ପୋଷାକ ଉତ୍ପାଦନରେ ନୂଆ ଅଧ୍ୟାୟ ସୃଷ୍ଟି ହେବ: ହସ୍ତତନ୍ତ ମନ୍ତ୍ରୀ

ଭୁବନେଶ୍ୱର,୧୪ା୯(ବନ୍ଦନା ସେଠୀ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ପରିଧାନ ଉଷ୍ମାୟନ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ନବନିର୍ମିତ କେନ୍ଦ୍ରକୁ ଶୁକ୍ରବାର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଲେ, ବେକାର ଯୁବତୀ ଯୁବକଙ୍କୁ ରୋଜଗାର ଯୋଗାଇଦେବା ସହ ଏହା ପୋଷାକ ଉତ୍ପାଦନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ମତ ଦେଇଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଯୋଗଦେଇ କହିଲେ, ବୟନଶିଳ୍ପ ଉଦ୍ୟୋଗ ପାଇଁ ଏହି କେନ୍ଦ୍ର ବହୁ ସଫଳତାର ସମ୍ଭାବନା ରଖୁଛି। ପ୍ରାରମ୍ଭିକ ସ୍ତରରେ ଥିବା ଯୁବ ଉଦ୍ୟୋଗୀଙ୍କୁ ପ୍ଲଗ୍‌ ଆଣ୍ଡ୍‌ ପ୍ଲେ ବ୍ୟବସ୍ଥା ସହ ଆବଶ୍ୟକ ସମ୍ବଳ, ଭିତ୍ତିଭୂମି, ପୋଷାକ ଉତ୍ପାଦନ ପାଇଁ ସିଲେଇ ମେଶିନ, ପ୍ୟାକେଜିଂ ମେଶିନ ଆଦି ଯୋଗାଇ ଦିଆଯାଇଛି। ୩ଜଣ ଉଦ୍ୟୋଗୀ ମୁକେଶ କୁମାର ନାୟକ (କେନ୍ଦ୍ରାପଡା), ବିନୟ ମୁଣ୍ଡା (ରାଇରଙ୍ଗପୁର) ଓ ବିଶ୍ୱଜିତ୍‌ କିରୋ (ସୁନ୍ଦରଗଡ) ପୋଷାକ ଉତ୍ପାଦନ ପାଇଁ ୪୫ହଜାର ବର୍ଗଫୁଟ ଅଞ୍ଚଳରେ ଏହି କେନ୍ଦ୍ର ନିମନ୍ତେ ଅନୁମତି ପାଇଛନ୍ତି। ଏହି କେନ୍ଦ୍ର ୬ଶହ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେବା ସହ ଉଦ୍ଭାବନ ଓ ବ୍ୟବସାୟ ବିକାଶ ପାଇଁ ଏକ ପରିବର୍ତ୍ତନଶୀଳ ହବ୍‌ରେ ପରିଣତ ହେବ। ଉଦ୍ୟୋଗୀଙ୍କୁ ପ୍ରତିପୋଷଣ କରିବା ସହ ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ବୟନ ଐତିହ୍ୟକୁ ବୃଦ୍ଧି କରିବ ବୋଲି ସଚିବ କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୁମିତା ରଥ, ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଆର୍ଥିକ ଉପଦେଷ୍ଟା ତଥା ଅତିରିକ୍ତ ଶାସନ ସଚିବ ବୀଣାପାଣି ନାୟକ, ଯୁଗ୍ମ ଶାସନ ସଚିବ ମମତା ନାୟକ, ଉପଶାସନ ସଚିବ ସୁବ୍ରତ କୁମାର ବେହେରା, ବୟନଶିଳ୍ପ ତଥା ହସ୍ତତନ୍ତ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri