Posted inଜାତୀୟ

ହିଜାବରେ ନୂଆ ମୋଡ଼, ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍‌ଙ୍କୁ ଆର୍‌ଏସ୍‌ଏସ୍‌ ମୁସଲିମ୍‌ ଶାଖାର ସମର୍ଥନ …

ବେଙ୍ଗାଲୁରୁ, ୧୦।୨ : ହିଜାବ୍‌ ବିବାଦ ନେଇ ଦେଶର ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଏପରିସ୍ଥଳେ ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍‌ଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁସଲିମ୍‌ ଶାଖା ଏମ୍‌ଆର୍‌ଏମ୍‌ ପକ୍ଷରୁ ସମର୍ଥନ କରାଯାଇଛି।

ଫଳରେ ହିଜାବ ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ସଂଘ କହିଛନ୍ତି ଯେ ହିଜାବ ବା ଆବରଣ ଭାରତୀୟ ସଂସ୍କୃତିର ଏକ ଅଂଶ। ଆରଏସ୍‌ଏସ୍‌ର ମୁସଲିମ ଶାଖା, ମୁସଲିମ ରାଷ୍ଟ୍ରୀୟ ମଞ୍ଚ, ବିବି ମୁସକାନ୍‌ଙ୍କ ହିଜାବ ପିନ୍ଧିବା ଆବେଦନକୁ ସମର୍ଥନ କରିଛନ୍ତିି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରି ମୁସଲିମ ରାଷ୍ଟ୍ରିୟ ମଞ୍ଚର ଅୱଧ ପ୍ରାନ୍ତର ସଞ୍ଚାଳକ ଅନୀଲ ସିଂ କହିଛନ୍ତି ଯେ ସେ ଆମର ଝିଅ ଏବଂ ଭଉଣୀ। ତାଙ୍କ ସଙ୍କଟ ସମୟରେ ଆମେ ତାଙ୍କ ସହିତ ଛିଡା ହୋଇଛୁ।

ମୁସଲିମ ରାଷ୍ଟ୍ରୀୟ ମଞ୍ଚ ନିଜ ବିବୃତ୍ତିରେ କହିଛି ଯେ ହିନ୍ଦୁ ସଂସ୍କୃତି ମହିଳାମାନଙ୍କୁ ସମ୍ମାନ ଦେବା ଶିଖାଏ ଏବଂ ଯେଉଁମାନେ ଜୟ ଶ୍ରୀରାମ ସ୍ଳୋଗାନ୍‌ ଦେଇଥିଲେ ଏବଂ ଝିଅଙ୍କୁ ଆତଙ୍କିତ କରିବାକୁ ଚେଷ୍ଟା କରିଥିଲେ ସେମାନେ ଭୁଲ ଥିଲେ।

ବିବୃତ୍ତିରେ କୁହାଯାଇଛି ଯେ ହିଜାବ ପିନ୍ଧିବା ପାଇଁ ଝିଅମାନଙ୍କର ସାମ୍ବିଧାନିକ ଅଧିକାର ରହିଛି। ଯଦି ସେ କ୍ୟାମ୍ପସ ଡ୍ରେସ କୋଡର ଉଲ୍ଲଂଘନ କରିଥାନ୍ତେ, ତା’ହେଲେ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଅଛି। ଆରଏସ୍‌ଏସ୍‌ ନେତା କହିଛନ୍ତି ଯେ ଗୈରିକ ପଗଡ଼ି ପିନ୍ଧି ପୁଅମାନଙ୍କର ଜୟ ଶ୍ରୀ ରାମ ସ୍ଳୋଗାନ୍‌ କରିବା ଆଚରଣ ଗ୍ରହଣୀୟ ନୁହେଁ। ସେମାନେ ହିନ୍ଦୁ ସଂସ୍କୃତିକୁ ବଦନାମ କରିଛନ୍ତି।

ଅନୀଲ କହିଛନ୍ତି ଯେ ହିଜାବ କିମ୍ବା ଆବରଣ ମଧ୍ୟ ଭାରତୀୟ ସଂସ୍କୃତିର ଏକ ଅଂଶ ଏବଂ ହିନ୍ଦୁ ମହିଳାମାନେ ନିଜ ପସନ୍ଦ ଅନୁଯାୟୀ ଓଢ଼ଣା ପିନ୍ଧନ୍ତି ଏବଂ ବିବି ମୁସକାନ୍‌ଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ପ୍ରଯୁଜ୍ୟ। ଅନୀଲ କହିଛନ୍ତି ଆମର ସରସଙ୍ଗ ଚାଳକ କହିଛନ୍ତି, ମୁସଲମାନମାନେ ଆମର ଭାଇ ଏବଂ ଉଭୟ ସମ୍ପ୍ରଦାୟର ଡିଏନ୍‌ଏ ସମାନ। ମୁସଲମାନମାନଙ୍କୁ ସେମାନଙ୍କର ଭାଇ ଭାବରେ ଗ୍ରହଣ କରିବାକୁ ମୁଁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିବେଦନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri