Posted inଖେଳ

ସିରଜ୍‌ ଜିତିବା ସତ୍ତ୍ୱେ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ରେ ଜିତିନେଇଛି। ଦ୍ୱିତୀୟ ଟେଷ୍ଟର ଶେଷ ଦିନ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି। ଏଥି ସହିତ ସିରିଜର ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଗୋଟିଏ ଇନିଂସ ଏବଂ ୧୪୧ ରନରେ ଜିତି ନେଇଥିଲା। ସିରିଜ୍‌ ଜିତିବା ସତ୍ତ୍ୱେ ଭାରତକୁ ଝଟ୍‌କା ଲାଗିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ୨୦୨୩ ପଏଣ୍ଟ ଟେବୁଲରେ ଭାରତକୁ ଶୀର୍ଘ ସ୍ଥାନ ହରାଇବାକୁ ପଡିଛି।
ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ମଜଭୁତ ସ୍ଥିତିରେ ଥିଲା। ଶେଷ ଦିନରେ ଜିତିବା ପାଇଁ ଭାରତକୁ ଆଉ ୮ଟି ଉଇକେଟ ଆବଶ୍ୟକ ପଡୁଥିଲା, କିନ୍ତୁ ବର୍ଷା ଭାରତର ଆଶା ନଷ୍ଟ କରିଦେଇଥିଲା।
ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ନୂତନ ଚକ୍ର ଆରମ୍ଭ କରି ପୁନର୍ବାର ବିଜୟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଭାରତୀୟ ଦଳ ୧୨ ପଏଣ୍ଟ ପାଇଥିଲା, କିନ୍ତୁ ଦ୍ୱିତୀୟ ଟେଷ୍ଟ ଡ୍ର’ ଯୋଗୁ ଭାରତ କେବଳ ୪ ପଏଣ୍ଟ ପାଇପାରିବେ। ୨ ମ୍ୟାଚ ପରେ ଟିମ ଇଣ୍ଡିଆରେ ୧୬ ପଏଣ୍ଟ ରହିଛି । ଏଭଳି ପରିସ୍ଥିତିରେ ଦଳର ମାର୍କ ୧୦୦ ପ୍ରତିଶତରୁ ୬୬.୬୭ ପ୍ରତିଶତକୁ ଖସି ଆସିଛି। ଫଳରେ ଭାରତକୁ ପ୍ରଥମ ସ୍ଥାନ ହରାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।
ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ପହଞ୍ଚିବା ସହିତ ବର୍ତ୍ତମାନ ପାକିସ୍ତାନ ଦଳ ୧୦୦ ପ୍ରତିଶତ ସହିତ ଡବ୍ଲ୍ୟୁଟିସି ୨୦୨୩-୨୫ର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି। ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଅଛି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଛି। ଏହା ପରେ ୱେଷ୍ଟଇଣ୍ଡିଜ ଦଳ ୧୬.୬୭ପଏଣ୍ଟ ପ୍ରତିଶତ ସହିତ ୫ ନମ୍ବରରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri