ନାବାଳିକାଙ୍କୁ ବଳାତ୍କାର କଲେ ପିସିଆର କର୍ମଚାରୀ

ପୁରୁଷୋତ୍ତମପୁର୧୩।୨ (ସିମାଞ୍ଚଳ ମିଶ୍ର) ପୋଲିସ ଉପରେ ଲାଗିଲା କଳଙ୍କ ଦାଗ। ରକ୍ଷକ ସାଜିଲା ଭକ୍ଷକ। ଯେଉଁ ପୋଲିସ ପିସିଆର ଲୋକଙ୍କୁ ସୁରକ୍ଷା ଦିଏ ସେହି ପିସିଆରର କର୍ମଚାରୀ ନାବାଳିକାକୁ ବଳାତ୍କାର କରିବାକୁ ପଛାଇନାହିଁ।
ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ଗଞ୍ଜାମ ପୁରୁଷୋତ୍ତମପୁର ଥାନା ପିସିଆର ଭ୍ୟାନରେ ଡ୍ରାଇଭର ଭାବେ କାର୍ଯ୍ୟରତ କୁନାଲ ବେହେରାଙ୍କ ଉପରେ। କୁନାଲ ପୋଲିସ ଢାଞ୍ଚାରେ ନାଲିଆଖି ଦେଖାଇବା ସହ ଚଳାଉଥିବା ପୋଲିସ ଗାଡିରେ ଚାପି ମାରିଦେବାର ଭୟ ଦେଖାଇ ଜଣେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି।

ଏନେଇ ମଙ୍ଗଳବାର ପୀଡିିତା ଜଣକ ପୋଲିସରେ ଲିଖିତ ଅଭିଯୋଗ କରଛନ୍ତ। ରବିବାର ସେ ତାଙ୍କ ମାଉସୀ ଓ ଭଉଣୀଙ୍କ ସହ ଘରେ ବସି କଥାବାର୍ତ୍ତା ହେଉଥିବା ବେଳେ ତାଙ୍କ ବାରିପଟ କବାଟ ବାଡେଇବାର ଶବ୍ଦ ହୋଇଥିଲା। କେହି ଡାକୁଥିବାର ନେଇ ନାବାଳିକା ଜଣକ ଯାଇ କବାଟ ଖୋଲିବା ବେଳେ କୁନାଲ ଠିଆ ହୋଇଥିଲେ। ନାବାଳିକାଙ୍କୁ ଦେଖିବା କ୍ଷଣି କୁନାଲ ଜୋରଜବରଦସ୍ତ ବାହାରକୁ ଟାଣିନେଇଥିଲେ। ତାଙ୍କ ପାଟିକୁ ଚାପିଧରି ଜୀବନରେ ମାରିଦେବାର ଧମକ ଦେଇ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକାଜଣକ ଘରକୁ ଆସିବାରେ ବିଳମ୍ବ ହେବାରୁ ଭଉଣୀମାନେ ଯାଇ ଡାକିଥିଲେ। ପରେ ତାଙ୍କ ମାଆ ଆସି କବାଟକୁ ପିଟିବାର ଦୀର୍ଘସମୟ ପରେ କୁନାଲ ନାବାଳିକାଙ୍କୁ ଛାଡିଦେଇ ପାଚେରି ଡେଇଁ ଚମ୍ପଟ ମାରିଥିଲେ।

ଏପିକି ଗତ କିଛିମାସ ତଳେ ଏହି ନାବାଳିକା ଜଣକ କଲେଜରୁ ଫେରିବା ବେଳେ ସେହି ସମୟରେ ରାସ୍ତାରେ କୁନାଲ ବାଇକରେ ଆସୁଥିଲେ। କୁନାଲଙ୍କୁ ସେ ମାମୁଁ ବୋଲି ଡାକୁଥିବାରୁ ସେ ଗାଁରେ ଛାଡି ଦେବା ନେଇ ପଚାରିବାରୁ ସେ ବିଶ୍ବାସରେ ତାଙ୍କ ବାଇକରେ ବସି ଆସିଥିଲେ। ମାତ୍ର ଗାଁକୁ ଆସିବା ବଦଳରେ ଅନ୍ୟ ସ୍ଥାନକୁ ନେଇ ଜୀବନରେ ମାରିଦେବାର ଧମକ ଦେଇ ଏକ ଘରେ ବଳାତ୍କାର କରିଥିଲେ। ନାବାଳିକାଜଣକ ଲୋକଲଜ୍ଜ୍ୟା ଭୟରେ ଚୁପ ରହିଥିଲେ। ହେଲେ କୁନାଲା ପୁଣି ସେଭଳି ବ୍ୟବହାର କରିବାରୁ ନାବାଳିକା ଜଣକ ତାଙ୍କ ବାପା ମାଆଙ୍କ ସହ ମଙ୍ଗଳବାର ପୁରୁଷୋତ୍ତମପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତିା

ଜଣେ ପୋଲିସ ବିଭାଗରେ ଡ୍ରାଇଭର ହୋଇ ଏ ଭଳି କାର୍ଯ୍ୟ କରିଥିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛିା ଲୋକେ ପୋଲିସ ବିଭାଗକୁ ଆଙ୍ଗୁଳି ଦେଖାଇବାସହ ଏଭଳି ବ୍ୟକ୍ତିଙ୍କୁ କାର୍ଯ୍ୟରୁ ବହିସ୍କାର କରି ତୁରନ୍ତ ଗିରଫ କରିବା ଲାଗି ଦାବି କରିଛନ୍ତିା ଏହାକୁ ନେଇ ଆଇଆଇସି ବିପିନ ବିହାରି ହୋତାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ନାବାଳିକାଜଣକ କରିଥିବା ଅଭିଯୋଗକୁ ନେଇ ଏହାର କାଉନସିଲିଂ ସହ ତଦନ୍ତ କରିବାକୁ ମହିଳା ଏସଆଇ ପ୍ରିୟଙ୍କା ବେହେରାଙ୍କୁ ଦାଇତ୍ୱ ଦିଆଯାଇଛିା କୁନାଲ ଆଉଟ ସୋର୍ସିଂରେ ରହି ୧୧୨ ପିସିଆର ଗାଡିକୁ ଚଲାଉଛନ୍ତି। ଯିଏ ହେଉବି ତାଙ୍କ ନାଁରେ ଅଭିଯୋଗ ଆସିଲେ କାହାରିକୁ ବି ଛଡାଯିବ ନାହିଁ ବୋଲି ସେ କହିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri