Posted inଫୁରସତ

ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଜାଗା କିଣିଲେ ପାକିସ୍ତାନ ଯୁବକ!

ଇସ୍‌ଲାମାବାଦ,୨୫ ।୯: ପାକିସ୍ତାନ ରାୱଲ ପିଣ୍ଡି ସହର ନିବାସୀ ଜଣେ ଯୁବକ ଶୋଏବ ଅହମ୍ମଦ ବିବାହରେ ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଏକ ଜାଗା କିଣିଥିବା ପ୍ରକାଶ କରିଛନ୍ତି । ସେ ସେଠରେ ‘ସି ଅଫ୍ ଭେପର’ ବା ବାଷ୍ପ ସମୁଦ୍ର ନାମକ ଏକ ସ୍ଥାନରେ ଗୋଟିଏ ଫ୍ଲାଟ କିଣିଥିବା କହିଛନ୍ତି । ତେବେ ସେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦ୍ୱାରା ପ୍ରେରଣା ପାଇଥିବା କହିଛନ୍ତି । ସେ ଏହା ଇଣ୍ଟରନ୍ୟାଶନାଲ ଲୁନାର ଲ୍ୟାଣ୍ଡସ୍ ରେଜିଷ୍ଟ୍ରିରୁ ୪୫ ଡଲାରରେ କ୍ରୟ କରିଛନ୍ତି । ସୂଚନାଯୋଗ୍ୟ, ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ‘ସି ଅଫ୍ ମସ୍କୋପି’ ନାମକ ସ୍ଥାନରେ ୨୦୧୮ରେ ଏକ ଭୂଖଣ୍ଡ କିଣିଥିବା କୁହାଯାଏ । ତେବେ ସୋହେବଙ୍କ ପତ୍ନୀ ମଦିହା କହିଛନ୍ତି, ଯେତେବେଳେ ଶୋଏବ ତାଙ୍କୁ ବିବାହ ଉପହାର ଭାବେ ଚନ୍ଦ୍ରରେ ଜାଗା କିଣିବା କଥା ଶୁଣିଲେ ସେତେବେଳେ ସେ ଏହାକୁ ବିଶ୍ୱାସ କରି ପାରିଲେନି । ଏମିତିକି ତାଙ୍କ ସାଙ୍ଗମାନଙ୍କୁ ଏକଥା କହିବା ପରେ ବି ସେମାନେ ଏହାକୁ ବିଶ୍ୱାସ କରି ନ ଥିଲେ । ହେଲେ ସମସ୍ତ କାଗଜ ପତ୍ର ଦେଖାଇବା ପରେ ତାଙ୍କ ସାଙ୍ଗମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ବୋଲି ଶୋଏବଙ୍କ ପତ୍ନୀ କହିଛନ୍ତି । ସୁଶାନ୍ତଙ୍କ ବ୍ୟତୀତ ଶାହାରୁଖ ଖାଁ, ହଲିଉଡ୍ ଅଭିନେତ୍ରା ଟ୍ରମ୍ କ୍ରୁଜଙ୍କ ସମେତ କେତେଜଣ ବଡ ବଡ ବ୍ୟକ୍ତି ଚନ୍ଦ୍ରରେ ଜାଗା କିଣିଥିବା କୁହାଯାଏ । ପାକିସ୍ତାନର ଶୋଏବ-ମଦିହା ଦମ୍ପତି ଚନ୍ଦ୍ରରେ ଫ୍ଲାଟ କିଣିବା ପରେ ଏ ସମ୍ପର୍କୀୟ କାଗଜ ପତ୍ର ୟୁଏସ୍ ପୋଷ୍ଟାଲ ସର୍ଭିସ ମାଧଧ୍ୟମରେ ତାଙ୍କ ଘରେ ପହଞ୍ଚିଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri