ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଗଞ୍ଜାମ,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠସ୍ଥିତ ଜୟଶ୍ରୀ ଛକଠାରେ ରବିବାର ଭୋର୍‌ ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅତି ପର୍ବଳ ବର୍ଷା ହେତୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଯାଇଥିଲା। ତେବେ ଡ୍ରାଇଭର ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି l ଏହି ଡିଭାଇଡର ହେବା ପରଠାରୁ ସେଫ୍‌ଟି ପାଇଁ ବୋର୍ଡ଼ ଲଗାଯାଇନି l କିମ୍ବା ଡ୍ରେନ୍‌ ସୁବିଧା ନ ଥିବାରୁ ଡିଭାଇଡରଠାରେ ପାଣି ଜମି ଏହା ଜଳମଗ୍ନ ହେଇଯାଉଛି। ତେଣୁ ବାରମ୍ବାର ଏଥିପାଇଁ ଦୁର୍ଘଟଣା ହେଉଥିବାର ଦେଖିବାକୁ ମିଳୁଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ବଡ଼ ବଜାର ସଂଘ ସଭାପତି ଶଙ୍କର ବାରିକ ଓ ସାନ ବଜାର ବଣିକ ସଂଘ ସଭାପତି ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି l