ଜାତୀୟ ଶିକ୍ଷାନୀତି ସମ୍ମିଳନୀ ଅନୁଷ୍ଠିତ : ‘ଯେଉଁ ଦେଶର ଶିକ୍ଷାନୀତି ଯେତେ ସୁଦୃଢ଼ ସେ ଦେଶ ସେତେ ବିକଶିତ’

ଭଞ୍ଜନଗର,୨୮।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶୁକ୍ରବାର ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ବିକଶିତ ଭାରତ ଯୋଜନା ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ବିମଳ ଚନ୍ଦ୍ର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କେନ୍ଦ୍ର ସରକାର ବ୍ରିଟିଶ ଶିକ୍ଷା ଢାଞ୍ଚାକୁ ବଦଳାଇବା ପାଇଁ ନୂତନ ଶିକ୍ଷାନୀତି ୨୦୨୦ ଲାଗୁ କରିଛନ୍ତି। ନୂଆ ଶିକ୍ଷା ନୀତି ଦ୍ୱାରା ଛାତ୍ରୀଛାତ୍ରମାନେ ଆମ ଶିକ୍ଷା ସମ୍ପର୍କରେ ଜାଣିବେ। ନୂଆ ଶିକ୍ଷା ନୀତି ଭାରତକୁ ଆଗାମୀ ଦିନରେ ବିଶ୍ବ ଗୁରୁ ଭାବେ ପରିଚିତ କରାଇବ ବୋଲି ବିଧାୟକ ନାୟକ କହିଛନ୍ତି। ଗଞ୍ଜାମ ଏଡିଏମଡି ପ୍ରମୋଦ କୁମାର ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତୃ ଭାଷା ହିଁ ଶ୍ରେଷ୍ଠ ଭାଷା ବୋଲି କହିଛନ୍ତି। ଏଡିଏମଡି ଆହୁରି କହିଛନ୍ତି, ଇଂରେଜୀ ଭାଷାର ମଧ୍ୟ ଆବଶ୍ୟକତା ରହିଛି । ଯେଉଁ ଦେଶର ଶିକ୍ଷାନୀତି ଯେତେ ସୁଦୃଢ଼ ସେ ଦେଶ ସେତେ ବିକଶିତ। ରାଷ୍ଟ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ ଅର୍ଥନୀତି ବିକଶିତ ହେଲେ ହେବନାହିଁ। ସବୁ କ୍ଷେତ୍ରରେ ବିକଶିତ ହେବାକୁ ପଡିବ । ଭଲ ମଣିଷଟିଏ ଆମେ ସୃଷ୍ଟି କରିପାରିଲେ ଆମେ ସବୁ କ୍ଷେତ୍ରରେ ବିକଶିତ ହୋଇପାରିବା ବୋଲି ଶ୍ରୀ ପୃଷ୍ଟି କହିଛନ୍ତି।

ଏଥିସହ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁର ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଦେଶ ସାଧୀନତାର ୭୫ ବର୍ଷ ପରେ ଆମେ ବିକଶିତ ରାଷ୍ଟ୍ର ଚିନ୍ତା କଲେ। ଦେଶ ସ୍ବାଧୀନତା ସମୟରେ ଦେଶର ଅର୍ଥନୀତି ଷଷ୍ଠ ସ୍ଥାନରେ ଥିଲା। ବର୍ତ୍ତମାନ ତାହା ୫ମ ସ୍ଥାନରେ ଅଛି। ଆଗାମୀ ଦିନରେ ତୃତୀୟ ଅର୍ଥନୀତି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ପ୍ରସ୍ତୁତି ଚାଲିଛି । ଆଗାମୀ ଦିନରେ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି ପ୍ରମୁଖ କ୍ଷେତ୍ରରେ ବିକାଶ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

କଟକ ଶୈଳବାଳା ମହିଳା (ସ୍ବୟଂଶାସିତ) ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୁରେଖା ସୁନ୍ଦରୀ ସାଇଁ କହିଛନ୍ତି, ୧୯୬୪ , ୧୯୫୪, ୧୯୮୬ ରେ ମଧ୍ୟ ଶିକ୍ଷା ନୀତି ଲାଗୁ ହୋଇଥିଲା। ଗୋଟିଏ ରାଷ୍ଟ୍ରକୁ ନଷ୍ଟ କରିବାକୁ ହେଲେ ଗୁଳିଗୋଳାର ଆବଶ୍ୟକ ନାହିଁ। ତାର ଶିକ୍ଷା ନୀତିକୁ ଧ୍ବଂସ କରିଦେଲେ ଆପେ ଆପେ ସେ ଦେଶ ହୋଇଯିବ। ତେଣୁ ବ୍ରିଟିଶ ମାନେ ଆମକୁ ଧଂସ ଆଡ଼କୁ ଠେଲି ଦେଇ ଚାଲି ଯାଇଥିଲେ। ତକ୍ଷଶିଳା, ନାଳନ୍ଦା ଭଳି ଶିକ୍ଷା ଅନୁଷ୍ଠାନରେ ଥିବା ବହିକୁ ପୋଡ଼ି ଦେଇଥିଲେ । ଆମ ଉପରେ ଇଂରେଜ ଶିକ୍ଷା ନୀତି ଲଦି ଦେଇ ବ୍ରିଟିଶ ଶାସକ ଚାଲି ଯାଇଥିଲେ। ଶିକ୍ଷା ହେଉଛି ସମାଜର ଉନ୍ନତୀ କରିବା। ତେଣୁ ପୁରୁଣା ଶିକ୍ଷା ନୀତିକୁ ବଦଳାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଭଲ ମଣିଷ ଟିଏ ଗଢ଼ିପାରିଲେ ଦେଶର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ପୂର୍ବତନ ଅଧ୍ୟକ୍ଷା ସୁରେଖା ଆହୁରି କହିଛନ୍ତି, ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନେଇ ନୂଆଁ ଶିକ୍ଷାନୀତି ପ୍ରଣୟନ ହୋଇଛି। ନୂଆଁ ଶିକ୍ଷା ନୀତି ଦ୍ୱାରା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢିତୋଳିବା। ପୃଥିବୀର ୮୦ ପ୍ରତିଶତ ଦେଶରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଉଛି । ନୂଆଁ ଶିକ୍ଷା ନୀତି ରେ ମଧ୍ୟ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ଡ଼ାକ୍ତର, ଇଞ୍ଜିନିୟର ଛାତ୍ର ମାତୃଭାଷା ରେ ପାଠ ପଢିବେ ।

ଭଞ୍ଜନଗର ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଲାଲସିଂ ସରପଞ୍ଚ ଶିବ ରାମ ସାହୁ, ଭୁବନେଶ୍ୱର ଆର ଆଇ ଇ (ଏନସିଇଆର୍‌ଟି) ପ୍ରାଧ୍ୟାପକ ଲକ୍ଷ୍ମୀଧର ବେହେରା, କୁନାଲ ବୁକ୍ସ ପ୍ରକାଶକ ନୂଆଁଦିଲ୍ଲୀ ପ୍ରେମ ସିଂ ବିସ୍ତ ଅତିଥି ଭାବେ ଯୋଗ ଦେଇଥିଲେ। ଦ୍ୱିତୀୟ ଅଧିବେସନରେ କଟକ ଆର୍‌ ଏନଆଇଏଏସଇର ପ୍ରାଧ୍ୟାପିକା ରାଜଲକ୍ଷ୍ମୀ ଦାସ, କଳିଙ୍ଗା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ପ୍ରଧାନ, କୋରାପୁଟ ଡି ଏ ଭି ସି ଟି ଇ ର ଅଧକ୍ଷ ଦେବେନ୍ଦ୍ର କୁମାର ସେଠୀ, ବାଲେଶର ସି ଟି ଇ ର ପ୍ରଫେସର ପି ସି ବେହେରା, ଡ ଦିଲ୍ଲୀପ କୁମାର ଖୁଣ୍ଟିଆ, ଡ ପି କେ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଡ. ରଞ୍ଜନ କୁମାର ନାୟକ ତୃତୀୟ ଅଧିବେସନରେ ଅତିଥି ଭାବେ ଯୋଗଦେଇ ଥିବାବେଳେ ଛାତ୍ରୀ ପ୍ତିୟଙ୍କ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଦୁଇଟି ପୁସ୍ତକ ଉନ୍ମୋଚନ ସହ ବାଳିକା ଏବଂ ବାଳକ ହଷ୍ଟେଲକୁ ବିଧାୟକ ଉଦ୍‌ଘାଟନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri