Posted inଫୁରସତ

ଝରଣା ଶୁଖିଲେ ପ୍ରାକୃତିକ ବିପତ୍ତିର ସୂଚନା ମିଳେ

ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରୁଣାବନ୍ତ ପାହାଡ ପାଦଦେଶରେ ତଥା ଚଣ୍ଡିଖୋଲ ଛକଠାରୁ ମାତ୍ର ୪ କିମି ଦୂରରେ ରହିଛି ମହାବିନାୟକ ମନ୍ଦିର। ଏହି ପୀଠକୁ ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସିଥାନ୍ତି। ଏଠାକାର ନିଆରା କଥା ହେଲା ମହାପ୍ରଭୁଙ୍କ ମନ୍ଦିର ନିକଟରେ ସଦା ସର୍ବଦା ଝରଣା ଅବିରତ ବୋହିଯାଉଛି। ଏହାକୁ ନେଇ ଲୋକ କଥା ରହିଛି ଝରଣା କେବେ ଶୁଖି ନ ଥାଏ। କେବଳ ରାଜ୍ୟକୁ କୌଣସି ବିପତ୍ତି ପଡ଼ିଲେ ଏହାର ଦିନେ ଦୁଇ ଦିନ ପୂର୍ବରୁ ଝରଣା ଶୁଖି ଯାଇଥାଏ। ଏଠାରେ ୩ ଝରଣା ରହିଛି। ଝରଣା ପାଇଁ ବହୁ ସଂଖ୍ୟକ ମାଙ୍କଡ଼ ଅଛନ୍ତି। କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଯେତେବେଳେ ଅଜ୍ଞାତ ବାସରେ ଥିଲେ ସେତେବେଳେ ମାତା କୁନ୍ତୀ ପୁଅମାନଙ୍କ ମଙ୍ଗଳ କାମନା କରି ୧୦୮ ସ୍ବର୍ଣ୍ଣ ଚମ୍ପା ମହାବିନାୟକଙ୍କ ଉପରେ ଚଢ଼ାଇଥିଲେ। ସେଥିପାଇଁ ପାଞ୍ଚ ଭାଇ ଏକ ବର୍ଷ ଅଜ୍ଞାତ ବାସ ସାରି ଫେରି ଆସିଥିଲେ। ଏହା କେବେ ବା କେଉଁ ସମୟର ଠାକୁର ତାହା କେହି ଜାଣି ନ ଥିବା ବେଳେ ମନ୍ଦିର ନିର୍ମାଣ ସମ୍ପର୍କରେ ମଧ୍ୟ ଠିକ ତଥ୍ୟ ନାହିଁ। କେବଳ ଲୋକ କଥା ଅନୁଯାୟୀ ରାଜା ପ୍ରତାପ ରୁଦ୍ର ଦେବଙ୍କ ସମୟରେ ଏହା ନିର୍ମାଣ ହୋଇଛି। ପଞ୍ଚ ଦେବତାଙ୍କୁ ଗଣେ ନାରାୟଣେ ରୁଦ୍ରେ, ଅମ୍ବିକା ଭାସ୍କରେ ତଥା, ପଞ୍ଚଦେବ ସ୍ମରେ ନିତ୍ୟମ ମହା ପାପକ ନାଶନମ ମନ୍ତ୍ରରେ ପୂଜା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହେରାନ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ ହେବା…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଦୂର ହେବ ଚିନ୍ତା! LPG-Petrol ନେଇ ଭାରତ ଆସୁଛି ଆଉ ୩ ଜାହାଜ, ପାର କଲା Strait of Hormuz

ନୂଆଦିଲ୍ଲୀ,୨୪।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଦେଖାଦେଇଥିବା ରୋଷେଇ ଗ୍ୟାସର ଅଭାବ ପାଇଁ ଏବେ ଆଶ୍ୱସ୍ତି ଆଶା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ଯୁଦ୍ଧରେ ରୁଷିଆର ଏଣ୍ଟ୍ରିକୁ ନେଇ ଏମିତି କହିଲା ୟୁକ୍ରେନ, ସଭିଏଁ ଚକିତ!

କ୍ୱିଭ,୨।୪୩: ପଶ୍ଚିମ ଏସିଆରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ପ୍ରମୁଖ ଦାବି କରିଛନ୍ତି। ମଙ୍ଗଳବାର, ଜେଲେନ୍ସକି କହିଛନ୍ତି…

ମିଛ କହୁଥିଲେ ଟ୍ରମ୍ପ! ଇରାନର ଦୁଇ ଏନର୍ଜି ପ୍ଲାଣ୍ଟ ଉପରେ ଏୟାରଷ୍ଟ୍ରାଇକ…..

ନୂଆଦିଲ୍ଲୀ,୨୪।୩:ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷର ଅନ୍ତ ହେବାର ସଙ୍କେତ ଦେଉଛନ୍ତି । ଅନ୍ୟପଟେ, ଇରାନ ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରିଛି…

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri