ବିଜୁ ଉତ୍ତରାଧିକାରୀ, ବୈଜୟନ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ

କେନ୍ଦ୍ରାପଡ଼ା, ୧୬ା୫ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ବିଜୁବାବୁଙ୍କ ରାଜନୈତିକ କର୍ମଭୂମି। ଏକଦା ବିଜୁବାବୁଙ୍କ ଘନିଷ୍ଠ ଥିଲେ ଏହି ଜିଲାର ନଳିନୀକାନ୍ତ ମହାନ୍ତି ଓ ବିଜୟ ମହାପାତ୍ର। ସେହିପରି ଘନିଷ୍ଠ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପୁଅ ବୈଜୟନ୍ତ ପଣ୍ଡା ୧୯୯୭ରେ ବିଜେଡିର ଗଠନ ସମୟରେ ନବୀନ ପଟ୍ଟନାୟକଙ୍କ ସହଯୋଗୀ ଥିଲେ। ସମୟକ୍ରମେ ନଳିନୀ, ବିଜୟ ଓ ବୈଜୟନ୍ତ ଦଳ ଛାଡିଥିବା ବେଳେ ନବୀନ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ନଳିନୀକାନ୍ତଙ୍କ ପୁଅ ଅଂଶୁମାନ ମହାନ୍ତି ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇ ବୈଜୟନ୍ତଙ୍କ ବିରୋଧରେ ଲୋକ ସଭା ପ୍ରାର୍ଥୀ ହୋଇଛନ୍ତି। ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ମଧ୍ୟ ବିଜେଡିର ପାଟକୁରା ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଅପରପକ୍ଷରେ ବୈଜୟନ୍ତ ୨୦୦୯ ଓ ୨୦୧୪ରେ ବିଜେଡିରେ ରହି ଏମ୍‌ପି ହୋଇଥିଲେ। ତେବେ ମନୋମାଳିନ୍ୟ ଫଳରେ ବୈଜୟନ୍ତ ଭାଜପାରେ ଯୋଗଦେଇ ୨୦୧୯ରେ ଲୋକ ସଭା ଆସନ ପ୍ରତିଦ୍ୱନ୍ଦ୍ୱିତା କରି ହାରିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ବୈଜୟନ୍ତ ଏବେ କେନ୍ଦ୍ରାପଡ଼ା ଲୋକ ସଭା ପାଇଁ ଭାଜପା ପ୍ରାର୍ଥୀ। ଏଥିସହ ସେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି। ଗତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ହାରିଥିଲେ। ପରେ ବିଜୁବାବୁ ଓ ବିଜେଡିର ଗଡ କୁହାଯାଉଥିବା ଏହି ଜିଲା ପାଇଁ ଚଳିତ ନିର୍ବାଚନ ବୈଜୟନ୍ତଙ୍କ ନିମନ୍ତେ ସମ୍ମାନର ପ୍ରଶ୍ନ ବୋଲି ଆଲୋଚନା ଜୋର ଧରିଛି। ରାଜ୍ୟରେ ବିଜେଡି ସରକାର ଆସିବା ପରେ କେନ୍ଦ୍ରାପଡ଼ା ଜିଲାର ତୃଣମୂଳସ୍ତରର ଦଳୀୟ ସଙ୍ଗଠନକୁ ମଜଭୁତ ପାଇଁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ଏହି ନିର୍ବାଚନ ପାଇଁ ବିଜୟ ଓ ନଳିନୀଙ୍କ ପୁଅଙ୍କୁ ଆଣି ସେ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି। ଅଂଶୁମାନଙ୍କ ପରି କଂଗ୍ରେସର ସାଙ୍ଗଠନିକ ଶକ୍ତିପୁଞ୍ଜ ଗଣେଶ୍ୱର ବେହେରାଙ୍କୁ ବିଜେଡିରେ ସାମିଲ କରିଛନ୍ତି। ଏଥିସହ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ କରିଛନ୍ତି। ବିଜୁବାବୁଙ୍କ ଘନିଷ୍ଠ ତଥା ପୂର୍ବତନ ଏମ୍‌ପି ଓ ପୂର୍ବତନ ବିଧାୟକ ଶରତ ଦେବଙ୍କ ପୁଅ ପ୍ରତାପ କେଶରୀ ଦେବ ଆଳି ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଥିବା ବେଳେ ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ପୁଅ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ବିଧାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲାରେ ବିଜୁ ଉତ୍ତରାଧିକାରୀ ଓ ବୈଜୟନ୍ତଙ୍କ ଲଢ଼େଇ ସମ୍ପର୍କରେ ଜିଲା ବିଜେଡି ସଭାପତି ଧୀରେନ କୁମାର ସାହୁ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ବିଜେଡିର ଅଭେଦ୍ୟ ଦୁର୍ଗ। ଏଠାରେ ଅନ୍ୟ ରାଜନୈତିକ ଦଳର ପ୍ରଭାବ ନ ଥିବା ବିଗତ ନିର୍ବାଚନରେ ଦେଖିବାକୁ ମିଳିଛି। ଜିଲାବାସୀଙ୍କ ଆଶା ଓ ଆକାଂକ୍ଷାକୁ ଏହି ଦଳ ଗୁରୁତ୍ୱ ଦେଇ କରି ବହୁ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆଗାମୀଦିନରେ ଜିଲାରେ ଶିଳ୍ପ ସମେତ ଯୁବବର୍ଗଙ୍କୁ କର୍ମନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। ସେହିପରି ବିଜେଡି ଶାସନ କାଳରେ ମୌଳିକ ସମସ୍ୟାର ସମାଧାନ ହେଉଥିବାରୁ ସାଧାରଣ ଭୋଟର ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଭାଜପା ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, ୨୫ ବର୍ଷ ଧରି କେନ୍ଦ୍ରାପଡ଼ାବାସୀଙ୍କୁ ବିଜେଡି ସରକାର ଶିଳ୍ପ, ବନ୍ଦର, ତାପଜ ବିଦ୍ୟୁତ୍‌ କେନ୍ଦ୍ର ପରି ପ୍ରତିଶ୍ରୁତି ଓ ପ୍ରତାରଣା ଦେଇ ଆସିଛନ୍ତି। କୃଷି ଅର୍ଥନୀତିଭିତ୍ତିକ ଏହି ଜିଲାରେ କ୍ଷେତକୁ ଜଳ ପରିଚାଳନା ଏକ ପ୍ରମୁଖ ସମସ୍ୟା। ଯୁବବର୍ଗଙ୍କୁ କର୍ମନିଯୁକ୍ତି, ପ୍ରତି ଗ୍ରାମକୁ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଏହାବ୍ୟତୀତ ରାଜ୍ୟରେ ଏବେ ଶାସନଡୋରିକୁ କାର୍ତ୍ତିକ ପାଣ୍ଡିଆନ୍‌ ଧରି ଥିବାରୁ ପ୍ରବଳ ଜନ ଅସନ୍ତୋଷ ଅଛି। ଏହା ଜିଲାବାସୀ ଅନୁଭବ କରିଛନ୍ତି। ଏଭଳିସ୍ଥଳେ ମୋଦି ଲହର ଭାଜପା ପ୍ରାର୍ଥୀଙ୍କ ପାଇଁ ଉତ୍ସାହର କାରଣ ସାଜିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏହି ନିର୍ବାଚନରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡା ଓ ବିଧାୟକ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇବାକୁ ଆସୁଛନ୍ତି। କେନ୍ଦ୍ରାପଡ଼ା ଜିଲାର ସମସ୍ତ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ଥିବା ଜିଲା ଭାଜପା ସଭାପତି କିଶୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri