Posted inଫୁରସତ

ଏମିତି ସ୍ଥାନ, ଯେଉଁଠି ବହେ ରକ୍ତ ଝରଣା

ଦୁନିଆରେ ଅଜବ ଜିନିଷ ସବୁ ଦେଖିବାକୁ ମିଳିଥାଏ। ଯାହା ବିଷୟରେ କେହି ବି କିଛି ଜାଣି ନ ଥାନ୍ତି। ଏହି ଯେମିତି ବିଶ୍ୱର ସବୁଠାରୁ ଶୀତଳ ସ୍ଥାନରେ ଲାଲ୍‌ ବରଫ ଦେଖିବାକୁ ମିଳିଥାଏ। ଏହାର କାରଣ ବୈଜ୍ଞାନିକଙ୍କୁ ମଧ୍ୟ ଅଛପା ରହିଛି।

ଏହାକୁ ‘ବ୍ଲଡ୍‌ ଫଲ୍‌ସ’ର କୁହାଯାଏ। ଯାହାର ରହସ୍ୟ ବର୍ଷ ବର୍ଷ ଧରି ବୈଜ୍ଞାନିକଙ୍କୁ ଚକିତ କରି ରଖିଛି। ପରେ ବୈଜ୍ଞାନିକମାନେ ଏକ ସତ୍ୟ ଆବିଷ୍କାର କରିଛନ୍ତି । ଯାହା ପରେ ଲୋକମାନେ ଜାଣିବାକୁ ପାଇଲେ ଯେ, ଏହା ପ୍ରକୃତରେ ନାଲି ବରଫ କିମ୍ବା ରକ୍ତ ନୁହେଁ। ପ୍ରକୃତିର ସ୍ବତନ୍ତ୍ରତା ହେତୁ ଏହା ହିଁ ହୋଇଥାଏ। ‘ଟେଲର ଗ୍ଲେସିୟର’ ନାମରେ ଏହା ପ୍ରସିଦ୍ଧ। ଆଣ୍ଟାର୍କଟିକାରେ ଏକ ଗ୍ଲେସିୟର ଅଛି, ଯେଉଁଠାରୁ ଲାଲ୍‌ ରଙ୍ଗ ବାହାରୁଥିବା ଦେଖାଯାଏ। ଏହା ମ୍ୟାକ ମର୍ଡୋ ଡ୍ରାଏ ଭ୍ୟାଲିରେ ରହିଛି। ଏହା ପ୍ରଥମେ ୧୯୧୧ରେ ଆବିଷ୍କୃତ ହୋଇଥିଲା। ଦଶନ୍ଧି ଧରି ବୈଜ୍ଞାନିକମାନେ ଏହାର ରହସ୍ୟ ଖୋଜିବାରେ ନିୟୋଜିତ ଥିଲେ।

Why is this Antarctic Glacier “Bleeding?” | NOVA | PBS

ନିକଟ ଅତୀତରେ, ଆଲାସ୍କା ଫେୟାରବ୍ୟାଙ୍କ ବିଶ୍ୱବିଦ୍ୟାଳୟ ଏହି ରହସ୍ୟର ସମାଧାନ କରିଛି। ଅନୁସନ୍ଧାନ ଅନୁଯାୟୀ, ଲାଲ୍‌ ଗ୍ଲେସିୟର କିମ୍ବା ବରଫ ଆଜିଠାରୁ ନୁହେଁ, ଏହା ପ୍ରାୟ ୧.୫ ମିଲିୟନ ବର୍ଷରୁ ରହିଆସିଛି। ଏହା କ୍ରମାଗତ ଅକ୍ସିଡେସନ କାରଣରୁ ହୋଇଥାଏ। ବାସ୍ତବରେ, ଏହି ଉପତ୍ୟକାରେ ଲୁଣିଆ ପାଣି ଅଛି, ଯେଉଁଥିରେ ଲୌହର ପରିମାଣ ବହୁତ ଅଧିକ। ଏହା ଏକ ବନ୍ଦ ଝରଣାରେ ରହିଛି। ଯେଉଁଠାରେ ସୂର୍ଯ୍ୟକିରଣ କିମ୍ବା ଅମ୍ଳଜାନ ସଠିକ ଭାବରେ ପହଞ୍ଚେ ନାହିଁ। ଏହି କାରଣରୁ ଏଥିରେ ଅମ୍ଳଜାନ ପରିମାଣ ବହୁତ କମ୍‌ ଅଟେ।

Researchers solve century-old mystery of Antarctica's red waterfall - The Statesman

ଯେତେବେଳେ ଜଳର ପ୍ରବାହ ବାୟୁରେ ଥିବା ଅମ୍ଳଜାନ ସଂସ୍ପର୍ଶରେ ଆସେ, ଏଥିରେ ଥିବା ଲୁହା କଳଙ୍କିତ ହୋଇଯାଏ। ଯାହା ହେତୁ ଏହା ଜଳର ରଙ୍ଗକୁ ଲାଲ୍‌ କରିଦିଏ। ଲୋକମାନେ ଏହି ଅଞ୍ଚଳରେ ରୁହନ୍ତି ନାହିଁ। କାରଣ ଏଠାରେ ପାଗ ଅତ୍ୟଧିକ ଥଣ୍ଡା। ବ୍ଲଡ ଫଲ୍ସରେ ପହଞ୍ଚିବା ପାଇଁ ହେଲିକପ୍ଟର ହେଉଛି ଏକମାତ୍ର ବିକଳ୍ପ। ଯାହା ଆମେରିକାର ମ୍ୟାକ୍‌ମର୍ଡୋ ଷ୍ଟେଶନରୁ କିମ୍ବା ନ୍ୟୁଜିଲାଣ୍ଡର ସ୍କଟ ବେସ୍‌ରୁ ମିଳିପାରିବ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସେହି ଜଳରେ ଅନେକ ଜୀବାଣୁ ବାସ କରନ୍ତି, ଯାହା ସମାନ ଲୌହ ଏବଂ ସଲଫେଟ ସାହାଯ୍ୟରେ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri