Posted inଜାତୀୟ

ଅର୍ଥ ଫେରସ୍ତର ତଦାରଖ ଲାଗି ନିଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ, ୨୧ା୩ (ସ୍ବ.ପ୍ର.):ଚିଟ୍‌ଫଣ୍ଡ କମ୍ପାନୀ ସାହାର ଗ୍ରୁପ୍‌ ଦ୍ୱାରା ଠକାମିର ଶିକାର ହୋଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତର ତଦାରଖ କରିବା ଲାଗି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସର୍ବୋଚ୍ଚ ଅଦାଲତ ନିଯୁକ୍ତ କରିବେ ବୋଲି ସୋମବାର କହିଛନ୍ତି। ନିକଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ଆବେଦନ କରି କହିଥିଲେ ଯେ, ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ସକାଶେ ସେବି-ସାହାରା ଆକାଉଣ୍ଟରୁ ୫,୦୦୦ କୋଟି ଟଙ୍କା ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ୍‌ ସୋସାଇଟିଜ୍‌କୁ ହସ୍ତାନ୍ତର କରାଯାଉ। ବିଚାରପତି ଏମ୍‌ଆର୍‌ ଶାହା ଓ ସିଟି ରବିକୁମାରଙ୍କ ନେଇ ଗଠିତ ଦୁଇଜଣିଆ ପୀଠ ଏ ସଂକ୍ରାନ୍ତରେ ବିଚାର କରି ରାୟ ସଂରକ୍ଷିତ ରଖିଥିଲେ। ମାର୍ଚ୍ଚ ୨୭ରେ ସୁପ୍ରିମକୋର୍ଟ ପରବର୍ତ୍ତୀ ରାୟ ଶୁଣାଇବେ।
ସୋମବାର ଏହି ମାମଲାର ଶୁଣାଣି କରି ପୀଠ ପକ୍ଷରୁ କୁହାଯାଇଛି ଯେ, ଅର୍ଥ ଫେରସ୍ତ ନେଇ ଗଠିତ ହେବାକୁ ଥିବା କମିଟିରେ ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ୍‌ ସୋସାଇଟିଜ୍‌ ଏକ ଅଂଶ ହୋଇରହିବ। ଅବସରପ୍ରାପ୍ତ ବିଚାରପତିଙ୍କୁ ସହାୟତା କରିବା ଲାଗି ଆମିକସ କ୍ୟୁରିଙ୍କୁ ମଧ୍ୟ ନିଯୁକ୍ତ କରାଯାଇପାରେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜମାକାରୀଙ୍କୁ ଅର୍ଥ ଫେରସ୍ତ ଦିଗରେ ସ୍ବଚ୍ଛତା ବଜାୟ ରଖିବା ଲାଗି ପୂର୍ବରୁ ମାମଲା ଲଢ଼ିଥିବା ବରିଷ୍ଠ ଓକିଲ କପିଲ ଶିବଲ ଓ ଅନ୍ୟ ଆଇନଜୀବୀଙ୍କ ଠାରୁ ପୀଠ ମଧ୍ୟ ପ୍ରସ୍ତାବ ଲୋଡ଼ିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଉପସ୍ଥାପନ କରିଥିବା ତଥ୍ୟରେ ଦର୍ଶାଇଥିଲେ ଯେ ସେବି-ସାହାରା ଆକାଉଣ୍ଟରେ ୨୩,୯୩୭ କୋଟି ଟଙ୍କା ଅବବ୍ୟହୃତ ହୋଇ ପଡ଼ିରହିଛି। ସାହାରା ଗ୍ରୁପ୍‌ ଦ୍ୱାରା ଠକାମିର ଶିକାର ହୋଇଥିବାରୁ ଜମାକାରୀମାନଙ୍କୁ ସେଥିରୁ ତୁରନ୍ତ ଅର୍ଥ ଫେରସ୍ତ କରାଯାଉ। ମେହେଟା ଯୁକ୍ତି ଦର୍ଶାଇଥିଲେ ଯେ, ଏ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଦିଆଯିବାକୁ ଥିବା ଅର୍ଥ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ରଖାଯାଉ, ଯାହାଫଳରେ ତାହାକୁ ତଦାରଖ କରିବା ସହଜ ହେବ। ଶୁଣାଣି ବେଳେ ବିଚାରପତି ଏମ୍‌ଆର୍‌ ଶାହା କହିଛନ୍ତି, ଫେରସ୍ତ ହେବାକୁ ଥିବା ଅର୍ଥ ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବା ଦରକାର। ଏ କ୍ଷେତ୍ରରେ ସେମାନେ ଯେଭଳି ହଇରାଣ ନ ହେବେ ସେହି ଦିଗକୁ ଦୃଷ୍ଟି ଦିଆଯିବା ଉଚିତ। ଉଲ୍ଲେଖଯୋଗ୍ୟ ଯେ, ଆଇନଜୀବୀ ସୁରେଶ ତ୍ରିପାଠୀ ଦାଖଲ କରିଥିବା ଦସ୍ତାବିଜ୍‌ରେ ଉଲ୍ଲେଖ କରିଥିଲେ ଯେ, ରିଟ୍‌ ପିଟିଶନ କରିଥିବା ବ୍ୟକ୍ତିମାନେ ଓଡ଼ିଶାରେ ମଧ୍ୟ ବହୁ ଚିଟ୍‌ଫଣ୍ଡ କମ୍ପାନୀ ରହିଥିବା ଦର୍ଶାଇଛନ୍ତି। ସଲିସିଟର ଜେନେରାଲ ମେହେଟା କହିଥିଲେ ଯେ ପ୍ରାରମ୍ଭିକ ଅବସ୍ଥାରେ ସାହାରା ଗ୍ରୁପ୍‌ କଥାକୁ ଦେଖାଯାଉଛି ଓ ପରବର୍ତ୍ତୀ ସମୟରେ ଅନ୍ୟ ଚିଟ୍‌ ଫଣ୍ଡ୍‌ ସଂକ୍ରାନ୍ତ ବିଷୟକୁ ବିଚାରକୁ ନିଆଯିବ।
ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ମେହେଟା କହିଥିଲେ ଯେ, କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରିବା ଲାଗି ସାହାରା-ସେବି ନିକଟରେ ଥିବା ଅର୍ଥକୁ ବ୍ୟବହାର କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri