Categories: ଫୁରସତ

ମାଲିକଙ୍କୁ ରକ୍ଷାକଲା ପୋଷା କୁକୁର

ନୂଆଦିଲ୍ଲୀ କାଲିଫର୍ନିଆରେ ଜଣେ ବ୍ୟକ୍ତି ତାଙ୍କ କୁକୁର ସାଉଲ ସହ ତାହୋଇ ନ୍ୟାଶନାଲ ଫରେଷ୍ଟରେ ହାଇକିଂ କରୁଥିବାବେଳେ ୭୦ ଫୁଟ ତଳକୁ ଖସିପଡ଼ିଥିଲେ। ତେବେ ଉକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛି ତାଙ୍କ ପୋଷା କୁକୁର ସାଉଲ। ତଳକୁ ଖସିବା ପରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ମାଲିକଙ୍କୁ ଖୋଜିବାରେ ଉଦ୍ଧାରକାରୀ ଟିମ୍‌କୁ ସାଉଲ ସାହାଯ୍ୟ କରିଥିବା ସେମାନେ କହିଛନ୍ତି। ଘଞ୍ଚ ଜଙ୍ଗଲରେ ରେସ୍କ୍ୟୁଟିମ୍‌ ପକ୍ଷରୁ ମାଲିକଙ୍କୁ ଖୋଜିକା କଷ୍ଟକର ହୋଇଥିବାବେଳେ କୁକୁରଟି କିନ୍ତୁ ସେମାନଙ୍କୁ ଗାଇଡ୍‌ କରି ନେଇଥିଲା। ପରିଶେଷରେ ସଉଲ ହିଁ ପ୍ରଥମେ କ୍ଷତାକ୍ତ ମାଲିକଙ୍କ ପାଖରେ ପହଞ୍ଚିଥିଲା। ଉଦ୍ଧାର ପରେ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଡାକ୍ତରଖାନାରେ ଜାରି ରହିଛି। ତେବେ ଘଟଣା ନେଇ କୁକୁର ସାଉଲଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

Share