ବିରି ଖାଇଦେଲା ବୋଲି ଶୁଆକୁ ଫାଶୀ

ଭୁବନେଶ୍ୱର, ୨୪।୩ (ବନ୍ଦନା ସେଠୀ): ବନ୍ୟପ୍ରାଣୀଙ୍କୁ ଶିକାର କରି ରାନ୍ଧି ଖାଇବା, ପୋଷା ମନାଇ ରଖିବା ଓ ଅତ୍ୟାଚାର କରିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଛଡ଼ାଯାଉଛି। ଏହାକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହେଉଥିବାବେଳେ ଏବେ ଆଉଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବିରି ଖାଇଦେଇଥିବାରୁ ଜଣେ ଯୁବକ ଗୋଟିଏ ଶୁଆକୁ ଫାଶୀ ଦେବା ସହିତ ଏହାର ମଜା ନେଉଥିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓରେ ଶୁଆଟିର ଦୁଇ ଡେଣାକୁ ଦଉଡିରେ ବାନ୍ଧିବା ସହିତ ତା’ ବେକରେ ଦଉଡି ଲଗାଇ ତାକୁ ଫାଶୀ ଦେବା ଭଳି ଦୁଇ ଖୁଣ୍ଟ ମଝିରେ ଓହଳା ଯାଇଛି। ଭଗ୍ନ ପନ୍ଥେଇ ନାମକ ଜଣେ ଯୁବକ ଏହି ଭିଡିଓକୁ ପୋଷ୍ଟ କରିଥିବାବେଳେ ବିରି ଖାଇ ପଳେଇଥିବାରୁ ଆଜି ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛି ବୋଲି ବେଶ୍‌ ଆରାମର ସହ କହୁଥିବା ଦେଖାଯାଇଛି। ଏପରିକି ଉକ୍ତ ପୋଷ୍ଟରେ ମଧ୍ୟ ସେ ନିଜ ନାମ ପାଖରେ ଏକ ମୋବାଇଲ୍‌ ନଂ. ୯୫୦୨୮୨୧୭୧୮ ଉଲ୍ଲେଖ କରିଛନ୍ତି। ତେବେ ଏହି ଭିଡିଓକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପରେ ତାହାକୁ ଡିଲିଟ୍‌ କରାଯାଇଛି। ଶୁଆ ଭଳି ଏକ ନିରୀହ ବନ୍ୟପ୍ରାଣୀକୁ ଏଭଳି କ୍ରୂରତାର ସହ ହତ୍ୟା କରିବାକୁ ନେଇ ପ୍ରାଣୀପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଶୁଆ ଏକ ବନ୍ୟପ୍ରାଣୀ ହୋଇଥିବାରୁ ଏହାକୁ ପଞ୍ଜୁରିରେ ରଖିବା ଓ ବିକ୍ରି କରିବା ବନ୍ୟପ୍ରାଣୀ ଆଇନ ଅନୁସାରେ ବେଆଇନ। ଏପରି କଲେ ଆଇନ ଉଲ୍ଲଂଘନ ଅଭିଯୋଗରେ ଗିରଫ ଭଳି କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି। ମାତ୍ର ଏଠାରେ ଅଭିଯୁକ୍ତ ଜଣକ ସବୁ ସୀମା ଟପି ଯାଇଛନ୍ତି। ତେଣୁ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି। ଏନେଇ ସ୍ନେକ ହେଲ୍ପ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରବିବାର ପିସିସିଏଫ୍‌ (ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝାଙ୍କ ସମେତ ଡିସିଏଫ୍‌ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ବନ୍ୟପ୍ରାଣୀଙ୍କ ଉପରେ ଅତ୍ୟାଚାର କରିବା, ସେମାନଙ୍କୁ ଶିକାର କରିବା ଭଳି ଫଟୋ ଓ ଭିଡିଓ ପୋଷ୍ଟ ହେଉଥିଲେ ହେଁ ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଉନାହିଁ। ଫଳରେ ବାରମ୍ବାର ଏଭଳି ଘଟଣା ଘଟିବା ସହିତ ଅନ୍ୟମାନଙ୍କୁ ଏପରି କରିବାକୁ ସାହସ ଯୋଗାଉଛି। ଏହି ଘଟଣା ପୂର୍ବରୁ ଯାଜପୁରରେ ଏକ ଦମ୍ପତି ମାଙ୍କଡ଼ ଧରି ସୋସିଆଲ ମିଡିଆରେ ଡ୍ରାମା କରି ଟଙ୍କା ରୋଜଗାର କରୁଥିଲେ। ବିରୋଧ ପରେ ସେମାନେ ଗିରଫ ହୋଇଥିଲେ ହେଁ ଜାମିନରେ ଆସିବା ପରେ ପୂର୍ବପରି କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଭଦ୍ରକ ଜିଲାରେ ସାପଧରି ସୋସିଆଲ ମିଡିଆରେ ପୋଷ୍ଟ କରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଗିରଫ ହୋଇଥିଲେ ହେଁ ଜାମିନରେ ଆସି ପୁନର୍ବାର ସାପ ଖେଳାଉଛନ୍ତି। ଏହି ଘଟଣାକୁ ଦୃଢ ଭାବରେ ଦମନ କରାଯାଇଥିଲେ ପୁନର୍ବାର ଏଭଳି ଅଘଟଣ ଘଟି ନ ଥାନ୍ତା ବୋଲି ପ୍ରାଣୀ ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri