ବୃଦ୍ଧାଙ୍କ ଜୀବନ ରକ୍ଷାକଲେ ଫଟୋ ଖବରଦାତା

ଅନୁଗୋଳ,୨୦।୧(ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା କୁମଣ୍ଡ ଚଣ୍ଡିବଜାର ରେଳ ଧାରଣାରେ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ବୃଦ୍ଧାଙ୍କ ଜୀବନ ରକ୍ଷା କରିଛନ୍ତି‘ଧରିତ୍ରୀ’ର ଅନୁଗୋଳ ଫଟୋ ଖବରଦାତା ଜ୍ୟୋତିରଞ୍ଜନ ସାହୁ (ବୁବୁ)। କୌଶଳକ୍ରମେ ସେ ଟ୍ରେନ୍‌କୁ ରୋକିବା ସହ ଧାରଣା ମଧ୍ୟରେ ଶୋଇଥିବା ବୃଦ୍ଧାଙ୍କୁ ଟ୍ରେନ୍‌ ତଳୁ ଉଦ୍ଧାର କରି ମେଡିକାଲ ପଠାଇ ସାଧାରଣରେ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି।

ପ୍ରକାଶ ଯେ, ବଡ଼ତ୍ରିବିଡ଼ା ଅଞ୍ଚଳର ବୃଦ୍ଧା ଅନ୍ନପୂର୍ଣ୍ଣା ସାହୁ(୬୦) ପାରିବାରିକ କଳହରେ ଅତିଷ୍ଠ ହୋଇ ସକାଳେ ଅନୁଗୋଳ ସହରକୁ ଚାଲିଆସିଥିଲେ। ଆତ୍ମହତ୍ୟା ପାଇଁ ସେ ଚଣ୍ଡିବଜାର ଛକରେ ଥିବା ରେଳଧାରଣା ମଝିରେ ଶୋଇ ପଡ଼ିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ଉକ୍ତ ରେଳ ଧାରଣାରେ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଏକ ମାଲବାହୀ ଟ୍ରେନ୍‌ ଆସୁଥିବା ବେଳେ ଏହା ଦେଖି ସେହିବାଟ ଦେଇ ଯାଉଥିବା ଫଟୋ ଖବରଦାତା ବୁବୁ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍‌ ଅଟକାଇବାକୁ ଉଦ୍ୟମ କରିଥିଲେ। ଫଳରେ ଟ୍ରେନ୍‌ର ଗତି ଧିମା ହେବା ସହ ୨ଟି ଇଞ୍ଜିନ ଓ ୪ଟି ବଗି ବୃଦ୍ଧାଙ୍କ ଉପର ଦେଇ ଚାଲିଯାଇଥିଲା। ଟ୍ରେନ୍‌ ଅଟକିଯିବା ପରେ ତୁରନ୍ତ ବୁବୁ ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏହି ଖବର ପ୍ରଘଟ ହେବା ପରେ ସହରବାସୀ ବୁବୁଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri