Posted inଫୁରସତ

ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଜାଗା କିଣିଲେ ପାକିସ୍ତାନ ଯୁବକ!

ଇସ୍‌ଲାମାବାଦ,୨୫ ।୯: ପାକିସ୍ତାନ ରାୱଲ ପିଣ୍ଡି ସହର ନିବାସୀ ଜଣେ ଯୁବକ ଶୋଏବ ଅହମ୍ମଦ ବିବାହରେ ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଏକ ଜାଗା କିଣିଥିବା ପ୍ରକାଶ କରିଛନ୍ତି । ସେ ସେଠରେ ‘ସି ଅଫ୍ ଭେପର’ ବା ବାଷ୍ପ ସମୁଦ୍ର ନାମକ ଏକ ସ୍ଥାନରେ ଗୋଟିଏ ଫ୍ଲାଟ କିଣିଥିବା କହିଛନ୍ତି । ତେବେ ସେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦ୍ୱାରା ପ୍ରେରଣା ପାଇଥିବା କହିଛନ୍ତି । ସେ ଏହା ଇଣ୍ଟରନ୍ୟାଶନାଲ ଲୁନାର ଲ୍ୟାଣ୍ଡସ୍ ରେଜିଷ୍ଟ୍ରିରୁ ୪୫ ଡଲାରରେ କ୍ରୟ କରିଛନ୍ତି । ସୂଚନାଯୋଗ୍ୟ, ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ‘ସି ଅଫ୍ ମସ୍କୋପି’ ନାମକ ସ୍ଥାନରେ ୨୦୧୮ରେ ଏକ ଭୂଖଣ୍ଡ କିଣିଥିବା କୁହାଯାଏ । ତେବେ ସୋହେବଙ୍କ ପତ୍ନୀ ମଦିହା କହିଛନ୍ତି, ଯେତେବେଳେ ଶୋଏବ ତାଙ୍କୁ ବିବାହ ଉପହାର ଭାବେ ଚନ୍ଦ୍ରରେ ଜାଗା କିଣିବା କଥା ଶୁଣିଲେ ସେତେବେଳେ ସେ ଏହାକୁ ବିଶ୍ୱାସ କରି ପାରିଲେନି । ଏମିତିକି ତାଙ୍କ ସାଙ୍ଗମାନଙ୍କୁ ଏକଥା କହିବା ପରେ ବି ସେମାନେ ଏହାକୁ ବିଶ୍ୱାସ କରି ନ ଥିଲେ । ହେଲେ ସମସ୍ତ କାଗଜ ପତ୍ର ଦେଖାଇବା ପରେ ତାଙ୍କ ସାଙ୍ଗମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ବୋଲି ଶୋଏବଙ୍କ ପତ୍ନୀ କହିଛନ୍ତି । ସୁଶାନ୍ତଙ୍କ ବ୍ୟତୀତ ଶାହାରୁଖ ଖାଁ, ହଲିଉଡ୍ ଅଭିନେତ୍ରା ଟ୍ରମ୍ କ୍ରୁଜଙ୍କ ସମେତ କେତେଜଣ ବଡ ବଡ ବ୍ୟକ୍ତି ଚନ୍ଦ୍ରରେ ଜାଗା କିଣିଥିବା କୁହାଯାଏ । ପାକିସ୍ତାନର ଶୋଏବ-ମଦିହା ଦମ୍ପତି ଚନ୍ଦ୍ରରେ ଫ୍ଲାଟ କିଣିବା ପରେ ଏ ସମ୍ପର୍କୀୟ କାଗଜ ପତ୍ର ୟୁଏସ୍ ପୋଷ୍ଟାଲ ସର୍ଭିସ ମାଧଧ୍ୟମରେ ତାଙ୍କ ଘରେ ପହଞ୍ଚିଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri