ରାସ୍ତାରେ ପୋଲିସ ଅଧିକାରୀ, ପ୍ରେମିକାଙ୍କ ହାଇଡ୍ରାମା

ରସୁଲପୁର,୧୭ା୫(ଡି.ଏନ୍‌.ଏ.):ପ୍ରେମରେ ପ୍ରତାରଣା କରି ଜଣେ ପୋଲିସ ଅଧିକାରୀ ଅନ୍ୟଜଣେ ଯୁବତୀଙ୍କୁ ବିବାହ କଲେ। ଏହି ଖବର ପାଇ ନୂଆପଡ଼ା ଜିଲାରୁ ଯାଜପୁର ଜିଲାରେ ପହଞ୍ଚତ୍ ଯାଇଥିଲେ ପ୍ରେମିକା। ବୁଝାଶୁଝା କାମ ଦେଲାନି। ଫଳରେ ରାସ୍ତାରେ ପୋଲିସ ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି। ଯାଜପୁର ଜିଲା ରସୁଲପୁର ବ୍ଲକର ବାରବାଟୀ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥର ଦୁର୍ଗାମନ୍ଦିର ନିକଟରେ ସୋମବାର ଅପରାହ୍ନ ସାଢ଼େ ୩ଟାରେ ଘଟିଛି ଏହି ହାଇଡ୍ରାମା।
ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଘର ଯାଜପୁର ସଦର ଥାନା ଅନ୍ତର୍ଗତ ଦେବିଲ ପଞ୍ଚାୟତରେ। ସେ ନୂଆପଡ଼ା ଜିଲାର ଏକ ଥାନାର ଆଇଆଇସି ଅଛନ୍ତି। ଭୁବନେଶ୍ୱରରେ ପାଠ ପଢ଼ୁଥିବା ନୂଆପଡ଼ା ଜିଲାର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଯୋଡ଼ି ହୋଇଯାଇଥିଲା। ହେଲେ ପ୍ରେମିକ ପୋଲିସ ଅଧିକାରୀ ଜଣକ ଇତିମଧ୍ୟରେ ପ୍ରେମିକାଙ୍କ ଅଜାଣତରେ ଅନ୍ୟତ୍ର ବିବାହ କରିନେଇଥିଲେ। ଏକଥା ଜାଣିବା ପରେ ପ୍ରେମିକା ସୋମବାର ମଧ୍ୟାହ୍ନରେ ପହଞ୍ଚତ୍ୟାଇଥିଲେ ପ୍ରତାରକ ପୋଲିସ ଅଧିକାରୀଙ୍କ ଗଁାରେ। ପୋଲିସ ଅଧିକାରୀ ଜଣକ ତାହା ଜାଣିପାରି କୌଶଳକ୍ରମେ ପ୍ରେମିକାଙ୍କୁ ବୁଝାଶୁଝା କରି ଘର ନିକଟରୁ ବାହାରକୁ ନେଇ ଆସିଥିଲେ। ତାଙ୍କୁ କାରରେ ଭୁବନେଶ୍ୱରରେ ଛାଡ଼ିବାକୁ ନେବା ବାଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତାଙ୍କୁ ବାହାହେବେ ଏବଂ ଭୁବନେଶ୍ୱରରେ ରଖିବେ ବୋଲି ପୋଲିସ ଅଧିକାରୀ ଜଣକ କହିଥିଲେ। କିନ୍ତୁ ବାହା ହୋଇ ପୋଲିସ ଅଧିକାରୀଙ୍କ ଘରେ ରହିବେ ବୋଲି ପ୍ରେମିକା ଜିଦ୍‌ ଧରିଥିଲେ। ଏପରି କି ସେ ଦୁର୍ଗାଦେବୀ ମନ୍ଦିର ସମ୍ମୁଖରେ କାର୍‌ରୁ ଓହ୍ଲାଇ ପଡ଼ିଥିଲେ। ସେଠି ଉଭୟଙ୍କ ମଧ୍ୟରେ ଟଣାଓଟରାକୁ ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ପୋଲିସ ଅଧିକାରୀ ଜଣକ ଉକ୍ତ ସ୍ଥାନରୁ ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରେମିକା ସେଠାରୁ ଯିବାକୁ ରାଜି ହୋଇ ନ ଥିଲେ। ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟଙ୍କୁ ଥାନାକୁ ନେଇଯାଇଥିଲେ। ଏ ନେଇ ଥାନା ଅଧିକାରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦୁର୍ଗାମନ୍ଦିର ନିକଟରୁ ନୂଆପଡ଼ା ଜିଲାର ଜଣେ ଯୁବତୀଙ୍କୁ ଆମେ ଉଦ୍ଧାର କରିଛୁ। ସେ ପ୍ରାପ୍ତବୟସ୍କା। ସେ ତାଙ୍କର ବ୍ୟକ୍ତିଗତ ଘଟଣା ସମ୍ପର୍କରେ ପୋଲିସ ସମ୍ମୁଖରେ କୌଣସି ସୂଚନା ଦେଉନାହାନ୍ତି। ଆମେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛୁ। ସେମାନେ ପହଞ୍ଚତ୍ଲେ ତାଙ୍କୁ ହସ୍ତାନ୍ତର କରିବୁ। ଘଟଣା ନୂଆପଡ଼ା ଜିଲା ଓ ଯାଜପୁର ସଦର ଥାନା ଅଞ୍ଚଳର, ଯାହାକିଛି ମାମଲା ହେବ ସେହି ଅଞ୍ଚଳରେ ହେବ। ଯୁବତୀଜଣକ ପୋଲିସ ସମ୍ମୁଖରେ କୌଣସି ବୟାନ ଦେଉ ନ ଥିବାରୁ ଧର୍ମଶାଳା ଥାନାରେ କୌଣସି ମାମଲା ହୋଇନାହିଁ ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri