ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର ସେପଟି ଟାଙ୍କି ଗାଡି ମାଡ଼ି ଯାଇଥିଲା। ଡ୍ରାଇଭର ଜଣଙ୍କ ମୋବାଇଲ ଫୋନରେ କଥା ହୋଇ ବେପରୁଆ ଗାଡି ଚାଳନାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଅନ୍ୟପଟେ ଘଟଣାସ୍ଥଳରେ ଉପସ୍ଥିତି ଥିବା ଲୋକେ ପୋଲିସକୁ ଅଭିଯୋଗ କରିଛନ୍ତି । ଡ୍ରାଇଭର ଜଣଙ୍କ ମୋବାଇଲରେ ଗେମ୍‌ ଖେଳି ଖେଳି ଗାଡି ସ୍ପିଡରେ ଚଳାଉଥିଲେ। ଏହି ଦୁର୍ଘଟଣାରେ ଫଳ ଦୋକାନୀଙ୍କ ୫୦ ହଜାରରୁ ଉଦ୍ଧର୍‌ବ ଟଙ୍କାର ଫଳ, ଦୁଇଟି ବାଇକ ଏବଂ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଛି। ଫଳ ଦୋକାନୀ, ବାଇକ ଆରୋହୀ ଓ ଫଳକ୍ରେତାମାନେ ଅଳ୍ପକେ ବର୍ତ୍ତିଛନ୍ତି। ସେଠାରେ ଥିବା ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ କାବୁ କରି ଗୋଟାଏ ଘରେ ରଖିଥିଲେ। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଟାଉନ ପୋଲିସ ପହଞ୍ଚିବା ପରେ କ୍ଷତି ହୋଇଥିବା ଫଳ ବେପାରୀ ଓ ଗାଡି, ସାଇକେଲର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଟାଉନ ଥାନା ଅଧିକାରୀ ଅବନୀ ସାହୁ ପହଞ୍ଚି ଳୋକଙ୍କୁ ବୁଝାସୁଝା କରିବା ସହ ତାର ସମାଧାନ କରାଯିବ ବୋଲି କହିବା ପରେ ଡ୍ରାଇଭରକୁ ପୋଲିସର ଜିମା ଦେଇଥିବା ଜଣାପଡ଼ିଛି। ପୋଲିସ ଡ୍ରାଇଭରକୁ ଟାଉନ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି । ଡ୍ରାଇଭର ଜଣକ ଅଣ ଓଡ଼ିଆ ହୋଇଥିବା ବେଳେ ତାଙ୍କର ନାମ ଅଭିଷେକ ରାମ ବୋଲି ଜଣାପଡିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ କରିନିଅନ୍ତୁ ଚେକ୍‌

ପୁରୀ,୮ା୩: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ୧…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri