୪.୪୨ କୋଟି ଟଙ୍କାର ନୂଆ ବସ୍‌ଷ୍ଟାଣ୍ଡ ଅଲୋଡ଼ା

ନୟାଗଡ଼ ଅଫିସ,୭।୪: ପୁଣି ଅଲୋଡ଼ା ହୋଇଛି ନୂଆ ବସ୍‌ଷ୍ଟାଣ୍ଡ। ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡକୁ ବସ୍‌ ଯିବା ବନ୍ଦ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ପୁଣି ବସ୍‌ଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେକ୍ସ ବନ୍ଦ ହୋଇ ପଡ଼ିଛି। ପୂର୍ବପରି ନୟାଗଡ଼ ସହରର ଟ୍ରାଫିକ ପୋଷ୍ଟ ନିକଟସ୍ଥ ବସ୍‌ଷ୍ଟପ୍‌ରେ ବସ୍‌ ଅଟକୁଛି । ସେଠାରେ ହିଁ ଯାତ୍ରୀମାନଙ୍କ ଭିଡ଼ ଜମୁଛି । ଏଥିପାଇଁ ଟ୍ରାଫିକ ସମସ୍ୟା ବଢ଼ୁଛି।

ନୂଆ ବସ୍‌ଷ୍ଟାଣ୍ଡ ଏକାଧିକ ଥର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନର କିଛିଦିନ ବସ୍‌ ଚଳାଚଳ ସ୍ବାଭାବିକ ଭାବେ ଚାଲୁଛୁ ା ହେଲେ ଧିରେ ଧିରେ ସେଠାକୁ ବସ୍‌ ଚଳାଚଳ ବନ୍ଦ ହେଉଛି । ପ୍ରାୟ ୨୨ ବର୍ଷ ହେଲା ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା । ୨୦୨୧ ଡିସେମ୍ବର ୨୨ରେ ୪,୪୨ କୋଟି ଟଙ୍କା ବ୍ୟୟରେ ନୂଆ ବସଷ୍ଟାଣ୍ଡ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ଏହା ପରେ ପୁରୁଣା ବସ୍‌ଷ୍ଟାଣ୍ଡରୁ ବସ୍‌ ନୂଆ ବସ୍‌ଷ୍ଟାଣ୍ଡକୁ ଆସିଥିଲା। କିଛିଦିନ ସବୁ ଠିକ୍‌ଠାକ୍‌ ଚାଲିଲା । ହେଲେ ଭୁବନେଶ୍ୱର-ଭଞ୍ଜନଗର ଓ ଭଞ୍ଜନଗର-ଭୁବନେଶ୍ୱର ବସ୍‌ଗୁଡିକ ଆଦୌ ନୂଆ ବସ୍‌ଷ୍ଟାଣ୍ଟକୁ ଯାଇ ନ ଥିଲେ। ସରକାରୀ ନିର୍ଦ୍ଦେଶକୁ ଅଣଦେଖା କରିଥିବା ସେହି ବସ୍‌ ମାଲିକଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଗଲାନାହିଁ । ପରେ ଅନ୍ୟ ବସ୍‌ଗୁଡ଼ିକ ଆଦୌ ନୂଆ ବସ୍‌ଷ୍ଟାଣ୍ଡ ଗଲେ ନାହିଁ । ଯେଉଁ ହାତଗଣତି ବସ୍‌ ନୂଆ ବସ୍‌ଷ୍ଟାଣ୍ଡକୁ ଯାଉଥିଲେ ସେମାନେ ଦକ୍ଷିଣକାଳୀ ମନ୍ଦିର ନିକଟରୁ ବୁଲାଇ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ବିଭିନ୍ନ ରାସ୍ତାରେ ଅଟକି ରହୁଛନ୍ତି। ଏଣୁ ଧିରେ ଧିରେ ନୂଆ ବସ୍‌ଷ୍ଟାଣ୍ଡ ଅଲୋଡ଼ା ହେଉଥିବା ଅଭିଯୋଗ ହୋଇଛି।

ଫାଣ୍ଡି ପ୍ରତିଷ୍ଠାକୁ ଅଣଦେଖା:
ନୂଆ ବସ୍‌ଷ୍ଟାଣ୍ଡରେ ଏକ ପୋଲିସ ଫାଣ୍ଡିର ଆବଶ୍ୟକତା ରହିଛି । ଏହାର ସମ୍ମୁଖ ଭାଗରେ ନୟାଗଡ଼ ସଦର ଥାନା ରହିଛି । କିନ୍ତୁ ନୂଆ ବସ୍‌ଷ୍ଟାଣ୍ଡ ନୟାଗଡ଼ ଟାଉନ ଥାନା ଅଧୀନରେ ଯାଉଥିବାବେଳେ ଏହା ବସ୍‌ଷ୍ଟାଣ୍ଡଠାରୁ ୨ କିମି ଦୂରରେ ରହିଛି । ବସ୍‌ଷ୍ଟାଣ୍ଡ କାରଣରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଫାଣ୍ଡି ପ୍ରତିଷ୍ଠା ନ ହେଲେ ଅସୁବିଧା ସୃଷ୍ଟି ହୋଇପାରେ । ପୋଲିସ ସମ୍ମୁଖରେ ଘଟଣା ଘଟୁଥିଲେ ମଧ୍ୟ ସଦର ଥାନା ପୋଲିସ ନୀରବ ରହୁଥିବା ଦେଖିବାକୁ ମିଳୁଛି ା ଏଣୁ ଫାଣ୍ଡି ପ୍ରତିଷ୍ଠା ପାଇଁ ସାଧାରଣରେ ମତ ପ୍ରକାଶ ପାଇଥିଲେ ହେଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ନାହିଁ । ଅନ୍ୟପକ୍ଷେ ପୁରୁଣା ବସ୍‌ଷ୍ଟାଣ୍ଡରେ ଏକ ପୋଲିସ ଫାଣ୍ଡି ଅଛି । ଦରକାର ପଡିଲେ ଏହା ସ୍ଥାନାନ୍ତରିତ ହୋଇପାରେ ବୋଲି କୁହାଯାଉଥିଲା । କିନ୍ତୁ ପୁରୁଣା ବସ୍‌ଷ୍ଟାଣ୍ଡ ବସ୍‌ଷ୍ଟପର ମାନ୍ୟତା ପାଇବା ପରେ ଏଠାରେ ମଧ୍ୟ ଫାଣ୍ଡିର ଆବଶ୍ୟକତା ରହିଛି । ଏଣୁ ଏଠାରୁ ସ୍ଥାନାନ୍ତରିତ ନ କରିବାକୁ ଦାବି ହେଇଛି ା

ଟ୍ରାଫିକ ପୋଷ୍ଟର ନବକଳେବର ସ୍ବପ୍ନ:
୨୦୨୦ ଡିସେମ୍ବର ୩୦ ଓ ୨୦୨୧ ଅଗଷ୍ଟ ୧୩ରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବସି ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ନିର୍ଦ୍ଦେଶ ଦେଇଥିଲେ। ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପରେ ନୟାଗଡ଼ ସହରର ଟ୍ରାଫିକ ଛକରେ ଟ୍ରାଫିକ ଲାଇଟ୍‌ ପୋଷ୍ଟ ଲାଗିବ । ପୁରୁଣା ଟ୍ରାଫିକ ପୋଷ୍ଟ ହଟି ନୂଆ ଟ୍ରାଫିକ ପୋଷ୍ଟ ହେବ । ତେବେ ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବାରୁ ପୁରୁଣା ବସ୍‌ଷ୍ଟଣ୍ଡରେ ଟ୍ରାଫିକ ପୋଷ୍ଟ ହଟି ପାରୁ ନ ଥିଲା । ନୂଆ ଟ୍ରାଫିକ ଲାଇଟ ପୋଷ୍ଟ ଲାଗି ପାରୁ ନ ଥିଲା । ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପରେ ଟ୍ରାଫିକ ପୋଷ୍ଟର ନବକଳେବର ପାଇଁ ବାଟ ଫିଟିଯାଇଛି । ହେଲେ ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପରେ ବି ଟ୍ରାଫିକ ପୋଷ୍ଟ ନବକଳେବର କରା ନ ଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ଏନେଇ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଶ୍ୱେତା ମିଶ୍ର କୁହନ୍ତି, ନୂଆ ବସ୍‌ଷ୍ଟାଣ୍ଡ ଭିତରେ ଥିବା ମାର୍କେଟ କମ୍ପେକ୍ସକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଜାରି ରହିଛି। ବିଦ୍ୟୁତ୍‌ ସମସ୍ୟା ସମାଧାନ ହେଲେ ଖୁବ୍‌ଶୀଘ୍ର ମାର୍କେଟ କମ୍ପେକ୍ସ କାର୍ଯ୍ୟକ୍ଷମ ହେବ। ଏନେଇ ବିଦ୍ୟୁତ୍‌ ବିଭାଗ, ପୂର୍ତ୍ତ ଓ ମ୍ୟୁନିସିପାଲିଟି ମଧ୍ୟରେ ବୈଠକ ହୋଇ ଆଲୋଚନା ହୋଇ ସାରିଛି। ଅନ୍ୟପକ୍ଷେ ସହରରେ ବସ୍‌ଷ୍ଟପରେ ବସ୍‌ ଅଟକି ରହିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ନୂଆବସଷ୍ଟାଣ୍ଡକୁ ବସ୍‌ ଗଲେ ଏହି ସମସ୍ୟା ହଟିଯିବ । ନିର୍ବାଚନ ଯୋଗୁ ବସ୍‌ ଚଳାଚଳ ଓ ମାର୍କେଟ କମ୍ପେକ୍ସ କାର୍ଯ୍ୟକ୍ଷମ ନେଇ ପଦକ୍ଷେପ ନିଆ ଯାଇ ପାରୁ ନ ଥିଲା । ଏବେ ନୂଆ ବସ୍‌ଷ୍ଟାଣ୍ଡକୁ କିପରି ବସ୍‌ ଯିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌: କେମିତି ଜୀବନ ବଞ୍ଚାଇବାକୁ ତଣ୍ଟି ଧରି ଦୌଡୁଛନ୍ତି ସତ୍ୟ, ପଛରେ…

ଭୁବନେଶ୍ୱର,୧୦।୨: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟା ମାମଲରେ CCTV ସତ। ସିସିଟିଭିରେ କଏଦ୍‌ ହୋଇଛି ସତ୍ୟଙ୍କ ମଡର ମିଷ୍ଟ୍ରି। ବେକ କଟିଯିବା ପରେ ସିସିଟିଭିରେ ସତ୍ୟବ୍ରତ ଦୌଡ଼ି…

ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଡି, ଆଜି ଚାଲିଗଲା ଜୀବନ: ଗଛ କାଟିବାବେଳେ…

ରାଜଗାଙ୍ଗପୁର,୧୦।୨: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣା: ବଡ଼ ନିଷ୍ପତ୍ତି ନେଲେ ନିଶା, କୋର୍ଟରେ କରିବେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ଧର୍ମଘଟକୁ ମଧ୍ୟାହ୍ନଭୋଜନ ପାଚିକା, ସହାୟିକାଙ୍କ ସମର୍ଥନ

ଭୁବନେଶ୍ୱର,୧୦ା୨: ଆସନ୍ତା ୧୨ ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନାମ ପରିବର୍ତ୍ତନକୁ ବିରୋଧ କରିବା ସହ ଶ୍ରମିକ ବିରୋଧୀ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri