ସଙ୍କଟରେ କୁମ୍ଭକାରଙ୍କ କୌଳିକ ବୃତ୍ତି

ପଟ୍ଟାମୁଣ୍ଡାଇ,୨୬।୩(ସ୍ବ.ପ୍ର.): ଖରାଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇଁ ଖୋଜାପଡ଼େ ହାଣ୍ଡି, ମାଠିଆ, କଳସି। ସେତେବେଳେ କୁମ୍ଭକାରଙ୍କ କଥା ସମସ୍ତଙ୍କ ମନେପଡ଼େ। ଏବେ ପ୍ଲାଷ୍ଟିକ, ଷ୍ଟିଲ୍‌, ସିଲ୍‌ଭର ବାସନର ଚାହିଦା ବଢ଼ିଛି। ଏଥିପାଇଁ କୁମ୍ଭାରଙ୍କ ବେଉସା ବୁଡିଯିବାକୁ ବସିଛି ା ଏହାପରେ ବି ବହୁ କୁମ୍ଭକାର ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି ା ଦୁଃଖକଷ୍ଟରେ ସେମାନେ ନିଜ ବେଉସାକୁ ଭରସା କରି ଆଜି ପର୍ଯ୍ୟନ୍ତ ବଞ୍ଚତ୍ଛନ୍ତି। ହେଲେ ସେମାନଙ୍କ ସମସ୍ୟା କେହି ବୁଝୁନାହାନ୍ତି କିମ୍ବା ସହାୟତା ମିଳୁନାହିଁ ା କୁମ୍ଭକାର ପରିବାର ମଧ୍ୟରୁ ବହୁ ସଦସ୍ୟ ଏବେ ଅନ୍ୟ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଛନ୍ତି ା ମାଟିଆ, ଗଙ୍ଗାରାମପୁର, ଅଢାଖଣ୍ଡ, ଓଉପଦା, ତୋଟାସାହି, ଡାମରପୁର ଆଦି ଅଞ୍ଚଳରେ ବହୁ କୁମ୍ଭକାର ନିଜ ବୃତ୍ତି ଜାରି ରଖିଛନ୍ତି ା ପ୍ରୋତ୍ସାହନ ମିଳୁନି ବୋଲି ଅନେକ ନିଜ ବୃତ୍ତିକୁ ଛାଡି ଅନ୍ୟ କାମଧନ୍ଦା କରୁଛନ୍ତି ା
ଅଢାଖଣ୍ଡ ଗ୍ରାମର ନିତ୍ୟାନନ୍ଦ ବେହେରା କୁହନ୍ତି, କାଠ ଦର ମହଙ୍ଗା ହେବାରୁ ହାଣ୍ଡି, ମାଠିଆ ଆଦିର ଗଢା ଖର୍ଚ୍ଚ ବଢିଲା ା ପ୍ଲାଷ୍ଟିକ,ସିଲ୍‌ଭର,ଷ୍ଟିଲ୍‌ ବାସନର ବହୁଳ ବ୍ୟବହାର ହେବାରୁ ମାଟି ସାମଗ୍ରୀର ଚାହିଦା କମିଲା ା ଫଳରେ ଏହି ବୃତ୍ତି ଏବେ ସଙ୍କଟରେ। ଆମକୁ ଭତ୍ତା ମିଳୁନାହିଁ ା ବ୍ୟାଙ୍କରୁ ଋଣ ଆଣି ଶୁଝି ପାରୁନାହୁଁ ା ପ୍ରଶାସନ କୌଣସି ସହାୟତା ଦେଉ ନ ଥିବାରୁ ଆମ୍ଭେ ବହୁ ଦୁଃଖ କଷ୍ଟରେ ଚଳୁଛୁ ା ଅଢାଖଣ୍ଡ ଗ୍ରାମର ଟୁଲୁ ବେହେରା କୁହନ୍ତି, ଅନ୍ୟ ଅଞ୍ଚଳ ଭଳି ଆମମାନଙ୍କୁ ତାଲିମ ମିଳିଲେ ମାଟିରୁ ଟେରାକୋଟା ଭଳି ସୌଖୀନ ସାମଗ୍ରୀ ପ୍ରସ୍ତୁତ କରିପାରିବୁ ା ୧୦ରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ମାଟି ସାମଗ୍ରୀ ବିକ୍ରି ହେଉଛି। ଏଥିରୁ ସପ୍ତାହରେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ଭାର କିମ୍ବା ଅଟୋରିକ୍ସାରେ ମାଟି ସାମଗ୍ରୀ ବିକ୍ରି କରିବାକୁ ନେବାକୁ ପଡୁଛି। ମେଳାରେ ବିଭିନ୍ନ ସାମଗ୍ରୀ ବିକ୍ରି ନ ହେଲେ କମ୍‌ ଦାମ୍‌ରେ ସେଗୁଡ଼ିକୁ ବିକିବାକୁ ପଡୁଛି ା ଏଥିରେ ଆମକୁ କ୍ଷତି ସହିବାକୁ ପଡୁଛି ା ଅନ୍ୟପକ୍ଷେ ନେବା ଆଣିବାରେ ବି ବହୁ ସାମଗ୍ରୀ ଭାଙ୍ଗିରୁଜି ଯାଉଛି ା ଏପରି ସ୍ଥିତି ଆମକୁ ଦୁଃଖ ଦେଇଛି ା ଶଙ୍କର ବେହେରା କୁହନ୍ତି, ଆମ ବେଉସା ବୁଡିବାକୁ ବସିଥିବା ବେଳେ ଆମେ ଦୀପ ତିଆରି କଲୁ। ହେଲେ ବଜାରରେ ବାହାର ରାଜ୍ୟରୁ ଆସୁଥିବା ଦୀପକୁ ଲୋକେ ଚଢ଼ା ଦରରେ କିଣୁଛନ୍ତି ା କିନ୍ତୁ ଆମ ହାତ ତିଆରି ମାଟିଦୀପ ନେଉନାହାନ୍ତି ା ତପନ ବେହେରା କୁହନ୍ତି, ବାତ୍ୟା ପରଠୁ ମୋର ଶାଳଘର ଭାଙ୍ଗି ପଡ଼ିଛି। ପାଖରେ ଟଙ୍କା ନ ଥିବାରୁ ମରାମତି କରିପାରୁନି। ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ମାଟିର ଦାମ୍‌ ମଧ୍ୟ ଅମୂଲ ହେଲାଣି। ପୁଣି ମାଟି ପାଇଁ ବିଭିନ୍ନ ସ୍ଥାନ ବୁଲିବାକୁ ପଡ଼ୁଛି। ଏଥିସହ ତିଆରି ହୋଇଥିବା ମାଟି ସାମଗ୍ରୀ ପୋଡ଼ିବା ପାଇଁ କାଠ ଆବଶ୍ୟକ ପଡ଼ୁଥିବା ବେଳେ ସେଥିପାଇଁ ଟଙ୍କା ନାହିଁ। ମାଟିରେ ସାମଗ୍ରୀ ତିଆରି କରି ବିକିଲେ ଠିକ୍‌ ପାରିଶ୍ରମିକ ମିଳିପାରୁ ନ ଥିବାରୁ ଏହି ବୃତ୍ତି ଛାଡ଼ି ଦେଇଛୁ। ଡାମରପୁର କୁମ୍ଭାର ସାହିରେ ୧୧ ପରିବାର ଆଗରୁ ମାଟିରେ ବିଭିନ୍ନ ସାମଗ୍ରୀ କରୁଥିବା ବେଳେ ଏବେ କେହି ତିଆରି କରୁନାହାନ୍ତି ା ଗଙ୍ଗାରାମପୁର ଗ୍ରାମର ପହଲା ବେହେରା କୁହନ୍ତି, ବର୍ଷ ସାରା ପେଟପାଟଣା ପାଇଁ ମାଟିର ସାମଗ୍ରୀ ବିକୁଛି। ଏଥିରୁ ପାଞ୍ଚ ଜଣିଆ ପରିବାର ବହୁ କଷ୍ଟରେ ଚଳୁଛୁ। ଏଥିରେ ବି ଗ୍ରାହକଙ୍କ ମୂଲଚାଲ କଷ୍ଟ ଦେଇଥାଏ। ତଥାପି ଗ୍ରାହକଙ୍କ ଖୁସି ପାଇଁ ୧୦୦ ଟଙ୍କିଆ ସାମଗ୍ରୀକୁ ୫୦ରୁ ୬୦ ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି ା ଏଥିଲାଗି କୌଳିକ ବୃତ୍ତି ସଙ୍କଟରେ ପଡ଼ିଛି ା ସରକାର କୁମ୍ଭକାରମାନଙ୍କୁ କିଛି ସୁବିଧାସୁଯୋଗ ଯୋଗାଇ ନ ଦେଲେ ଏହି କୌଳିକ ବୃତ୍ତି ବୁଡ଼ି ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri