ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ଜାତୀୟ ସ୍ତରରେ ଗତ ୧୭ ସେପ୍ଟେମ୍ବରଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସେବା ପକ୍ଷର ଅଂଶରୂପ ରବିବାର ବରଗଡ଼ ଜିଲା ପ୍ରଶାସନ ତଥା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନମୋ ଯୁବ ରନ୍: ଗଣ ଦୌଡ଼ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିଅମଠାରୁ ଗାନ୍ଧୀ ଛକ, ବାନ୍ଦୁଟିକ୍ରା ଛକ, ଜର୍ଜ ହାଇସ୍କୁଲ ହୋଇ ମିନି ଷ୍ଟାଡିଅମ ପର୍ଯ୍ୟନ୍ତ ଆୟୋଜିତ ଏହି ଗଣଦୌଡ଼ରେ ନିଶାଦ୍ରବ୍ୟ ବ୍ୟବହାରର ଅପକାରିତା ବିଷୟରେ ସଚେତନା ସୃଷ୍ଟି କରିବା ସହ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ସୁସ୍ଥ ଜୀବନଶୈଳୀ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ଜିଲାର ଶତାଧିକ ଯୁବତ, ଯୁବକ ଓ ସାଧାରଣ ନାଗରିକ ଲୋକଙ୍କୁ ସଚେତନ କରିଥିଲେ। ଜିଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଫ୍ଲାଗ୍-ଅଫ୍ କରି ଶୁଭାରମ୍ଭ କରିଥିବା ବେଳେ ଜିଲା ଆଥେଲେଟିକ୍ସ ଆସୋସିଏଶନର ସମ୍ପାଦକ କିଶୋର ଚନ୍ଦ୍ର ମିଶ୍ର, ସଦସ୍ୟ ସୁରେଶ ଦାସ, ଆବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ସୁବଳ କୁମାର ନାଏକ, ନେହରୁ ଯୁବ କେନ୍ଦ୍ର ବରଗଡ଼ର ଜିଲା ଯୁବ ଅଧିକାରୀ କମଲ ସା ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।


