ଅରବିନ୍ଦ ବିଜେଡିରୁ ବିଦା ହେବାପରେ ଆସିଲା ନୂଆ ଟ୍ବିଷ୍ଟ୍‌: ବିଜୟ ମହାପାତ୍ରଙ୍କ ଘରେ ପହଞ୍ଚିଲେ…

ଭୁବନେଶ୍ୱର,୧୬।୨: ପାଟକୁରା ବିଧାୟକ ତଥା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଦର୍ଶାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୨ ନେତା ବିଜେଡିରୁ ବିଦା ହେବା ପରେ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଶୁକ୍ରବାର ବିଜୟ ମହାପାତ୍ରଙ୍କ ଘରେ ବିଜେଡିର ପୂର୍ବତନ ବିଧାୟକ ରବି ପାଣି ପହଞ୍ଚିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।

ପୁଅ ଦଳରୁ ବହିଷ୍କାର ହେବା ପରେ ବିଜୟ ମହାପାତ୍ର କହିଛନ୍ତି, ସେ ଏଭଳି ଖବର ଶୁଣି ହତବାକ୍‌ ଓ ଆଶ୍ଚର୍ଯ୍ୟ। ସେ ଜାଣିବାରେ ତାଙ୍କ ପୁଅ କିଛି କରିନାହିଁ। ସେ କୌଣସି ଦଳରେ ନାହାନ୍ତି ତାଙ୍କ ପୁଅ ନିର୍ବାଚନମଣ୍ଡଳୀର ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜୟ କହିଛନ୍ତି।

ସୂଚନାଯୋଗ୍ୟ,ନିଲମ୍ବନ ଆଦେଶ ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ମେଳିକୁ ଯାଇନାହିଁ। ସବୁବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀ ଭିତରେ ରହିଛନ୍ତି। କେଉଁ ଭୋଜିଭାତକୁ ବି ଯାଇନାହାନ୍ତି। କେଉଁଠାରେ ବି ଦଳର ହୁଇପ୍‌ ଦିଆଯାଇଛି ଯାହା ସେ ମାନିନାହାନ୍ତି ସେମିତି ମଧ୍ୟ କିଛି ନାହିଁ। ସେପରି କିଛି ବିବାଦୀୟ ମନ୍ତବ୍ୟ ଦେଇନାହାନ୍ତି। ସେ ଆଗ କାହିଁକି ଦଳରୁ ନିଲମ୍ବନ ହୋଇଛନ୍ତି ସେକଥା ଜାଣିବା ପରେ ଯାହା କହିବେ ବୋଲି ଅରବିନ୍ଦ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୧୭୦ ରନ୍‌ ଟାର୍ଗେଟ୍‌ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା,୪।୩: ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯/୮ ସ୍କୋର କରିଥିଲା। ଦକ୍ଷିଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri