ସନ୍ନି ଦଓ୍ବେଲଙ୍କୁ ଧମକ!

ମୁମ୍ବାଇ:ବଲିଉଡ ଷ୍ଟାର ସନ୍ନି ଦଓ୍ବେଲ ଏବେ ତାଙ୍କ ମୁଭି ‘ଗଦ୍ଦର ୨’ର ସକସେସ ଏନଜୟ କରୁଛନ୍ତି। ବକ୍ସ ଅଫିସରେ ଏହି ମୁଭି ରେକର୍ଡ କରିଥିବା ବେଳେ ସବୁଠି କେବଳ ଗଦ୍ଦର ୨ ଓ ସନ୍ନି ଦଓ୍ବେଲଙ୍କ କଥା ଶୁଣିବାକୁ ମିଳୁଛି। ଏହାରି ଭିତରେ ଅଭିନେତା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ହୋଇ ଯାଇଛନ୍ତି। ଏହାସହ ସେ ମୁଭି ଗଦ୍ଦର ୨ ସହ ଜଡିତ କିଛି ପୋଷ୍ଟ ମଧ୍ୟ କରୁଥିବା ଦେଖାଯାଇଛି। ନିକଟରେ ସେ ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଦର୍ଶକଙ୍କ ଭଲପାଇବା ଦେଖି ଭାବୁକ ହୋଇଯାଇଥିବା ଦେଖାଯାଇଛି। ଏହାସହ ସେ ପାକିସ୍ତାନ ଲୋକଙ୍କୁ କଡା ଜବାବ ଦେଇଛନ୍ତି ଓ ସେମାନଙ୍କ ଉପରେ ଦୋଷ ଲଦିଛନ୍ତି।
କଥା ହେଲା ନିକଟରେ ସନ୍ନି ଆପ କି ଅଦାଲତ କାର୍ଯ୍ୟକ୍ରମକୁ ଆସିଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା କି ସନ୍ନି ଆପଣଙ୍କ ଉପରେ ଅଭିଯୋଗ ରହିଛି କି ଆପଣ ପ୍ରଥମେ ହ୍ୟାଣ୍ଡପମ୍ପ ଓପାଡି ଦେଲେ ପାକିସ୍ତାନରେ ପାଣି ଆସିବା ବନ୍ଦ ହେଲା। ଏବେ ଆପଣ ଖମ୍ବ ଓପାଡି ଦେଲେ ତ ସେଠାରେ ବିଜୁଳି ବନ୍ଦ ହୋଇଗଲା। ଏହାର ଉତ୍ତରରେ ସେ କହିଛନ୍ତି, ତାରା ସିଂ ପରିବାରର କଥା ଆସିଲେ ତାକୁ କେହି ରୋକି ପାରିବେ ନାହିଁ। ଏତିକି ବେଳେ ଜଣେ ବ୍ୟକ୍ତିି କହିଥିଲେ ଆର୍ମି ତ ଦୂରର କଥା ସନ୍ନି ମୋ ସାମ୍ନାକୁ ଆସନ୍ତୁ ଦେଖିବା କାହାର କେତେ ଦମ ଅଛି। ଏହାପରେ ଅଭିନେତା କହିଥିଲେ ଦେଖନ୍ତୁ ମୁଁ ଜଣେ କଳାକାର ପରଫର୍ମ କରିବା ମୋର କାମ। ଏହାକୁ ପର୍ସନାଲ ନ ନେଲେ ଭଲ, କିନ୍ତୁ ଯଦି କାହାକୁ ପଙ୍ଗା ନେବାର ଅଛି ତେବେ ମୋ ନିକଟକୁ ଆସନ୍ତୁ।
ସନ୍ନି କହିଛନ୍ତି, ଗଦ୍ଦର ୨ ରିଲିଜ ହେବା ପୂର୍ବରୁ ମୁଁ ଖୁବ ଟେନସନ ଥିଲି। ହେଲେ ଏହାର ସକସେସ ପରେ ମୁଁ ରାତିସାରା ଶୋଇ ନ ଥିଲି ଖାଲି କାନ୍ଦିଥିଲି ଓ ହସିଥିଲି। ମୋ ପାଖରେ ମୋ ପିତା ଥିଲେ। ସେତେବେଳେ ମୁଁ ତାଙ୍କୁ କହିଥିଲି ମୁଁ ମଦ ପିଇନାହିଁ ହେଲେ ମୁଁ ଖୁସି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri