ଆଜି ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’

ୱାଶିଂଟନ,୧୯।୮: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ଅବସରରେ ଭାରତରେ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ଦୃଶ୍ୟମାନ ହେବ। ସୋମବାର ଭାରତରେ ସୁପର ମୁନ୍‌ ଏବଂ ବ୍ଲ୍ୟୁ ମୁନ୍‌ର ବିରଳ ମିଶ୍ରଣ ଦେଖିବାକୁ ମିଳିବ, ଯାହା ଏକ ଅସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ପକ୍ଷରୁ କୁହାଯାଇଛି। ପୂର୍ଣ୍ଣିମା ସମୟରେ ଯେତେବେଳେ ଚନ୍ଦ୍ର ୯୦%ରୁ ଅଧିକ ପୃଥିବୀର ନିକଟତର ହୋଇଥାଏ, ସେତେବେଳେ ସୁପର ମୁନ୍‌ ଦୃଶ୍ୟମାନ ହୋଇଥାଏ। ସୁପରମୁନ ଶବ୍ଦର ଆବିଷ୍କାର ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲ୍ଲେ କରିଥିଲେ। ସୁପରମୁନରେ ଚନ୍ଦ୍ର ସାମାନ୍ୟଠାରୁ ୩୦% ଅଧିକ ଉଜ୍ଜ୍ୱଳ ରହିବା ସହ ଆକାରରେ ୧୪% ବଡ଼ ଦେଖାଯାଇଥାଏ ବୋଲି ନାସା କହିଛି। ସେହିପରି ବ୍ଲ୍ୟୁ ମୁନ୍‌ ୨ ପ୍ରକାରର ହୋଇଥାଏ। ଗୋଟିଏ ଋତୁଭିତ୍ତିକ ଏବଂ ଅନ୍ୟଟି ମାସଭିତ୍ତିକ ହୋଇଥାଏ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହାର ନୀଳ ରଙ୍ଗ ସହ କୌଣସି ସମ୍ପର୍କ ନ ଥାଏ। ଯେତେବେଳେ କୌଣସି ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଥାଏ, ତୃତୀୟ ପୂର୍ଣ୍ଣିମାକୁ ଋତୁଭିତ୍ତିକ ବା ‘ସିଜନାଲ ବ୍ଲ୍ୟୁ ମୁନ୍‌’ କୁହାଯାଏ। ସେହିପରି ଦ୍ୱିତୀୟ ପ୍ରକାରର ବ୍ଲ୍ୟୁ ମୁନ୍‌ ମାସଭିତ୍ତିକ ହୋଇଥାଏ। ଯେତେବେଳେ ଗୋଟିଏ ମାସରେ ୨ଟି ପୂର୍ଣ୍ଣିମା ପଡ଼ିଥାଏ, ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ ମାସଭିତ୍ତିକ ବା ‘ମନ୍ଥଲି ବ୍ଲ୍ୟୁ ମୁନ୍‌’ କୁହାଯାଏ। ପ୍ରଥମ ଥର ପାଇଁ ୧୫୨୮ରେ ‘ମନ୍ଥଲି ବ୍ଲ୍ୟୁ ମୁନ୍‌’ ଦେଖାଯାଇଥିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୯୪୦ରୁ ଗୋଟିଏ ମାସରେ ଦ୍ୱିତୀୟ ପୂର୍ଣ୍ଣିମା ଥିବା ଦିନକୁ ମଧ୍ୟ ବ୍ଲ୍ୟୁ ମୁନ୍‌ କୁହାଯାଉଛି।
ଗବେଷକମାନେ କହିଛନ୍ତି ଏହି ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ପୂରା ବିଶ୍ୱରେ ଦେଖିବାକୁ ମିଳିବ। ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ‘ସୁପର ବ୍ଲ୍ୟୁ ମୁନ୍‌’କୁ ଦେଖାଯାଇପାରିବ। ଭାରତରେ ଏହା ସୋମବାର ରାତ୍ରି ୧୧.୫୬ରୁ ମଙ୍ଗଳବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ‘ସୁପର ବ୍ଲ୍ୟୁ ମୁନ’କୁ ଦେଖିବା ପାଇଁ ଏପରି ସ୍ଥାନ ବାଛିବା ଆବଶ୍ୟକ, ଯେଉଁଠାରୁ ଆକାଶ ସଫା ଦେଖାଯାଉଥିବ ଏବଂ ବାୟୁ ପ୍ରଦୂଷଣର ମାତ୍ରା କମ୍‌ ଥିବ। ସହରର ଆଲୋକରୁ ଦୂରରେ ରହିଲେ ଏହା ଅଧିକ ସ୍ପଷ୍ଟ ଦେଖାଯିବ ବୋଲି ନାସାର ଅବସରପ୍ରାପ୍ତ ବୈଜ୍ଞାନିକ ଗାର୍ଡନ ଜନଶନ୍‌ କହିଛନ୍ତି। ଯଦିଓ ଖାଲିଆଖିରେ ସୁପର ମୁନ୍‌କୁ ଦେଖାଯାଇପାରିବ ତେବେ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ବାଇନାକୁଲାର ଜରିଆରେ ଚନ୍ଦ୍ରପୃଷ୍ଠର ଏହି ବିରଳ ଦୃଶ୍ୟକୁ ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri