Posted inଫୁରସତ

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି ସୃଷ୍ଟିକର୍ତ୍ତା କରିଛନ୍ତି? ଏକ ସନ୍ତାନ ପ୍ରସବ କରିବା ପରେ ସେ ଏହାକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖନ୍ତି। ଜଣେ ମହିଳା ଏଥିରେ ନିଜର ସମସ୍ତ ଜୀବନ ବିତାନ୍ତି। ପିଲାଟିକୁ ପ୍ରତିପୋଷଣ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ। ଏପରି ପରିସ୍ଥିତିରେ ୨୨ ଜଣ ସନ୍ତାନ ଥିବା ଜଣେ ମହିଳାଙ୍କ କଥା ଭାବିଲେ, ସେ କେମିତି ଏତେ ପିଲାଙ୍କୁ ସମ୍ଭାଳୁଥିବେ।

sue radford

ବ୍ରିଟେନର ବାସିନ୍ଦା ସୁ ରାଡଫୋର୍ଡ ଡିସେମ୍ବର ୧ରେ ସୋସିଆଲ ମିଡିଆରେ ତାଙ୍କ ଘରେ ରନ୍ଧା ହୋଇଥିବା ଜଳଖିଆର ଫଟୋ ଶେୟାର କରିଥିଲେ। ଏହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କେକ୍‌ ଏବଂ ଚକୋଲେଟ୍‌ର ଗଦା ଦୃଶ୍ୟମାନ ହେଉଥିଲା। ଏହା ବ୍ୟତୀତ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଘରର ସାଜସଜ୍ଜାର ଝଲକ ମଧ୍ୟ ଲୋକଙ୍କୁ ଦେଖାଇଥିଲେ।

୧୯୮୯ରେ ତାଙ୍କ ସ୍ବାମୀ ନୋଏଲଙ୍କ ସହ ସୁ’ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଥିଲେ। ଏହା ପରେ ତାଙ୍କର ସାନ ଝିଅ ଏପ୍ରିଲ ୨୦୨୦ରେ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦମ୍ପତିଙ୍କର ଆଉ ୨୦ ସନ୍ତାନ ଅଛନ୍ତି। ଜୁଲାଇ ୨୦୧୪ରେ ପରିବାର ସେମାନଙ୍କର ୧୭ତମ ସନ୍ତାନକୁ ହରାଇଲା। ସୁ’ ସୋସିଆଲ ମିଡିଆରେ ତାଙ୍କ ପରିବାରର ଫଟୋ ଶେୟାର କରି ଚାଲିଛନ୍ତି। କିନ୍ତୁ ସେ କିଛିଦିନ ପାଇଁ ଏହା କରୁ ନ ଥିଲେ। ଡିସେମ୍ବର ୧ରୁ ସେ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ଲୋକଙ୍କ ସହ ଶେୟାର କରିଛନ୍ତି।

ସୁ’ ବର୍ତ୍ତମାନ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ସେ ତାଙ୍କ ରାଶନ ବିଷୟରେ ଲୋକଙ୍କୁ ଅନେକ ଥର ସୂଚନା ଦେଇଛନ୍ତି। ଏହି ପରିବାର ଏକ ମାସ ମଧ୍ୟରେ ରାଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରନ୍ତି। ଏହା ବ୍ୟତୀତ ସୁ’ ଏତେ ଘର କାମରେ ବ୍ୟସ୍ତ ରୁହନ୍ତି ଯେ, କୌଣସି ଖାଲି ସମୟ ପାଇ ନ ଥାନ୍ତି। ସେ ତାଙ୍କ ଘରର ଫଟୋ ଅନେକ ଥର ଲୋକଙ୍କ ସହ ଶେୟାର କରିଛନ୍ତି। ସୁ’ଙ୍କ ବଡ଼ ଝିଅ ମଧ୍ୟ ତାଙ୍କୁ ଜେଜେମା କରିସାରିଛନ୍ତି। ସୁ’ଙ୍କ ଅନୁଯାୟୀ ଏହା ତାଙ୍କ ପରିବାର ପାଇଁ ଏକ ଖୁସି ସଂଯୋଗ।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri