ଗୋଟିଏ ଜୁଇରେ ଜଳିଲା ମା’-ପୁଅଙ୍କ ଚିତା

ପାତ୍ରପୁର,୨୦ା୨(ଉମାଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଚୁଡିଆଲାଞ୍ଜି ଗ୍ରାମରେ ସୋମବାର ବନ୍ଦ ଘରୁ ମା’ ଓ ୭ ବର୍ଷିୟ ପୁଅର ମୃତଦେହକୁ ପୋଲିସ ଜବତ କରିଥିଲା। ମା’ ଦାଲି ନୀଳାବେଣି ଓ ପୁଅ ରିତିକଙ୍କ ମୃତଦେହକୁ ପୋଲିସ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଚ୍ଛେଦ କରାଇଥିଲା। ବିଳମ୍ବିତ ରାତିରେ ମୃତଦେହ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ନିଲାବେଣିଙ୍କ ସ୍ବାମୀ ଦାଲି ମୋହନ ଏହି ଖବରପାଇ ଦୁବାଇରୁ ଆସି ମଙ୍ଗଳବାର ଘରେ ପହଞ୍ଚିଥିଲେ l ପରେ ଚୁଡିଆଲାଞ୍ଜି ଗ୍ରାମ ମଶାଣିରେ ଗୋଟିଏ ଜୁଇରେ ମା’ ଓ ପୁଅଙ୍କ ଚିତା ଜଳିଥିଲା। ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୁୂଳ ପରିବେଷ ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ଘଟଣାର ୨୪ ଘଣ୍ଟା ପରେ ବି ମା’ ପୁଅଙ୍କ ମୃତ୍ୟୁ କିଭଳି ଘଟିଲା ତାହା ଜଣାପଡିନି।