Posted inଖେଳ

ଦକ୍ଷିଣ ଆଫ୍ରିକାରେ ଦୁଇଟି ଶତକ ମାରି ର଼୍ୟାଙ୍କିଙ୍ଗରେ ୬୯ଟି ସ୍ଥାନ ଉପରକୁ ଉଠିଲେ ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏକ ନମ୍ବର

ନୂଆଦିଲ୍ଲୀ,୨୦।୧୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଲଗାତାର ଦୁଇଟି ଅପରାଜିତ ଶତକ ହାସଲ କରିଥିବା ଯୁବ ବାମହାତୀ ବ୍ୟାଟର ତିଲକ ବର୍ମା ଟି -୨୦ ମାନ୍ୟତା ତାଲିକାରେ ଝଡ ସୃଷ୍ଟି କରିଛନ୍ତି। ତିଳକ ନିଜ କ୍ୟାରିୟରର ସର୍ବୋଚ୍ଚ ଟି -୨୦ ମାନ୍ୟତା ହାସଲ କରିବା ସହିତ ଭାରତୀୟ ବ୍ୟାଟରମାନଙ୍କ ମଧ୍ୟରେ ସର୍ବୋଚ୍ଚ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ ଶତକ ମାରି ତିଲକ ୨୮୦ ରନ୍ ସଂଗ୍ରହ କରିଥିଲେ।

ଏହି ପ୍ରଦର୍ଶନ ଆଧାରରେ ସେ ୬୯ ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହି ସିରିଜରେ ତିଲକ ପ୍ଲେୟାର ଅଫ୍ ଦି ସିରିଜ୍ ଟାଇଟଲ୍ ମଧ୍ୟ ଜିତିଥିଲେ। ର଼୍ୟାଙ୍କିଙ୍ଗରେ ଏବେ ସେ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଯିଏ ବର୍ତ୍ତମାନ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି।

ଏହା ବ୍ୟତୀତ ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଲରାଉଣ୍ଡର ମାନ୍ୟତାରେ ବଡ଼ ଲମ୍ଫ ମାରିଛନ୍ତି। ସେ ବର୍ତ୍ତମାନ ଅଲରାଉଣ୍ଡର ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ପାଣ୍ଡ୍ୟା କ୍ରମାଗତ ଭାବେ ଏହି ସିରିଜରେ ସଫଳ ହୋଇଥିଲେ ଏବଂ ଦ୍ୱିତୀୟ ଟି -୨୦ ମ୍ୟାଚରେ ଅପରାଜିତ ୩୯ ରନ୍ ସ୍କୋର କରି ସେ ଭାରତୀୟ ଇନିଂସକୁ ସ୍ଥିର କରିଥିଲେ। ଏହା ବ୍ୟତୀତ ସମ୍ପୂର୍ଣ୍ଣ ସିରିଜରେ ଚମତ୍କାର ବୋଲିଂ କରିଥିଲେ।

ଟି -୨୦ ଅଲରାଉଣ୍ଡର ମାନ୍ୟତାରେ ପାଣ୍ଡ୍ୟା ଦ୍ୱିତୀୟଥର ପାଇଁ ଏକ ନମ୍ବର ହୋଇଛନ୍ତି। ଏହାପୂର୍ବରୁ ସେ ଚଳିତ ବର୍ଷ ଆରମ୍ଭରେ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ପରେ ର଼୍ୟାଙ୍କିଙ୍ଗ ହାସଲ କରିଥିଲେ।

ଏହି ଦୁଇଜଣଙ୍କ ବ୍ୟତୀତ ସଞ୍ଜୁ ସାମସନ, ଅନ୍ୟ ଜଣେ ଖେଳାଳି ଯିଏ କ୍ରମାଗତ ଭାବରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି, ସମାନ ସିରିଜରେ ଦୁଇ ଶତକ ସ୍କୋର କରିବା ପରେ ଟି -୨୦ ବ୍ୟାଟ୍ସମ୍ୟାନ୍ ତାଲିକାରେ ୧୭ ସ୍ଥାନ ଉପରକୁ ଉଠି ୨୨ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୋଲିଂ ବିଭାଗରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ କ୍ୟାରିୟରର ଶ୍ରେଷ୍ଠ ନବମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri