ଗ୍ରହଣ କରି ନଥିଲେ।
ଆରବ ଦେଶର କ୍ଲୋଡିଅସ୍‌ ଟୋଲେମି (ଖ୍ରୀଷ୍ଟାବ୍ଦ ୦୧୫୦) ଆକାଶରେ ଦେଖାଯାଉଥିବା ପ୍ରାୟ ୧୦୨୨ ଗୋଟି ତାରାମାନଙ୍କର ଅବସ୍ଥିତି ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ସୌରଜଗତ ବିଷୟରେ ସେ କହିଥିଲେ ଯେ ପୃଥିବୀ ଚାରିପଟେ ସୂର୍ଯ୍ୟ ଓ ଅନ୍ୟାନ୍ୟ ଗ୍ରହମାନେ ବୁଲୁଛନ୍ତି। ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ତଥ୍ୟକୁ ଠିକ୍‌ ବୋଲି ଗ୍ରହଣ କରାଗଲା। ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପୋଲାଣ୍ଡ୍‌ ଜ୍ୟୋତିର୍ବିଜ୍ଞାନୀ ନିକୋଲାସ୍‌ କୋପରନିକସ୍‌ (୧୪୭୩-୧୫୪୩) ଟୋଲେମିଙ୍କ ତଥ୍ୟକୁ ମିଛ ବୋଲି ଦାବିକଲେ। ସେ ୧୫୩୦ ମସିହାରେ ପ୍ରକାଶିତ ତାଙ୍କର ‘ଡି ରିଭୋଲୁଟନିଭସ୍‌ ଅର୍ବିୟମ୍‌ ସେଲେଷ୍ଟିଅମ’ ପୁସ୍ତକରେ ଲେଖିଲେ ଯେ ପୃଥିବୀ ଓ ଅନ୍ୟ ଗ୍ରହମାନେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରନ୍ତି, ଯାହାକୁ ଆମେ କହୁ ସୌର-କୈନ୍ଦ୍ରୀୟ ବ୍ୟବସ୍ଥା। ମାତ୍ର ଟୋଲେମିଙ୍କ ପରି ସେ ମଧ୍ୟ ଭୁଲ୍‌ ଲେଖିଥିଲେ ଯେ ଗ୍ରହଗୁଡ଼ିକର କକ୍ଷପଥ ସଂପୂର୍ଣ୍ଣ ଗୋଲ ବା ବୃତ୍ତାକାର। ହେଲେ ତାଙ୍କର ସୌର-କୈନ୍ଦ୍ରୀୟ ତଥ୍ୟପାଇଁ ମାର୍ଟିନ୍‌ ଲୁଥର ଓ ଚର୍ଚ୍ଚଗୁଡ଼ିକର ସେ ଶତ୍ରୁ ହେଲେ, କାରଣ ପୃଥିବୀକୁ ସୌରଜଗତର କେନ୍ଦ୍ର ବୋଲି ସମସ୍ତେ ବିଶ୍ୱାସ କରୁଥିଲେ। ଏହାପରେ ଆସିଲେ ଡେନ୍‌ମାର୍କର ବୈଜ୍ଞାନିକ ଟାଇକୋ ବ୍ରାହୀ (୧୫୪୬-୧୬୦୧)। ଏକଥା ସତ, ସେ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରି ନଥିଲେ, କିନ୍ତୁ ତାଙ୍କର ମାପଯନ୍ତ୍ରଗୁଡ଼ିକ ସେ ସମୟରେ ଉତ୍କୃଷ୍ଟ ମାନର ଥିଲା। ୧୫୭୬ରୁ ୧୫୯୬ ମଧ୍ୟରେ ସେ ଗ୍ରହନକ୍ଷତ୍ରମାନଙ୍କର ଏକ ଠିକ୍‌ ଗତି-ଚିତ୍ର ଉପସ୍ଥାପନ କରିଥିଲେ। ସୌରଜଗତ ସମ୍ପର୍କରେ ତାଙ୍କର ମତାମତ କିନ୍ତୁ ସମ୍ପୂର୍ଣ୍ଣ ଠିକ୍‌ ନଥିଲା। ସେ କହିଥିଲେ ଯେ ସୂର୍ଯ୍ୟକୁ ଗ୍ରହମାନେ ପ୍ରଦକ୍ଷିଣ କରନ୍ତି, ମାତ୍ର ସୂର୍ଯ୍ୟ ପ୍ରଦକ୍ଷିଣ କରେ ପୃଥିବୀକୁ, ଯିଏ କି ସ୍ଥିର। ୧୬୦୧ ମସିହାରେ ବ୍ରାହୀଙ୍କର ହଠାତ୍‌ ମୃତ୍ୟୁ ପରେ ଲୋକଲୋଚନକୁ ଆସିଲେ ତାଙ୍କର ପ୍ରଧାନ ସହଯୋଗୀ ଜର୍ମାନୀର ଜୋହାନ୍‌ସ କେପ୍ଲାର୍‌ (୧୫୭୧-୧୬୩୦)। ଗ୍ରହଗୁଡ଼ିକର ଗତି ଉପରେ କେପ୍ଲାର୍‌ ୧୬୦୯ରେ ଦୁଇଟି ଓ ୧୬୧୮ରେ ଗୋଟିଏ ନିୟମ ପ୍ରଦାନ କଲେ। ପ୍ରଥମ ନିୟମ ଦୁଇଟିରେ ଅଣ୍ଡାକୃତି କକ୍ଷପଥ ବିଷୟରେ ଓ ତୃତୀୟଟିରେ ପରିକ୍ରମଣ କାଳ ବିଷୟରେ ଉଲ୍ଲେଖ କରିଥିଲେ। ଆଧୁନିକ ପଦାର୍ଥ ବିଜ୍ଞାନ ତଥା ମହାକାଶ ବିଜ୍ଞାନରେ ନିୟମ ତିନୋଟିର ଯଥେଷ୍ଟ ଗୁରୁତ୍ୱ ରହିଛି। ଏବେ ବି ସ୍କୁଲ ଓ କଲେଜରେ ତାଙ୍କର ସେହି ନିୟମଗୁଡ଼ିକ ପଢ଼ାଯାଉଛି।
ଗ୍ରହଉପଗ୍ରହ ଉପରେ ଇଟାଲୀର ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଗାଲିଲେଇ (୧୫୬୪-୧୬୪୨) ଉଲ୍ଲେଖଯୋଗ୍ୟ ଗବେଷଣା କରିଥିଲେ। କେପ୍ଲାର୍‌ ଓ ବ୍ରାହୀ ମଙ୍ଗଳଗ୍ରହକୁ ନେଇ ଗବେଷଣା କରିଥିଲେ, ମାତ୍ର ଗାଲିଲିଓ ଅଧିକ ମନୋନିବେଶ କରିଥିଲେ ବୃହସ୍ପତି ଗ୍ରହ ଉପରେ। ୧୬୦୮ ମସିହାରେ ସେ ପ୍ରଥମ ଦୂରବୀକ୍ଷଣ ଯନ୍ତ୍ର ଉଦ୍ଭାବନ କଲେ। ସୂର୍ଯ୍ୟକୁ ସୌରଜଗତର କେନ୍ଦ୍ର ବୋଲି ସେ ବିଶ୍ୱାସ କରୁଥିଲେ। ଗାଲିଲିଓ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପର୍ବତ, ଶୁକ୍ରର ବିଭିନ୍ନ ଅବସ୍ଥା, ସୌରକଳଙ୍କ ଓ ବୃହସ୍ପତିର ଚାରୋଟି ଉପଗ୍ରହର ସନ୍ଧାନ ଦେଲେ। କିନ୍ତୁ ୧୬୩୨ ମସିହା ପେବୃଆରୀ ମାସରେ ପ୍ରକାଶିତ ତାଙ୍କର ପୁସ୍ତକ ତାଙ୍କ ପାଇଁ କାଳ ହେଲା। ଏଥିରେ ସୂର୍ଯ୍ୟ ାରିପଟେ ପୃଥିବୀ ପରିକ୍ରମା କରେ ବୋଲି କୋପରନିକସ୍‌ଙ୍କ ମତକୁ ସେ ଠିକ୍‌ ମାନିଥିବାରୁ ରୋମ୍‌ର କ୍ୟାଥୋଲିକ୍‌ ଚର୍ଚ୍ଚଗୁଡ଼ିକ ତାଙ୍କୁ ଦୃଢ଼ ବିରୋଧ କଲେ। ଏଥିପାଇଁ ସେ ସର୍ବସମ୍ମୁଖରେ କ୍ଷମାଭିକ୍ଷା କଲେ ଓ ତାଙ୍କ ଜୀବନର ଶେଷ ଆଠବର୍ଷ ଜେଲ୍‌ ଭିତରେ ରହି ଛଟପଟ ହୋଇ ୧୬୪୨ରେ ପ୍ରାଣତ୍ୟାଗ କଲେ। ସେହିବର୍ଷ ଇଂଲଣ୍ଡରେ ଜନ୍ମଗ୍ରହଣ କଲେ ସାର୍‌ ଆଇଜାକ୍‌ ନିଉଟନ୍‌ (୧୬୪୨-୧୭୨୭)। ତାଙ୍କ ନିୟମଗୁଡ଼ିକ ପଦାର୍ଥ ବିଜ୍ଞାନ ପାଇଁ ଅପରିହାର୍ଯ୍ୟ। ସୂର୍ଯ୍ୟ ଓ ଗ୍ରହମାନଙ୍କ ଭିତରେ ମହାକର୍ଷଣ ବଳ ତଥା ପୃଥିବୀର ମାଧ୍ୟାକର୍ଷଣ ବଳ ରହିଛି ବୋଲି ସେଇ ମହାନ୍‌ ବୈଜ୍ଞାନିକ ଆବିଷ୍କାର କରିଥିଲେ। ସୌରଜଗତକୁ ବୁଝିବା ପାଇଁ ପ୍ରକୃତରେ ନିଉଟନ୍‌ ଓ କେପ୍ଲାରଙ୍କର ଅବଦାନ ଅତୁଳନୀୟ।
ପୃଥିବୀ ସୃଷ୍ଟି ହେଲା ଦିନରୁ ସୌରଜଗତ ରହିଛି। ହେଲେ ଆମେ ଧୀରେ ଧୀରେ ସେଇ ଜଗତକୁ ଜାଣୁଛୁ। ଆଜି ସୌରଜଗତ ବିଷୟରେ ଯାହା ବି ଜଣାପଡ଼ିଛି, ସେଥିପାଇଁ ୫୦୦୦ ବର୍ଷ ଲାଗିଛି। ତଥାପି ସବୁ କଥା ଜଣାପଡ଼ିନାହିଁ। ଆଜି ଅଧିକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ପୃଥିବୀଠାରୁ ବହୁ ଦୂରରେ ଥିବା ପିଣ୍ଡଗୁଡ଼ିକୁ ଆବିଷ୍କାର କରାଯାଉଛି। ସୌରଜଗତ ବାହାରେ ଥିବା ପରିବେଶ ଉପରେ ଅଧିକ ଗବେଷଣା ଚାଲିଛି। ତେଣୁ ଆମ ସୌରଜଗତର ଆହୁରି ସ୍ପଷ୍ଟ ପରିଚୟ ମିଳିପାରୁଛି।

ତୁଷ୍ଟିତା ଜେନା
-ପଦାର୍ଥ ବିଜ୍ଞାନ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ତେଜସ୍ବିନୀ ହିଲ୍‌, ପେରିୟା, କଶରଗଡ଼, କେରଳ-୧୬


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri