ରାଖିପୂର୍ଣ୍ଣିମାରେ ବିରଳ ଘଟଣା, ବଦଳିଯିବ ଜହ୍ନ

ନୂଆଦିଲ୍ଲୀ,୧୭।୮:ରାଖିପୂର୍ଣ୍ଣିମାରେ ଦେଖାଯିବ ବିରଳ ଘଟଣା। ବଦଳିଯିବ ଆକାଶରେ ଜହ୍ନ। ମହାକାଶ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। କାରଣ ଅଗଷ୍ଟ ୧୯ରେ ଆକାଶରେ ଜହ୍ନ ବଦଳିଯିବ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ । ତେବେ ବ୍ଲୁ ମୁନ କଣ ଓ ଏହା ପଛର ବୈଜ୍ଞାନିକ କାରଣ କଣ ଆସନ୍ତୁ ଜାଣିବା।

ପୃଥିବୀ ଚାରିପଟେ ଘୂରିବୁଲୁଥିବା ବେଳେ ଚନ୍ଦ୍ର ବେଳେବେଳେ ପୃଥିବୀର ନିକଟତର ହୋଇଥାଏ। ପୁଣି ବେଳେବେଳେ ଏହା ପୃଥିବୀଠାରୁ ଦୂରେଇ ଯାଇଥାଏ । ଯେତେବେଳେ ଏହା ପୃଥିବୀର ଅଧିକ ନିକଟବର୍ତ୍ତୀ ହୋଇଯାଏ ସେତେବେଳେ ଚନ୍ଦ୍ର ୩୦ ପ୍ରତିଶତ ବଡ଼ ଓ ଉଜ୍ଜଳ ଦେଖାଯାଏ । ତାହାକୁ ସୁପରମୁନ କୁହାଯାଏ ।

ଅନ୍ୟପକ୍ଷରେ ନୀଳଜହ୍ନ ବା ବ୍ଲୁମୁନ ଏକ ମହାଜାଗତିକ ଘଟଣା। ଯେତେବେଳେ ଗୋଟିଏ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ କିମ୍ବା ଗୋଟିଏ ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଲେ ୩ୟ ପୂର୍ଣ୍ଣିମାକୁ ନୀଳ ଜହ୍ନ କୁହାଯାଏ । ତେବେ ନୀଳ ଜହ୍ନର ଅର୍ଥ ଜହ୍ନ ନେଳିଆ ଦେଖାଯିବା ନୁହେଁ । କହିରଖୁଛୁ କି ଏହାର ସେପରି କୌଣସି ଧାର୍ମିକ ମହତ୍ତ୍ବ ନାହିଁ । ନାସା ଅନୁଯାୟୀ, ଶେଷ ବ୍ଲୁ ମୁନ ୨୦୨୩ ଅଗଷ୍ଟ ୩୦ରେ ଦେଖିବାକୁ ମିଳିଥିଲା। ପ୍ରାୟ ପ୍ରତି ଦୁଇରୁ ତିନି ବର୍ଷରେ ଏକ ନୀଳ ଜହ୍ନ ଦେଖାଯାଏ । ପରବର୍ତ୍ତୀ ଋତୁକାଳୀନ ବ୍ଲୁ ମୁନ ମେ ୩୧, ୨୦୨୬ରେ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri